ଶାଳୀ ପଶୁଥିଲା ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ଭିତରେ, ଘଟିଗଲା ଏଭଳି କିଛି , ଜାଣିଲେ ଅବାକ ହୋଇଯିବେ ଆପଣ

କୁହାଯାଏ ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ଅତ୍ୟନ୍ତ ପବିତ୍ର ସମ୍ପର୍କ । ଯଦି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ରହିଥାଏ , ତେବେ ତାଙ୍କ ସମ୍ପର୍କକୁ କେହି ବି ଭାଙ୍ଗି ପାରିବେ ନାହିଁ । ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଥିଲେ , କେହି ବି ସେମାନଙ୍କ ଭିତରକୁ ପଶିପାରିବେ ନାହିଁ । ଏହି ଗଭୀର ଡୋରକୁ ଭାଙ୍ଗିବା ତ ଦୂରର କଥା କେହି ଛୁଇଁ ବି ପାରିବେ ନାହିଁ , ଯଦି ସେମାନଙ୍କର ଗଠନ ପ୍ରକ୍ରିୟା ଦୃଢ଼ ହୋଇଥିବ । ତେବେ ବର୍ତ୍ତମାନର ସମାଜରେ ଏଭଳି ଅନେକ ଅଛନ୍ତି , ଯେଉଁମାନଙ୍କର ଏହି ଡୋର ଟିକିଏ ଅସୁବିଧାରେ ଭାଙ୍ଗି ଯାଉଛି । ଆଉ ଘଟିଯାଉଛି ଅନେକ ଘଟଣା ।

କିଛିଦିନ ପୂର୍ବରୁ ଆଉ ଏକ ନିର୍ମମ ହତ୍ୟାକାଣ୍ଡର ଘଟଣା ସାମ୍ନାକୁ ଆସିଅଛି , ଯାହାକୁ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ସୂଚନା ମୁତାବିକ , ନିଜ ସ୍ତ୍ରୀ ଏବଂ ଶାଳୀକୁ ଟାଙ୍ଗିଆରେ ହାଣି ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି । ଯାହାଙ୍କ ନାମ ହେଉଛି ବିଜୟ କେତନ । ତେବେ କୌଣସି ମାନସିକ ଚାପରେ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବାର ଅନୁମାନ କରାଯାଉଛି ।

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେଉଁ ବେଡ଼ ରୁମ୍ ରେ ସୀମିତ ରହିବା କଥା ତାହା ବାହାର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ଆଉ ଏହାର ନାୟିକା ସାଜିଥିଲେ ଶାଳୀ । ସୂଚନା ଅନୁଯାୟୀ , ବାହାଘରର ବହୁ ବର୍ଷ ପରେ ମଧ୍ୟ ବିଜୟ କେତନଙ୍କର କୌଣସି ପିଲା ଛୁଆ ନଥିଲେ । ଯେଉଁଥିପାଇଁ ତାଙ୍କ ଶାଳୀ ଏବଂ ସ୍ତ୍ରୀ ବହୁ ସମୟରେ ତାଙ୍କୁ ସମାଲୋଚନା କରୁଥିଲେ । ଯାହାକୁ ସହି ପାରୁନଥିଲେ ବିଜୟ । ରାଗ ଜର୍ଜରିତ ହୋଇ ମନେ ମନେ ରହୁଥିଲେ ।

ତେବେ ହଠାତ ତାଙ୍କ ମୁଣ୍ଡରେ ଭୁତ ପଶି ଯାଇଥିଲା । କ୍ରୋଧରେ ଏଭଳି କିଛି ଘଟାଇଦେଲେ , ଯାହା ଚାରିଆଡେ ହଇଚଇ ସୃଷ୍ଟି କରିଦେଲା । କିଛି ଦିନ ପୂର୍ବରୁ ତାଙ୍କ ଶାଳୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ବହୁତ ଦୁଃଖର ବିଷୟ । ତେବେ ହଠାତ ତାଙ୍କୁ ଦିନେ ହଷ୍ଟେଲରୁ ଡାକି ଆଣି ଗୋଟିଏ ଘର ଭିତରେ ଘଟାଇ ଦେଇଥିଲେ ଏଭଳି କାଣ୍ଡ । ନିଜ ସ୍ତ୍ରୀ ଏବଂ ଶାଳୀକୁ ଟାଙ୍ଗିଆରେ ହାଣି ଦେଇ ହତ୍ୟା କରି ଦେଇଥିଲେ । ଆଉ ଶବ ସହ ତିନି ଦିନ ବିତାଇଥିଲେ । ସ୍ତ୍ରୀର ଶବକୁ ସେ ବ୍ରେଡ଼ ଏବଂ ପାଣି ପିଇବାକୁ ଦେଉଥିଲେ । ଶବ ପାଖରେ ଗୋଟିଏ ହାତ ଲେଖା ଚିଠି ଛାଡି ଦେଇଥିଲେ ।

ତେବେ ଅଭିଯୁକ୍ତଙ୍କର ଶଶୁର ଏବଂ ଶାଶୁ ଝିଅଙ୍କୁ ଖୋଜିଥିଲେ ଆଉ ପାଇ ନଥିଲେ । ଘର ଆଗରୁ ତାଲା ପଡିଥିବାର ଦେଖି ସେମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଜୟଙ୍କ ଠାରୁ କୌଣସି ପ୍ରକାରର ଉତ୍ତର ପାଇନଥିଲେ । ତେବେ ତିନି ଦିନ ପରେ ବିଜୟ ସ୍କୁଟିରେ ଫେରାର ହେବାକୁ ବସି ଥିବା ବେଳେ ସେମାନେ ବିଜୟକୁ ଧରି ପୋଲିସ ପାଖରେ ଜିମା ଦେଇଥିଲେ । ତେବେ ଶବ ପାଖରୁ ମିଳିଥିବା ହାତ ଲେଖା ଚିଠିରେ ବିଜୟ ନିଜର ସମସ୍ତ ଭୁଲ୍ ସ୍ୱୀକାର କରିଛନ୍ତି ଆଉ ନିଜକୁ ଦାୟୀ ବୋଲି କହିଛନ୍ତି ।

ତେବେ ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ପହଞ୍ଚି ନମୁନା ସଂଗ୍ରହ କରୁଛି । ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି । ଶାଶୁ ଏବଂ ଶଶୁରଙ୍କର ବୟାନ ରେକର୍ଡ କରିଛି ପୋଲିସ । ବିଜୟଙ୍କର ସ୍କୁଟି ଏବଂ ରକ୍ତ ଲଗାବ୍ୟାଗ ଜବତ କରିଛି ପୋଲିସ । କିନ୍ତୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ପାରିନାହିଁ ପୋଲିସ ।

Leave a Reply

Your email address will not be published. Required fields are marked *