ଘଡ଼ିଏ ସୁଖ ପାଇଁ ଏମିତି କରନ୍ତୁ ନାହିଁ, ସାରା ଜୀବନ ହୋଇଯିବ ବର୍ବାଦ…

ଜୀବନ ଏବେ ଅଛି ତ କାଲିକୁ ନାହିଁ । ମଣିଷ କେତେବେଳେ ଚାଲି ଯିବ ସେ କଥା କିଏ ବା ଜାଣିଛି । ତେଣୁ ଏଇ କିଛି ମୁହୂର୍ତ୍ତର ସମୟକୁ ଯଦି ଆମେ ଶାନ୍ତିରେ ନ ବଞ୍ଚିବା ତେବେ ଲାଭ କଣ । ଯଦି ଏହାକୁ ଆମେ କଷ୍ଟରେ ବଞ୍ଚିବା ଆଉ ରୋଗ ପୀଡ଼ାରେ ପୀଡିତ ହୋଇ ବଞ୍ଚିବା ତେବେ ଅତ୍ୟନ୍ତ କଷ୍ଟକର କଥା । ତେବେ ଗତକାଲି ବିଶ୍ଵ ଏଡ଼ସ ଦିବସ ଥିବା କଥା ଆପଣ ସମସ୍ତେ ଜାଣିଥିବେ । ଏହା ଅବସରରେ ସମସ୍ତେ କିପରି ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବେ ତା ବିଷୟରେ ସଚେତନତା ଦେଇଥିଲେ ।

ତେବେ ଏ ବାବଦରେ ଜଣେ ବ୍ୟକ୍ତି ନିଜର ମନ୍ତବ୍ୟ ରଖିଛନ୍ତି । ଆପଣ ସମସ୍ତେ ଜାଣିଥିବେ ଯେ , ଏଡ଼ସ ଏକ ମାରାତ୍ମକ ଭୂତାଣୁ ଅଟେ । ଯାହା ଥରେ ଶରୀରରେ ପ୍ରବେଶ କରିବା ମାତ୍ରେ ମଣିଷକୁ ଛାରଖାର କରି ଦେଇଥାଏ । ଏହା ଜୀବନ ସାରା କେବେ ବି ଭଲ ହୋଇ ନଥାଏ ଆଉ ଶେଷରେ ମଣିଷ ମରି ଯାଇଥାଏ । ଏହି ରୋଗରେ ପୀଡିତ ହେବା ପରେ ଅତି ବେଶୀରେ ମଣିଷ ମାତ୍ର ୪ ରୁ ୫ ବର୍ଷ ବଞ୍ଚିବା ପରେ ମରି ଯାଇଥାଏ । ଯଦି କୌଣସି ବ୍ୟକ୍ତି ଜଣେ ରୁ ଅଧିକ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି , ତେବେ ଏହି ରୋଗ ହେବାର ସମ୍ଭାବନା ରହିଥାଏ ।

ତେଣୁ ବ୍ୟକ୍ତି ଜଣକ କହିଛନ୍ତି କି , ଏହା ଏପରି ଏକ ରୋଗ ଯାହା ଆପଣଙ୍କ ପରିବାରକୁ ଆଉ ଆପଣଙ୍କୁ ପୁରାପୁରି ବର୍ବାଦ କରି ଦେଇଥାଏ । ଆଉ ଆପଣଙ୍କୁ ଶାନ୍ତିରେ ରଖିବାକୁ ଦେଇ ନଥାଏ । ଏହା ମଣିଷକୁ ଅତ୍ୟନ୍ତ କଷ୍ଟ ଦେବା ସହିତ ତା ଜୀବନର ଶାନ୍ତି ଛଡ଼ାଇ ନେଇଥାଏ । ତେଣୁ ଏହି ସମ୍ପର୍କରେ ନିଜର ମତ ରଖି ଗଜପତି କହିଛନ୍ତି କି , କିଛି ମୁହୂର୍ତ୍ତର ଖୁସି ପାଇଁ ନିଜର ସାରା ଜୀବନକୁ ନଷ୍ଟ କରି ଦିଅନ୍ତୁ ନାହିଁ । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଗୋଟିଏ ଜିନିଷ ବ୍ୟବହାର କରିବାକୁ ପଡ଼ିବ ଆଉ ତାହା ହେଉଛି କଣ୍ଡୋମ୍ । ଏହା ସବୁ ଦୋକାନରେ ଅଳ୍ପ ମୂଲ୍ୟରେ ମିଳିଥାଏ ।

ସେଥିପାଇଁ ଏକରୁ ଅଧିକ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଆଗରୁ କଣ୍ଡୋମ୍ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ । ଯାହା ଆପଣଙ୍କୁ ଏଡ଼ସ ରୁ ମୁକ୍ତି ଦେବ । ଆଉ ଆପଣଙ୍କ ଘର ପରିବାରକୁ ସୁଖ ଶାନ୍ତିରେ ରଖିବ । ନଚେତ୍ ଗୋଟିଏ ଭୁଲ ପାଇଁ ଜୀବନ ନଷ୍ଟ ହୋଇଯିବ । ତେଣୁ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗତକାଲିକୁ ଏଡ଼ସ ଦିବସ ଭାବରେ ପାଳନ କରାଯାଇଛି । ଆଉ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ଜାଗ୍ରତ କରାଯାଇଛି । ଘଡ଼ିଏ ସୁଖ ପାଇଁ ଆଦୌ ଏପରି କାମ କରନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *