କାନ୍ଦି କାନ୍ଦି ଆଖି ଲାଲ କରିଦେଲେ ଅଭିନେତା ପୁପିନ୍ଦର ।

ସବୁବେଳେ ଅଭିନେତା ପୁପିନ୍ଦର ଙ୍କୁ ଓଡିଶା ବାସୀ ହସୁଥିବା ଦେଖିବାକୁ ପାଇଥାନ୍ତି। ପିପିନ୍ଦରଙ୍କ ହସ ସମସ୍ତଙ୍କ ମନ କିଣିନିଏ।ସେ ଫିଲ୍ମି ହେଉ କି ଷ୍ଟେଜ ସୋ ବା ସାକ୍ଷାତକାର ପୁପିନ୍ଦର ଯେଉଁଠିକୁ ଯାଆନ୍ତି ସେଠାରେ ଖିଲି ଖିଲି ହୋଇ ହସୁଥାନ୍ତି। ତାଙ୍କ କଥା ଆଉ ହସ ଦେଖିବାକୁ ପୁପିନ୍ଦରଙ୍କୁ ଲୋକେ ଘେରି ଯାଆନ୍ତି। ତେବେ ବନ୍ଧୁଗଣ ସବୁବେଳେ ଖିଲି ଖିଲି ହୋଇ ହସୁଥିବା ଲୋକଟି ଆଜି ହଟାତ ଯେ ଏମିତି କାହିଁକି ଭୋ ଭୋ ହୋଇ କାନ୍ଦୁଛନ୍ତି ତାହା ସମସ୍ତଙ୍କୁ ବ୍ୟତି ବ୍ୟସ୍ତ କରି ପକାଉଛି। ହଁ ଆଜ୍ଞା ଅଭିନେତା ପୁପିନ୍ଦର କାନ୍ଦୁଛନ୍ତି। ଏମିତି କାନ୍ଦୁଛନ୍ତି ଯେ ନିଜ କୋହ ଆଉ ଲୁହକୁ ସମ୍ଭାଳି ପାରୁ ନାହାଁନ୍ତି। ଲୁହକୁ ଚାପି ଧରିବାକୁ ଚେଷ୍ଟା କଲେ ବି ଅମାନିଆ ଲୁହ ବି ବନ୍ଧ ବାଡ଼ ମାନୁନି। ଦେଖୁ ନାହାଁନ୍ତି କିପରି ଭୋ ଭୋ ହେଇ କାନ୍ଦି ଆଖି ଏକ ଦମ ଭାବେ ଲାଲ କରିଦେଇଛନ୍ତି।

ଓଡ଼ିଶାରେ ନିଜର କ୍ୟାରିଅର ଆରମ୍ଭ କରିବା ଦିନରୁ କେହି କେବେ ପୁପିନ୍ଦିରଙ୍କ ଏପରି କାନ୍ଦ ଦେଖି ନଥିଲେ। ଜାଇ ଫୁଲ ଆଲବମରେ ନିଜର ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିବା ପୁପିନ୍ଦର ସାଉଁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା । ଫିଲ୍ମି ଶୁଭ ବିବାହ,କିଛି ଖଟା କିଛି ମିଠା ଏପରି ଅନେକ ଚଳଚ୍ଚିତ୍ର ରେ ସେ ଜୀବନ୍ତ ଅଭିନୟ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଅନେକ ଦିନରୁ ଓଡିଶା ଆସି ଏହି ଠାରେ ନିଜର କ୍ୟାରିଅର ଆରମ୍ଭ କରିଥିବା ପୁପିନ୍ଦରଙ୍କୁ ଓଡିଶା ମାଟି ବାନ୍ଧି ରଖିଥିଲା। ଆଉ ଏହା ପରେ ସେ ଅନେକ ରିଆଲିଟ ସୋରେ ଜଜ୍ ହେବା ସହିତ ଆଙ୍କର ଭାବେ ଅନେକ କାର୍ଯ୍ୟକ୍ରମ ରେ ନଜର ଆସିଛନ୍ତି। ତେବେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଠଉଥିବ କାହିଁକି କାନ୍ଦିଲେ ପୁପିନ୍ଦର ସବୁବେଳେ ଯିଏ ହସନ୍ତି ଆଉ ହସାନ୍ତି ସେ କଣ ଅଭିନୟରେ କାନ୍ଦୁଛନ୍ତି।

