ଅଳତା ଏହି ପରି ଲଗାଇଲେ- ଗୃହ ଏବଂ ସ୍ବାମୀ ଜୀବନରେ ଧନର ବର୍ଷା ହେବ।

ବନ୍ଧୁମାନେ ଆପଣ ମାନେ ଜାଣିଥିବେ ଶାସ୍ତ୍ର ଅନୁଯାୟୀ ଜଣେ ନାରୀର ବିବାହ ପରେ ବହୁ କିଛି ନୀତି ନିୟମ ମାନିବାକୁ ରହିଛି। କାରଣ ଜଣେ ବିବାହିତ ନାରୀର ୧୬ ଶୃଙ୍ଗାର ହୋଇଥାଏ। ଏହି ସମସ୍ତ ଶୃଙ୍ଗାରର ନିଜ ନିଜର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି। ଏଥିରୁ ଅଳତା ହେଉଛି ଏକ ଅନ୍ୟତମ ଶୃଙ୍ଗାର ଯାହା ମହିଳାଙ୍କ ପାଦକୁ ସୁନ୍ଦର୍ କରିଥାଏ ତାହା ନୁହେଁ ବରଂ ଏହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ।

ଏହା ଲଗେଇବା ଦ୍ଵାରା ସୁନ୍ଦରତା ବଢିବା ସାଙ୍ଗକୁ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ ମଧ୍ୟ କରିଥାଏ। ଏହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ସଙ୍ଗେ ସଙ୍ଗେ ଧନର ବର୍ଷା ମଧ୍ୟ ହୋଇଥାଏ। ପୌରାଣିକ କାଳରୁ ଦେବା ଦେବୀଙ୍କର ପାଦରେ ଅଳତାର ବ୍ୟବହାର ରହିଛି। ମାତାଲକ୍ଷ୍ମୀଙ୍କର ମଧ୍ୟ ଏହାକୁ ନେଇ ଏକ ନାମ ରକ୍ତ ଚରଣ ବୋଲି ରହିଛି।

ସାଧାରଣତଃ କୁମାରୀ ମାନଙ୍କୁ ଗୌରୀ ଏବଂ ବିବାହିତ ମହିଳା ମାନଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ। ଯେପରି ମାତା ଲକ୍ଷ୍ମୀଙ୍କ ପାଦ କେବେ ଖାଲି ନଥାଏ। ସେହିପରି ବିବାହିତ ମହିଳା ମାନେ ତାଙ୍କ ପାଡ କେବେ ଖାଲି ରଖିବା ଅନୁଚିତ୍। ଏମାନେ ଅଳତାର ଶୃଙ୍ଗାର କରିବା ଉଚିତ୍। ଏହା ବର୍ତ୍ତମାନ ସହରାଞ୍ଚଳରେ ଦେଖିବାକୁ ମିଳେନି ହେଲେ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ।

ସାଧାରଣତଃ ବିବାହ କାର୍ଯ୍ୟ, ପୂଜା ପାଠ ଏବଂ ମାଙ୍ଗଳିକ କାର୍ଯ୍ୟରେ ଅଳତା ଶୃଙ୍ଗାର କରାଯାଏ। କୁମାରୀ ଏବଂ ମହିଳା ମାନେ ଅନ୍ୟ ସମୟରେ ପାଦକୁ ଖାଲି ରଖି ଥାଆନ୍ତି କିନ୍ତୁ ଏପରି କରିବା ଅନୁଚିତ୍। କାରଣ ରାହୁ ଗ୍ରହ ଏପରି ଏକ ଗ୍ରହ ଯାହା ପ୍ରତ୍ୟେକ ଗୃହରେ ଦୁକଃ,କଳହ, ଅଶାନ୍ତି ଏବଂ ଦାରିଦ୍ର୍ୟତା କରିବାରେ ସର୍ବଦା ପ୍ରସ୍ତୁତ ରହିଥାଏ। ରାହୁ ଗ୍ରହକୁ କେବଳ ଗୋଟିଏ ଜିନିଷ ଶାନ୍ତ କରିଥାଏ। ରାହୁ ଲାଲ ରଙ୍ଗର ପ୍ରତୀକ ହୋଇଥାଏ ଓ ସେ ମାତା ଲକ୍ଷ୍ମୀଙ୍କ ପାଦ ଦେଖିଲେ ହିଁ ଶାନ୍ତ ରହିଥାଏ। ତେଣୁ ଗୃହର ମହିଳାଙ୍କର ଲାଲ ପାଦ ଦେଖିଲେ ରାହୁ ଶାନ୍ତ ହୋଇଥାଏ।

ଏହା ମାନ୍ୟତା ଅଛି କି ଘରର ବୋହୂ ଶାଶୁ ଘରକୁ ଆସିବା ମାତ୍ରେ ସକାଳୁ ଉଠି ଅଳତା ଶାଶୁ, ନଣନ୍ଦ ଆଦିଙ୍କୁ ଲଗାଇବାର ବିଧି ରହିଛି। ଏହାପରେ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥାଏ। କିଛି ଅଳତା ଲଗେଇଲେ ଗୃହକୁ ଦୁଃଖ, ଦୁର୍ଦ୍ଦଶା ଆସିନଥାଏ। ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପ୍ରାପ୍ତି ହୋଇଥାଏ। ଗୃହକୁ ନକାରାତ୍ମକ ଉର୍ଯାର ପ୍ରବେଶ ମଧ୍ୟ ହୋଇଥାଏ। ଏହା ଦ୍ଵାରା ଗୃହରେ ସୁଖ,ସମୃଦ୍ଧି ବୃଦ୍ଧି ପାଇଥାଏ। ଘରେ ଶାନ୍ତି ଆସିଥାଏ ଓ ଦେହରୁ ଅନେକ ରୋଗ ବ୍ୟାଧି ଦୂର ହୋଇଥାଏ ଓ ମନ,ମସ୍ତିସ୍କ ଶାନ୍ତ ରହିଥାଏ।

ପାଦ ଫଟା ରୋଗ ଅବା ପାଣି ଖିଆ ରୋଗ ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ନିୟମ ରହିଛି କି ଅଳତା ଲଗେଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଲଗେଇବା ଅନୁଚିତ୍। ଘରର ଦୁଆର ବନ୍ଧ ଉପରେ ଅଳତା ଲଗେଇବା ନିଷେଧ ଅଟେ। ଏହା ପବିତ୍ର ହୋଇଥିବାରୁ ଏହାକୁ ପବିତ୍ର ସମୟରେ ଲଗେଇବା ଉଚିତ୍। ତେଣୁ ମହିଳା ମାନଙ୍କ ମାସିକ ଧର୍ମ ଅବା ଶୁଦ୍ଧି କ୍ରିୟା ସମୟରେ ଏହାକୁ ଲଗେଇବା ନିଷେଧ ଅଟେ।

ଶୁଦ୍ଧିକ୍ରିୟା ସମୟର ଘରକୁ ବାରିକ ମହିଳା ମାନେ ଆସି ଅସୁଧୀ ମହିଳା ମାନଙ୍କୁ ଅଳତା ଲଗାଇ ସୁଚିମନ୍ତ କରିଥାନ୍ତି। ଏଣୁ ଅଳତା ଏକ ପବିତ୍ର ଜିନିଷ ହୋଇଥାଏ। ମହିଳା ମାନେ ଦେହ ତ୍ୟାଗ କଲେ ସେମାନଙ୍କୁ ଅଳତା ଲଗାଇ ଶ୍ମଶାନକୁ ନେଇଥାନ୍ତି। ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶାସ୍ତ୍ରରେ କିଛି ଉପାୟ ମାନ ରହିଛି।

ବୁଧ ବାର ରାତି ପରେ ଅବା ଗୁରୁବାର ସକାଳ ଆରମ୍ଭରେ ମାତା ଲକ୍ଷ୍ମୀଙ୍କର ଅଳତାରେ ପାଦ ଆଙ୍କି ଦିଅନ୍ତୁ। ଏହାକୁ ମୁଖ୍ୟ ଦ୍ଵାର ଅବା ଠାକୁର ଘର ଦୁଆର ବନ୍ଧରେ ମାତାଙ୍କର ପାଦ ଚିହ୍ନ ଅଳତାରେ ଆଙ୍କି ଦିଅନ୍ତୁ। ସେହି ପାଦ ପାଖରେ ବସି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ। ଏହାର ଉପରକୁ ଦୁବ, ବରକୋଳି ପତ୍ର, ଅରୁଆ ଚାଉଳ,କୁସୁମ ଫୁଲ ଏବଂ ମନ୍ଦାର ଫୁଲ ଦ୍ଵାରା ପୁଷ୍ପାଞ୍ଜଳି ଦିଅନ୍ତୁ। ଧୂପ ଦୀପ ଦେଇ ପୂଜା କରନ୍ତୁ। ଯାହା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି। ଯାହା ଦ୍ଵାରା ଗୃହରେ ଧନର ବର୍ଷା ହେବା ସାଙ୍ଗକୁ ଗୃହ ସୁଖ, ସମୃଦ୍ଧିରେ ଭରି ଯାଏ। ଏହା ଥିଲା ଅଳତାକୁ ନେଇ କିଛି ଜଣା ଅଜଣା କଥା ଯାହା ଆମକୁ ଜାଣିବା ଅତ୍ୟନ୍ତ ଜରୁରୀ।

Leave a Reply

Your email address will not be published. Required fields are marked *