ପୁଷ୍ପା ବନିଲେ ବର, ବରମାଳା ସମୟରେ କହିଲେ ‘ମେଁ ଝୁକେଗା ନେହି : ଦେଖନ୍ତୁ ଭିଡିଓ

ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଆଜିକାଲି ଚର୍ଚ୍ଚାରେ ରହିଛି । OTT ପ୍ଲାଟଫର୍ମରେ ଆସିବା ସତ୍ତ୍ବେ ପୁଷ୍ପା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି । ଚଳଚ୍ଚିତ୍ରର ଗୀତ, କାହାଣୀ ଠାରୁ ଆରମ୍ଭ କରି ଡ଼ାଇଲଗ୍ ପର୍ଯ୍ୟନ୍ତ ସମସ୍ତ ଜିନିଷକୁ ଦର୍ଶକ ପସନ୍ଦ କରିଛନ୍ତି । ପୁଷ୍ପା ଚଳଚ୍ଚିତ୍ରର ଡ଼ାଇଲଗ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ ହେଉଛି । ଲୋକମାନେ ଏହା ଉପରେ ରିଲ୍ ଏବଂ ଭିଡିଓ କରୁଛନ୍ତି ।

ପୁଷ୍ପାର କ୍ରେଜ୍ ବିବାହରେ ମଧ୍ୟ ଦେଖାଯାଉଛି । ଆଜିକାଲି ଭାଇରାଲ ହେଉଥିବା ଏକ ଭିଡିଓ ଏହାର ଉଦାହରଣ ଅଟେ । ଏହି ଭିଡିଓରେ ବର ବରମାଳା ସମୟରେ ପୁଷ୍ପାର ପ୍ରସିଦ୍ଧ ଡ଼ାଇଲଗ “ମେଁ ଝୁକେଗା ନେହି” କହୁଥିବାର ଦେଖିବାକୁ ମିଳୁଛି । ବରର ଏହି ଡ଼ାଇଲଗ କହିବାର ଟାଇମିଂ ମଧ୍ୟ ଜବରଦସ୍ତ ଅଟେ । କନ୍ୟା ତାଙ୍କୁ ବରମାଳା ପିନ୍ଧାଇବାକୁ ଯାଉଥିବା ସମୟରେ ସେ ଏହି ଡ଼ାଇଲଗ କୁହନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବର ଏବଂ କନ୍ୟା ଅନେକ ଅତିଥିଙ୍କ ମଧ୍ୟରେ ଠିଆ ହୋଇଛନ୍ତି । ବରମାଳା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କନ୍ୟା ହାତରେ ଏକ ଫୁଲମାଳ ଅଛି ଯାହାକୁ ସେ ବରକୁ ପିନ୍ଧାଇବେ । କିନ୍ତୁ ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି । କନ୍ୟା ବରକୁ ଫୁଲମାଳା ପିନ୍ଧାଇବା ବେଳେ ବର ପୁଷ୍ପାର ଲୋକପ୍ରିୟ ଡ଼ାଇଲଗ ‘ମେଁ ଜୁକେଗା ନେହି’ କୁହେ ।

ଏହି ଡ଼ାଇଲଗ କହିବା ସହ ବର ପୁଷ୍ପା ଭଳି ଅଭିନୟ ମଧ୍ୟ କରନ୍ତି । ତାଙ୍କ ଷ୍ଟାଇଲ ଦେଖି ସେଠାରେ ଉପସ୍ଥିତ ଥିବା ଅତିଥିଗଣ ହସିବାକୁ ଲାଗିଲେ । ଇନଷ୍ଟାଗ୍ରାମରେ ଏହି ଭିଡିଓ instantbollywood ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ବରର ଷ୍ଟାଇଲକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି ଏବଂ ଭିଡିଓ ଉପରେ ମଜାଦାର କମେଣ୍ଟ କରୁଛନ୍ତି ।

ଜଣେ ଉପଭୋକ୍ତା ଲେଖିଥିଲେ,’ସମସ୍ତ ବର ପୁଷ୍ପା ଫିଲ୍ମ ଦେଖିବା ପରେ’ । ଅନ୍ୟଜଣେ ଲେଖିଛନ୍ତି, “ପୁଅ, ତୁମକୁ ବିବାହ ପରେ ସାରା ଜୀବନ ନଇଁବାକୁ ପଡିବ” । ଏଥିସହିତ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ପୁଷ୍ପାର କ୍ରେଜ ବର୍ତ୍ତମାନ ବିବାହରେ ମଧ୍ୟ ବ୍ୟାପିଛି । ସମସ୍ତେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ।

ତେବେ ଆପଣମାନେ ବରର ଏହି ଷ୍ଟାଇଲକୁ କିପରି ପସନ୍ଦ କରୁଛନ୍ତି କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ । ଏଥିସହ ଯଦି ଆପଣ ଭିଡିଓଟିକୁ ପସନ୍ଦ କରୁଛନ୍ତି ତେବେ ଏହାକୁ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସେୟାର କରିବାକୁ ଭୁଲନ୍ତୁ ନାହିଁ । ବିଶେଷକରି ସେମାନଙ୍କୁ ସେୟାର କରନ୍ତୁ ଯେଉଁମାନେ ବିବାହ କରିବାକୁ ଯାଉଛନ୍ତି । ଯାହାଦ୍ଵାରା ସେ ମଧ୍ୟ ତାଙ୍କ ବିବାହରେ ଏହିପରି ମଜାଳିଆ ମୁହୂର୍ତ୍ତ ସୃଷ୍ଟି କରିପାରିବେ ।

Leave a Reply

Your email address will not be published. Required fields are marked *