ପୁଣିଥରେ ସବୁଠି ରାଣୀପଣ୍ଡାଙ୍କ ନାଁ ! ରାଣୀ ପଣ୍ଡାଙ୍କ ନୃତ୍ୟ ଦେଖି ବିମୋହିତ ହେଲେ ଦର୍ଶକ :-

ଓଡ଼ିଶାରେ ରାଣୀ ପଣ୍ଡାଙ୍କୁ କିଏ ବା ନଜାଣେ ? କେହି ତାଙ୍କୁ ପସନ୍ଦ କରନ୍ତୁ କିମ୍ବା ନା ପସନ୍ଦ କରନ୍ତୁ କିନ୍ତୁ ସବୁ ଘରେ ଘରେ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । କାରଣ ତାଙ୍କ ବ୍ୟକ୍ତିତ୍ବ ହିଁ ସେହି ଧରଣର । ଯାହା କହନ୍ତି ସମସ୍ତଙ୍କ ସାମ୍ନାରେ ଆଉ ରୋକ ଠୋକ । କାହାକୁ ଭୟ ନାହିଁ । ବାସ୍ତବରେ କହିବାକୁ ଗଲେ ଆଜିକାଲିକା ଦୁନିଆରେ ଏମିତି ବ୍ୟକ୍ତିତ୍ୱର ଲୋକେ ହିଁ ଦୁନିଆରେ ସବୁ ସମସ୍ୟାକୁ ସାମ୍ନା କରି ରହି ପାରିବେ । ତେବେ ରାଣୀ ପଣ୍ଡା ପ୍ରଥମେ ଏକ ଯାତ୍ରା ଡାନ୍ସକୁ ନେଇ ବିବାଦରେ ରହିଥିଲେ । ଯାହାପରେ ସେ ଅନେକ ଥର ନିଜ ବୟାନକୁ ନେଇ ଗଣମାଧ୍ୟମକୁ ମଧ୍ୟ ଆସିଛନ୍ତି ।

ବର୍ତ୍ତମାନ ସମୟରେ ମଧ୍ୟ ରାଣୀ ପଣ୍ଡା ଚର୍ଚ୍ଚାରେ ରହିଛନ୍ତି । ମାତ୍ର ତାହା କୌଣସି ବିବାଦକୁ ନେଇ ନୁହେଁ ବରଂ ନିଜର ଅଭିନୟକୁ ନେଇ । ବର୍ତ୍ତମାନ ରାଣୀପଣ୍ଡାଙ୍କ ଅଭିନୟରେ ସମସ୍ତେ ବିମୋହିତ ହୋଇ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ସୂଚନା ଅନୁଯାୟୀ ଶାଳପଡ଼ା ଗାଁରେ ଦୁଇଦିନ ଧରି ଏକ ଉତ୍ସବରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯେଉଁଠି ରାଣୀପଣ୍ଡା କଳାକାର ଭାବରେ ନଜର ଆସିଥିଲେ ଏବଂ ଦୁଇଦିନ ଧରି ଦର୍ଶକଙ୍କ ମନରଞ୍ଜନ କରିଥିଲେ । ତେବେ ତାହାକୁ ନେଇ ସବୁ ଲୋକେ ଖୁବ ଖୁସି ଅଛନ୍ତି ଏବଂ ତାଙ୍କ ଅଭିନୟ ଏବଂ ନୃତ୍ୟର ପ୍ରଶଂସା କରିବାରେ ଲାଗିଛନ୍ତି ।

ପାଞ୍ଚ ପଞ୍ଚାୟତକୁ ନେଇ ମ୍ୟୁନିସିପାଲିଟି ଅଞ୍ଚଳରୁ ଅନେକ ଲୋକ ଦୁଇଦିନ ଧରି ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରାରେ ରାଣୀ ପଣ୍ଡା ଏକ ଭିନ୍ନ ଲୁକରେ ପ୍ରଥମେ ନୃତ୍ୟ ପରିବେଷଣ କରିଥିଲେ । ତାପରେ ଏକ ଭିନ୍ନ ଲୁକରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ । କରୋନା କାରଣରୁ ଗତ ଦୁଇ ବର୍ଷ ପରେ ଏଭଳି ନାଟକ ଦେଖି ଲୋକ ଖୁବ ବିମୋହିତ ହୋଇଛନ୍ତି । ନାଟକରେ ଏକ ସୁନ୍ଦର କାହାଣୀ ରହିଛି । ଯେଉଁଥିରେ ପ୍ରଥମେ ରାଣୀ ପଣ୍ଡା ଜଣେ ଗାଉଁଲି ଝିଅ ଭାବରେ ଆସି ଏଭଳି ଅଭିନୟ କରିଛନ୍ତି ତାହାକୁ ଦେଖି କେହିବି ବିଶ୍ୱାସ କରି ପାରି ନାହାଁନ୍ତି ।

ତେବେ ଆପଣ ମାନେ ଜାଣି ପାରୁଥିବେ ଯେ ଯେଉଁ ମହିଳାଙ୍କୁ ଅନେକ ଲୋକ ତାଙ୍କର ରୋକଠୋକ ବୟାନ ଦେବା ନୀତି ଏବଂ ତାଙ୍କ ବଞ୍ଚିବାର ଶୈଳୀକୁ ନେଇ ଅନେକ କିଛି କହନ୍ତି ସେହି ମହିଳା ହିଁ ସମସ୍ତଙ୍କ ଠାରୁ ପ୍ରଶଂସାର ପାତ୍ର ହେଉଛନ୍ତି । ସମସ୍ତଙ୍କ ମୁହଁରେ ବର୍ତ୍ତମାନ ରାଣୀ ପଣ୍ଡାଙ୍କ ନାଁ । ତେବେ ରାଣୀ ପଣ୍ଡାଙ୍କୁ ଅନେକ ସମୟରେ ଅନେକ କାରଣକୁ ନେଇ ଟ୍ରୋଲ କରାଯାଇ ଥାଏ । ମାତ୍ର ସେ ସେସବୁକୁ ଅଣଦେଖା କରନ୍ତି ।ଏବେ ତାଙ୍କର ଏପରି ପ୍ରଦର୍ଶନ ପାଇଁ ଲୋକେ ଆଶା ରଖିଛନ୍ତି ଯେ ଆଗକୁ ମଧ୍ୟ ଏହିଭଳି ପ୍ରଦର୍ଶନ କରିବେ ।

Leave a Reply

Your email address will not be published. Required fields are marked *