ନାଇଁ ଆଜ୍ଞା ପୁପିନ୍ଦରଙ୍କ କାନ୍ଦିବା ପଛରେ ଏକ ବହୁତ ବଡ଼ କାରଣ ଲୁଚି ରହିଛି। ହେଲେ କିନ୍ତୁ ପୁପିନ୍ଦର ନା ଅଭିନୟରେ କାନ୍ଦୁଛନ୍ତି ନା ସେ ଖୁସିରେ କାନ୍ଦୁଛନ୍ତି। ସେ ସତରେ କାନ୍ଦୁଛନ୍ତି। କାନ୍ଦି କାନ୍ଦି ଆଖି ମଧ୍ୟ ଫୁଲି ଗଲାଣି। ଲୁହକୁ ସମ୍ଭାଳି ଜାବୁଡି ଧରିବାକୁ ଚେଷ୍ଟା କଲେ ବି ଲୁହ ବନ୍ଧ ବାଡ଼ ମାନୁନି। ହେଲେ ଏବେ ବି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ପୁପିନ୍ଦରଙ୍କ ଭଳି ଦୃଢ ମନା ଭଗବାନ ବିଶ୍ୱାସୀ ବ୍ୟକ୍ତିତ୍ବ ଙ୍କ ଜୀବନରେ ଏପରି କଣ ସମସ୍ୟା ହେଲା ଯେ ପୁପିନ୍ଦିର କାନ୍ଦୁଛନ୍ତି। ଗଣମାଧ୍ୟମ ପ୍ରଶ୍ନ କଲେ ବି ପୁପିନ୍ଦର ଏତେ ଜୋରେ କାନ୍ଦୁଛନ୍ତି ତାର ଉତ୍ତର ନ ଦେଇ ଚାଲି ଯାଉଛନ୍ତି। ଉତ୍ତର ଦେବାକୁ ଚେଷ୍ଟା କଲେ ବି ସେ କୋହ ଗୁଡା ଶବ୍ଦ ସୃଷ୍ଟି କରିବାରେ ବାଧା ସୃଷ୍ଟି କରୁଛନ୍ତି।

ହଁ ପୁପିନ୍ଦିର ଏଥି ପାଇଁ କାନ୍ଦୁଛନ୍ତି କି ପୁପିନ୍ଦିର ଯାଇଥିଲେ ଓଡ଼ିଆ ଫିଲ୍ମି ପ୍ରତୀକ୍ଷା ଦେଖିବାକୁ ହଲ କୁ। ଆଉ ସେଠାରେ ପୁପିନ୍ଦିରଙ୍କୁ ଫିଲ୍ମଟି ଏତେ ଭଲ ଲାଗିଥିଲା ଯେ ପୁପିନ୍ଦିରଙ୍କର ନିଜର ବାପାଙ୍କ କଥା ମନେ ପଡିଥିଲା ତେଣୁ ପୁପିନ୍ଦିର ବସିକି କାନ୍ଦିବାକୁ ଆରମ୍ଭ କରିଥିଲେ। ଆଉ ଯେତେବେଳେ ପୁପିନ୍ଦିରଙ୍କୁ ଗଣମାଧ୍ୟମ ପ୍ରଶ୍ନ କଲେ ଆପଣ କାହିଁ କାନ୍ଦୁଛନ୍ତି ପୁପିନ୍ଦିର କିଛି ନ କହି କାନ୍ଦି କାନ୍ଦି ଚାଲିଗଲେ। ପ୍ରତୀକ୍ଷା ଚଳଚିତ୍ର ଟି ଜଣେ ବାପା ପୁଅଙ୍କ କାହାଣୀ। ବର୍ତ୍ତମାନ ଓଡ଼ିଆ ସିନେମା ଧୀରେ ଧୀରେ ଅଗ୍ରଗତି କାରିବାକୁ ଆରମ୍ଭ କରିଥିବା ବେଳେ ଏବେ ଓଡ଼ିଆ ସିନେମା ଦର୍ଶକ ଅଭିନେତାଙ୍କ ମନକୁ ଛୁଇଁ ପାରୁଛି ଯାହା ଫଳରେ ଅଭିନେତା ମାନେ ଚଳଚିତ୍ର ଦେଖି ଭୋ ଭୋ କାନ୍ଦୁଛନ୍ତି। ତେବେ ସେହି ଭଳି ପୁପିନ୍ଦିର ପ୍ରତୀକ୍ଷା ଦେଖି ନିଜର ବାପାଙ୍କ କଥା ମନେ ପକାଇ କାନ୍ଦିଥିଲେ।

Leave a Reply

Your email address will not be published. Required fields are marked *