ଧର ଧର କହୁ କହୁ ଅଥଳ ପାଣିକୁ ଡେଇଁ ପଡିଲେ ଯୁବକ ଆଉ ତାପରେ …. ଦେଖନ୍ତୁ ଭିଡିଓ

ମୁଣ୍ଡୁଳିରେ ଅଥଳ ଜଳ ରାଶି ଉପରୁ ତଳକୁ ଚାହିଁଲେ ମୁଣ୍ଡ ଘୁରେଇ ଦେଉଛି। ପାଣିକୁ ଦେଖିଲେ ମନରେ ଭୟ ଆସୁଛି ହେଲେ କିଏ ସେହି ଯୁବକ ଯିଏ ଏହି ପାଣିକୁ ନଡ଼ରି ତା ମଧ୍ୟକୁ ଡେଇଁ ପଡିଲେ। ଯୁବକଙ୍କର ପାଣିକୁ ଭୟ ନଥିଲା ନା ଜୀବନକୁ ଲୋଭ ନଥିଲା କଣ ଘଟିଥିଲା ଯୁବକଙ୍କ ସହିତ କେଉଁଥି ପାଇଁ ଯୁବକ ପାଣି ଭିତରକୁ ଡେଇଁପଡ଼ିଥିଲେ।

କଟକର ମୁଣ୍ଡୁଳିରେ ଘଟିଛି ଏହିଭଳି ଏକ ସାଙ୍ଘାତିକ ଘଟଣା। ଜଣେ ଯୁବକ ସ୍କୁଟି ଧରି ଆସୁଥିବା ବେଳେ ବ୍ରିଜ ଉପରେ ଗାଡିଟିକୁ ରଖିଦେଇଥିଲେ ଆଉ ତା ପରେ ଗାଡି ଉପରେ ନିଜର ପର୍ସକୁ ଥୋଇ ଦେଇ ସିଧା ଡେଇଁ ପଡ଼ିଥିଲେ ପାଣି ଭିତରକୁ। ରୁହ ରୁହ ଧର ଧର ପଡିଗଲା କହି ଚିଲେଇ ଉଠିଲେ ଲୋକେ। ହେଲେ ସେହି ସୁ ସୁ ଗର୍ଜନ କରି ଯେଉଁ ସୁଅ ଚାଲୁଥିଲା ତା ମଧ୍ୟକୁ ପଶି ଯୁବକଙ୍କୁ ବଞ୍ଚାଇବାକୁ କେହି ସାହସ ଜୁଟାଇ ପାରିଲେ ନାହିଁ।

ବ୍ରିଜ ଉପରେ ଥିଲେ ଶହ ଶହ ଲୋକେ ଏବେ ବନ୍ୟା ଜଳ ଆସିଥିବାରୁ ଲୋକେ ମୁଣ୍ଡୁଳି ବ୍ରିଜ ଉପରେ ଛିଡା ହୋଇ ବଢି ପାଣିର ମଜା ନେଉଥାନ୍ତି ହେଲେ କିଏ ଜାଣିଥିଲା ସକାଳୁ ସକାଳୁ ନିଜ ଜୀବନ ଦେବାକୁ ଯୁବକ ଜଣଙ୍କ ମନସ୍ଥ କରି ଆସିଛନ୍ତି ବୋଲି। କେହି କିଛି ବୁଝିବା ଆଗରୁ ହଟାତ ଯୁବକ ଡେଇଁ ପଡ଼ିଥିଲେ ପାଣି ଭିତରକୁ ଆଉ ପାଣିର ସୁଅ ଯୁବକଙ୍କୁ ଭସାଇ ଭସାଇ ନେଇଯାଇଥିଲା ଆଗକୁ ଆଗକୁ। ଏହି ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ବଦେବ ଦାସ ତାଙ୍କ ନିଜ ଘର ହେଉଛି ଖୋର୍ଦ୍ଧା ତୁରିକେରା।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯୁବକ ଜଣଙ୍କ ନିଶା ସେବନ କରିଥିଲେ ଓ ନିଶାସକ୍ତ ଅବସ୍ଥାରେ ଆସି ଗାଡି ରଖି ଡେଇଁବା ପାଇଁ ଉଦ୍ୟମ କରୁଥିବା ବେଳେ ଲୋକେ ଅଟକାଇଥିଲେ ସୁଦ୍ଧା ଯୁବକ କାହା କଥା ନଶୁଣି ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ। ହେଲେ ଲୋକଙ୍କ କହିବା କଥା ଅନୁଯାୟୀ ଯୁବକ ଜଣଙ୍କ ନିଶାସକ୍ତ ଥିବାରୁ ବ୍ରିଜର ବାଡ଼ ଉପରେ ଯୁବକ ଜଣଙ୍କ ଓଲଟା ବସିଥିଲେ ଓ ଓଲଟା ବସିବା ଫଳରେ ଯୁବକ ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ।

ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି କରିବା ଜାରି ରଖିଥିବା ବେଳେ ଯୁବକଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ। ସେପଟେ ପ୍ରଶ୍ନ ଉଠୁଛି କି ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ପାଣି ମଧ୍ୟକୁ ଡେଇଁ ପଡ଼ିଥିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି ତେବେ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହା ପଛର ପ୍ରକୃତ କାରଣ କଣ ତାହା ସାମ୍ନାକୁ ଆସି ନାହିଁ।

Leave a Reply

Your email address will not be published. Required fields are marked *