ଡ୍ରାଇଭର ସ୍ୱୀକାର କଲା ନିଜର ଭୁଲ୍ , କହିଲା ମୁଁ ସିଲସିଲା ବେହେରାଙ୍କୁ ଭଲ ପାଏ…

ରାଜଧାନୀର ବହୁଚର୍ଚ୍ଚିତ ସୁପାରୀ କିଲର ମାମଲାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନିଜ ସ୍ୱାମୀଙ୍କୁ ହ-ତ୍ୟା କରିବାପାଇଁ ସୁପାରୀ ଦେଇଥିବା ମହିଳା ସିଲସିଲା ବେହେରାଙ୍କର ପରଦା ପଛର ନୂଆ ଚେହେରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ମାମଲାରେ ନୂଆ ନୂଆ ବୟାନ ସାମ୍ନାକୁ ଆସୁଛି , ଆଉ ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଯେଉଁ ମହିଳା ନିଜକୁ ନିର୍ଦୋଷ ବୋଲି କହି ସାମ୍ବାଦିକ ସମ୍ମିଳନୀ କରିଥିଲେ, ସେହି ମହିଳା ଆଜି ନିଜେ ଦୋଷୀ ପ୍ରମାଣିତ ହେଲେ ।

ସୂଚନା ଅନୁଯାୟୀ , ସିଲସିଲା ବେହେରା ନିଜ ଇଂଜିନିୟର ସ୍ୱାମୀ ବିନାୟକ ବେହେରାଙ୍କୁ ହ-ତ୍ୟା କରିବାପାଇଁ ସୁପାରୀ ଦେଇଥିବାର କଥା ଆପଣ ସମସ୍ତେ ଜାଣିଥିବେ । କିନ୍ତୁ ଏହି କଥାକୁ ସେ ବାରଣ କରିଦେଇଥିଲେ । ଆଉ ଏଭଳି ଭାବରେ ମନ୍ତବ୍ୟ ଦେଇଥିଲେ କି , ଯେ କେହି ବି କହିବ କି ସେ ନିର୍ଦୋଷ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଡ୍ରାଇଭର ପ୍ରେମିକ ଅଶୋକ ସମସ୍ତ ସତ୍ୟ ସ୍ୱୀକାର କରିଛନ୍ତି ଆଉ କହିଛନ୍ତି କି ସିଲସିଲା ଆଉ ସେ ପରସ୍ପରକୁ ଭଲପାଆନ୍ତି ଆଉ ସେଥିପାଇଁ ସେମାନେ ଏଭଳି ଘଟଣା ଘଟାଇଥିଲେ ।

ତେବେ ଏହି ମାମଲାରେ ସିଲସିଲାଙ୍କର ସ୍ୱାମୀ ବିନାୟକ ଥାନାରେ ଏତଲା ଦେଇଥିଲେ ଆଉ ତାଙ୍କ ପତ୍ନୀ ତାଙ୍କୁ ମାରି-ବା ପାଇଁ ଜଣଙ୍କୁ ସୁପାରୀ ଦେବା କଥା ମଧ୍ୟ କହିଥିଲେ । ତାଙ୍କ କହିବା ଅନୁସାରେ , ତାଙ୍କ ସ୍ତ୍ରୀ ଡ୍ରାଇଭରଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ଆଉ ଯେତେବେଳେ ସେ ଏ ବିଷୟରେ ଜାଣି ଦେଇଥିଲେ, ସେତେବେଳେ ତାଙ୍କୁ ମାରିବା ପାଇଁ ତାଙ୍କ ସ୍ତ୍ରୀ ଚେଷ୍ଟା କରିଥିଲେ ।

ଆଉ ଘରୁ ବାହାରକୁ ବାହାରି ଯିବା ପରେ ଡ୍ରାଇଭର ଆଉ ଦୁଇ ଜଣ ଲୋକ ଆସି ତାଙ୍କ ଉପରକୁ ଅତ୍ୟନ୍ତ ମର-ଣାତ୍ମକ ଭାବରେ ଆକ୍ରମ-ଣ କରିଥିଲେ । ତେବେ ଡ୍ରାଇଭର ଏହି କଥାକୁ ସ୍ୱୀକାର କରିଥିଲେ ଆଉ କହିଥିଲେ କି , ବିନାୟକଙ୍କୁ ମା-ରିବା ପାଇଁ ସିଲସିଲା ସୁପାରୀ ଦେଇଥିଲେ ।

ବର୍ତ୍ତମାନ ସମୟରେ ପୋଲିସ ସିଲସିଲାଙ୍କୁ ଧରିବା ଲାଗି ଅତ୍ୟନ୍ତ ଚେଷ୍ଟା କରୁଛି । କାରଣ ଗଣମାଧ୍ୟମ ଆଗରେ ଗୋଟିଏ କଥା ଆଉ ପଛରେ ଗୋଟିଏ କଥା କହିଥିଲେ ସିଲସିଲା । ସେ କହିଥିଲେ କି ଅଶୋକ ଡ୍ରାଇଭର ତାଙ୍କର ଧରମ ଭାଇ ଅଟନ୍ତି । କିନ୍ତୁ ପଛରେ ସେ ତାଙ୍କ ସହ ରାସଲୀଳା କରୁଥିଲେ । ଏହା ସହ ବିନାୟକ କହିଛନ୍ତି , ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥାଏ । ତେବେ ବର୍ତ୍ତମାନ ସମୟରେ ପୋଲିସ ସିଲସିଲାଙ୍କୁ ଗିରଫ କରିବା ପାଇଁ ଖୋଜୁଅଛି ଏବଂ ଡ୍ରାଇଭର ଅଶୋକଙ୍କୁ ଗିରଫ କରିନେଇଛି ।

Leave a Reply

Your email address will not be published. Required fields are marked *