ମୃତ୍ୟୁ ପରେ ଲତା ମଙ୍ଗେସକର ଛାଡି ଯାଇଛନ୍ତି ଅପର୍ଯ୍ୟାପ୍ତ ସମ୍ପତ୍ତି, ଜାଣନ୍ତୁ ଏହି ବିଷୟରେ।

ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକର  ଆଉ ନାହାନ୍ତି। ଗତ କାଲି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୁମ୍ବାଇର ଶିବାଜୀ ପାର୍କରେ ସନ୍ଧ୍ୟା ବେଳେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ରବିବାର ଏବଂ ସୋମବାର ପାଇଁ ଦୁଇଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। କିନ୍ତୁ ଭାରତର ସ୍ଵର ରୂପରେ ଜଣା ଯାଉଥିବା ଲତା ମଙ୍ଗେସକରଙ୍କ ଗୀତ ଆଜି ବି ସେ ଲୋକମାନଙ୍କ ହୃଦୟରେ ରାଜ କରୁଛି।

ଲତା ମଙ୍ଗେସକରଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ମଧ୍ୟବର୍ତ୍ତୀ ପରିବାରରେ ହେଲେ। ୧୯୪୩ ମସିହାରେ ଲତା ମଙ୍ଗେସକର ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ଲତା ମଙ୍ଗେସକରଙ୍କୁ ତାଙ୍କର ଗାୟିକ ପାଇଁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ କରା ଯାଇଛି। ତାଙ୍କୁ ପଦ୍ମ ଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ପଦ୍ମ ବିଭୂଷଣ, ଭାରତ ରତ୍ନ ଦ୍ଵାରା ବି ସମ୍ମାନିତ କରାଯାଇଛି।

ସେ କଣ୍ଠଦାନ କରିଥିବା ଅନେକ ସ୍ମରଣୀୟ ସିନେମାଗୁଡ଼ିକ ହେଉଛି ପାକିଜା, ଅଭିମାନ, ଅମର ପ୍ରେମ, ଆନ୍ଧି, ସିଲ୍‌ସିଲା, ଚାନ୍ଦନି, ସାଗର, ରୁଦାଲି, ଦିଲ‌ୱାଲେ ଦୁଲହନିଆ ଲେ ‌ଜା‌‌ୟେଙ୍ଗେ ଇତ୍ୟାଦି। ଲତା ତାଙ୍କ ଜୀବନରେ ଗାଇଥିବା ସଙ୍ଗୀତଗୁଡ଼ିକ ମଧ୍ୟରେ ତାଙ୍କୁ ଯେଉଁ ସଙ୍ଗୀତଟି ଅଧିକ ଲୋକପ୍ରିୟ କରିଛି ତାହା ହେଉଛି ଦେଶଭକ୍ତିର ଗୀତ- “ଅୟ ମେରେ ୱତନ କେ ଲୋଗୋ”

ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଲତା ମଙ୍ଗେସକରଙ୍କ ପାଖରେ କେତେ ତାଙ୍କର ସମ୍ପତ୍ତି ଅଛି ଓ ସେ କେଉଁ ଭଳି ବ୍ୟକ୍ତିତ୍ବ ଥିଲେ। ସେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ଲତା ମଙ୍ଗେସକର ୧୩ ବର୍ଷର ଥିଲେ ତେବେ ତାଙ୍କ ପିତାଙ୍କର ଅଚାନକ ଦେହାନ୍ତ ଘଟିଥିଲା। ଏହାପରେ ସମସ୍ତ ଦାଇତ୍ୱ ତାଙ୍କ ଉପରକୁ ଚାଲି ଆସିଥିଲା। କାରଣ ସେ ପରିବାରର ସବୁଠୁ ବଡ଼ ଥିଲେ।

ପ୍ରଥମେ ସେ ସଙ୍ଗୀତ ନିଜ ପିତାଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ଧୀରେ ଧୀରେ ସଫଳତା ଆଡକୁ ଗତି କରିଥିଲେ। ମିଳିଥିବା ସୂଚନା ଅନୁସାରେ ୫୦୦୦ ଗୀତ ଗାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଲତା ମଙ୍ଗେସକର ୪୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି ଓ ୪୦୦ କୋଟି ଟଙ୍କାର ସମ୍ପତ୍ତିର ସେ ଏକୁଟିଆ ମାଲିକ ଅଟନ୍ତି। ସାଉଥ ମୁମ୍ବାଇର ପେଡର ରୋଡ ସ୍ଥିତ ମଧୁକୁଞ୍ଜ ବିଲଡିଙ୍ଗରେ ଲତା ମଙ୍ଗେସକର ରୁହନ୍ତି। ତାଙ୍କ ପାଖରେ ୩ ଟି ଗାଡି ମଧ୍ୟ ଅଛି BMW, BENTLEY FLYING SPUR, AUDI A4।

Leave a Reply

Your email address will not be published. Required fields are marked *