ମହିଳା ପାଇଁ ସମସ୍ତେ ଚେଇଁ ଉଠନ୍ତି ମାତ୍ର ପୁରୁଷ ପାଇଁ ……..

ପ୍ରାୟତଃ ଅନେକ ସମୟରେ ଗଣମାଧ୍ୟମ ଏବଂ ସମାଜରେ ଚର୍ଚ୍ଚାରେ ରହିଥିବା ବିଷୟକୁ ନେଇ ଆଡଭୋକେଟ ବ୍ୟମକେଶ ବକ୍ସି ନିଜର ସ୍ପଷ୍ଟବାଦୀ ମତ ରଖିଥାନ୍ତି । ମାନ୍ୟବର ହାଇକୋର୍ଟର ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ ଡିଜି ଓଡ଼ିଶାକୁ ଏକ ନି-ର୍ଦେଶ ଦେଇଛନ୍ତି । ଏହି ନିର୍ଦେ-ଶକୁ ନେଇ ବର୍ତ୍ତମାନ ବ୍ୟମକେଶ ବକ୍ସି ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖିଛନ୍ତି ଯାହାକି ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଏବଂ ପୁରୁଷ ମାନଙ୍କୁ ଏକ ପ୍ରକାରର ଆଶ୍ୱସ୍ତି ମିଳିଛି ।

ତେବେ ଗତ ୨୦୧୪ ମସିହାରୁ ସୁପ୍ରିମକୋର୍ଟ ମଧ୍ୟ ଲଳିତା କୁମାରୀ ଭରସେସ ଷ୍ଟେଟ ଜଜମେଣ୍ଟ ଉପରେ ଏକ ଡିରେକ୍ସନ ଦେଇଥିଲା । ତେବେ ସେହି ଡାଇରେକ୍ସନ ଅନୁଯାୟୀ ସବୁ ଡିଏସପି ନିଜ ନିଜ ଅଧିନର ଥା-ନାକୁ ନିର୍ଦେଶ ଦେବାକୁ କୁହାଯାଇଥିଲା । ତେବେ ସେହି ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଥା-ନା ଅଧିକାରୀ ପ୍ରଥମେ କୌଣସି ବ୍ୟକ୍ତି ଅଭିଯୋଗ ନେଇ ଆସୁଥିବା ମାମ-ଲାକୁ ଏଫଆ-ଇଆର ଭାବରେ ଗ୍ରହଣ କରିବା ଉଚିତ ଏବଂ ତାପରେ ଯାଇ ଇନଭେସ୍ଟିଗେସନ କରି ସତ୍ୟତା ଯା-ଞ୍ଚ କରିବା ଉଚିତ ।

ଆଡଭୋକେଟ ବ୍ୟମକେଶ ବକ୍ସିଙ୍କ କହିବା କଥା ଯେ ଯେତେବେଳେ ଜଣେ ଭଲ ଶାର୍ଟ ପ୍ୟାଣ୍ଟ ପିନ୍ଧା ମଣିଷ ଥା-ନାକୁ ଅଭି-ଯୋଗ ନେଇ ଯାଉଛି ତାର ଅଭି-ଯୋଗକୁ ନିଆଯାଉଛି ମାତ୍ର ଗରିବ ଦଳିତ ଲୋକକୁ ଅବହେଳା ଏମିତିକି ଥା-ନାରେ ଅପ-ରାଧୀ ଭଳି ବ୍ୟବହାର କରାଯାଇଥାଏ । ଏପରି ସମସ୍ୟା ପ୍ରାୟ ଲୋକଙ୍କୁ ପରିଲକ୍ଷିତ ହୋଇଛି । ଯାହାକୁ ମାନ୍ୟବର କୋର୍ଟ ନିଜେ ଦେଖିବା ପରେ ଜଜମେଣ୍ଟ ଆକାରରେ ପ୍ରତିଫଳିତ କରିଥିବା କହିଛନ୍ତି । ମାତ୍ର ତାମଧ୍ୟରେ କିଛି ଏପରି ପୋ-ଲିସ ଅଫିସର ଅଛନ୍ତି ଯେଉଁମାନେ ପୁରା ଓଲଟା ଏବଂ ସାଧାରଣ ଜନତାଙ୍କୁ ବେଶ ଭଲ ବ୍ୟବହାର ଦେଖାଇ ଥାନ୍ତି ।

ତେଣୁ ସେସବୁ ପୋ-ଲିସ ଅଫିସରଙ୍କ ପାଇଁ ସେ ଏକ ଆଫିଡେବୀଟ ଫାଇଲ କରି ପ୍ରତ୍ୟେକ ଥା-ନାରେ ଜଜମେଣ୍ଟକୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ରିଫ୍ଲେକ୍ଟ କରାଇବାକୁ ନିର୍ଦେଶ ଦେଇଛନ୍ତି । ସେହି ଜଜମେଣ୍ଟ ଆଧାରରେ ଜଣେ ସାଧାରଣ ଜନତା ନିଜର ଅଭି-ଯୋଗ ମଧ୍ୟ ରଖି ପାରିବେ । ଏବଂ ସାଧାରଣ ଭାବରେ କହିବାକୁ ଗଲେ ପୋ-ଲିସ ଅଧିକାରୀ ସାଧାରଣ ଜନତାଙ୍କ ଅଭି-ଯୋଗ ଗ୍ରହଣ କରିବାକୁ ବାଧ୍ୟ । କୌଣସି ଭାବରେ କଗନିଜେବଲ ଅଫେନ୍ସ ଦେଖା ଦେଲେ ତାହାକୁ ଜଣେ ସାଧାରଣ ଜନତା ଅଭି-ଯୋଗ କରି ପାରିବେ । ତେବେ ବ୍ୟମକେଶ ବକ୍ସିଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଜଜମେଣ୍ଟ ଦ୍ଵାରା ପୁରୁଷ ମାନେ ଆଶ୍ୱସ୍ତି ଅନୁଭବ କରିବେ ।

କାରଣ ଏମିତିରେ ଜଣେ ମହିଳା ଥା-ନାକୁ ଗଲେ ସମସ୍ତେ ଚେଇଁ ଉଠନ୍ତି ମାତ୍ର ପୁରୁଷଙ୍କ କ୍ଷେତ୍ରରେ ଅବହେଳା ହିଁ ହୋଇଥାଏ । ତେଣୁ ଏହି ଜଜମେଣ୍ଟ ପାଇଁ ବ୍ୟମକେଶ ବକ୍ସି କୋର୍ଟକୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *