ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ , ନିୟମ ଭାଙ୍ଗିଲେ ପଇସା ବଦଳେ ଶରୀରରୁ ଦେବେ ରକ୍ତ….

ଟ୍ରାଫିକ ନିୟମ ନ ମାନିବା ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ଅଟେ । ନିୟମ ନ ମାନି ଲୋକମାନେ ଗାଡି ଚଲାଇଥାନ୍ତି ଆଉ କାହାକୁ ବି ଭୟ କରନ୍ତି ନାହିଁ । ଆଉ ଅଧିକ କିଛି ହୁଏ , ତେବେ ଜୋରିମାନା ଦେବାକୁ ପଡିବ ବୋଲି ସେମାନେ ଜାଣିଥାନ୍ତି । କିନ୍ତୁ ଏଭଳି କରୁଥିଲେ ହୋଇ ଯାଆନ୍ତୁ ସାବଧାନ । ସରକାର ନେଲେ ବଡ଼ ନିଷ୍ପତ୍ତି । ଦେବାକୁ ପଡିବ ଏଭଳି ଜୋରିମାନା । ଜୋରିମାନା ବିଷୟରେ ଶୁଣି ଆପଣ ବି ହୋଇଯିବେ ସ୍ପବ୍ଧ ।

ତେବେ ପଞ୍ଜାବ ସରକାରଙ୍କର ଏଭଳି ନିୟମ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହେବ । ଏଭଳି ନିୟମ ବିଷୟରେ ଶୁଣିବା ପରେ ଟ୍ରାଫିକ ନିୟମକୁ ଆପଣ କଡାକଡି ପାଳନ କରିବେ । ଆଉ ଟ୍ରାଫିକ ନିୟମ ଭାଙ୍ଗିବା କଥା ଆପଣ ସ୍ୱପ୍ନରେ ଭାବିବେ ନାହିଁ । ତେବେ ସୂଚନା ମୁତାବିକ , ପଞ୍ଜାବ ସରକାରଙ୍କର ଏଭଳି ପଦକ୍ଷେପକୁ ନେଇ ଚାରିଆଡ଼େ ଆଲୋଚନା କରାଯାଉଛି । ଆଉ ଏହା କାମ ଦେବ ବୋଲି କୁହାଯାଉଛି ।

ସରକାରଙ୍କର ନିୟମ ଅନୁଯାୟୀ , ପ୍ରଥମ ଥର ପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ ଫାଇନ ଦେବାକୁ ପଡିବ କିନ୍ତୁ ଦ୍ଵିତୀୟ ଥର ପାଇଁ ଭାଙ୍ଗୁଥିଲେ ଦୁଇ ଗୁଣ ଫାଇନ ଦେବାକୁ ପଡିବ । ଏହାବ୍ୟତୀତ ଆଶ୍ଚର୍ଯ୍ୟର କଥା ଏହା ଯେ , ଯଦି ମଦ ପିଇ ଗାଡି ଚଳାଉଥିବେ , ତେବେ କଥା ସରିଲା । ସେହି ବ୍ୟକ୍ତିଙ୍କୁ ଫାଇନ ଦେବା ସହିତ ନିକଟସ୍ଥ ମେଡ଼ିକାଲକୁ ନିଆ ଯାଇ ଗୋଟିଏ ୟୁନିଟ ରକ୍ତ ଦେବାକୁ ପଡିବ । ତେବେ ଏଭଳି ନିୟମକୁ ଶୁଣିବା ପରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକମାନେ ସତର୍କ ହୋଇଯିବେ ବୋଲି ଆଶା କରାଯାଉଛି।

କେବଳ ଏତିକି ନୁହେଁ , ଏହାବ୍ୟତୀତ ଟ୍ରାଫିକ ନିୟମ ଅନୁଯାୟୀ ଯଦି କେହି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି , ତେବେ ତାଙ୍କୁ ଏ ସ୍ୱତନ୍ତ୍ର କୋର୍ସ ଦେଇ ଗତି କରିବାକୁ ପଡିବ। ଆଉ ଏହାପରେ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ପରିବହନ ପ୍ରାଧିକରଣ ଠାରୁ ସାର୍ଟିଫିକେଟ ଆଣିବାକୁ ପଡିବ । କେବଳ ସେତିକି ନୁହେଁ , ୨୦ ଜଣ ସ୍କୁଲ ଛାତ୍ରଙ୍କୁ କିଛି ସମୟ ଧରି ଯାତାୟାତ ନିୟମ ବିଷୟରେ ବୁଝାଇବାକୁ ପଡିବ । ତେବେ ଏଭଳି ନିୟମ ସମସ୍ତଙ୍କୁ କରିଛି ଚକିତ ।

Leave a Reply

Your email address will not be published. Required fields are marked *