ଆଉ ଥରେ ଜେଲକୁ ଯାଇ ପାରନ୍ତି ସଲମାନ ଖାନ, ପାକିସ୍ତାନୀ ପ୍ରେକିକା ଆଣିଲେ ସଂଘାତିକ ଅଭିଯୋଗ

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଏ ଦୁନିଆରେ କିଏ ନ ଜାଣିଛି। ସଲମାନ ତାଙ୍କ ଫିଲ୍ମ କିମ୍ଵା ବ୍ୟକ୍ତି ଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ଭଲ କାମ ପାଇଁ ତ କେତେବେଳେ ଗଣ୍ଡଗୋଳ ପାଇଁ। ସଲମାନ ଆଗରୁ ଜେଲ୍ ବି ଯାଇ ସାରିଛନ୍ତି କିନ୍ତୁ ଏବେ ସଲମାନ ନିଜ ପ୍ରଥମ ପ୍ରେମିକା ପାଇଁ ପୁଣିଥରେ ଜେଲ ଯାଇପାରନ୍ତି।

ସଲମାନଙ୍କର ଅନେକ ପ୍ରେମିକା ଅଛନ୍ତି କିନ୍ତୁ ସେ ଏପର୍ଯ୍ୟନ୍ତ କାହାକୁ ବାହା ହେଇ ନାହାନ୍ତି। ତାଙ୍କର ପ୍ରଥମ ପ୍ରେମିକା ସୋନି ଅଲ୍ଲୀ ଯିଏକି ଜଣେ ପାକିସ୍ତାନୀ ଅଭିନେତ୍ରୀ। ସୋମି ୯୦ ମସିହାର ଚଳଚ୍ଚିତ୍ର ବେଳେ ବଲିଉଡରେ ବହୁତ୍ ଫିଲ୍ମ କରି ଥିଲେ। ସେତେବେଳେ ସେ ସଲମାନଙ୍କୁ ଭଲ ପାଇଥିଲେ। ସଲମାନ ଏବଂ ସୋମୀଙ୍କ ଯୋଡ଼ି ବହୁତ୍ ପ୍ରସିଦ୍ଧ ଥିଲା। ସଲମାନଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ଯୋଡିକୁ ବହୁତ୍ ଭଲ ପାଉ ଥିଲେ।କିନ୍ତୁ କିଛି ଦିନ ପରେ ସୋମି ପାକିସ୍ତାନ ଫେରି ଗଲେ। କିନ୍ତୁ ସେ ଏବେ ନିଜ ଇନଷ୍ଟାଗ୍ରାମରେ ସଲମାନଙ୍କ ବିରୁଦ୍ଧ ରେ ଅନେକ ଅଭିଯୋଗ ଆଣିଛନ୍ତି।

ସେ ଲେଖିଛନ୍ତି ସଲମାନଙ୍କ ବିତେଇଥିବା ୮ ବର୍ଷ ମୋ ପାଇଁ ବହୁତ୍ ଖରାପ୍ ଥିଲା। ସେ ମତେ କେବେ ସୁନ୍ଦରୀ ବୋଲି କୁହନ୍ତିନି ସବୁବେଳେ ମୂର୍ଖ ବୋଲି କୁହନ୍ତି। ତାଙ୍କର ଅନେକ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିଲା। ସେ ତାଙ୍କ ଚାକରାଣୀଙ୍କ ଆଗରେ ମତେ ଅପମାନ ଦେଇ ମାଡ଼ ମାରିଛନ୍ତି ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଇଛନ୍ତି। ଯଦି ସୋମି ଏଇ ସବୁ କଥା ପୋଲିସ୍ ଆଗରେ କହି ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରନ୍ତି ତେବେ ସଲମାନ୍ ଆଉଥରେ ଜେଲ ଯାଇ ପାରନ୍ତି।

Leave a Reply

Your email address will not be published. Required fields are marked *