ଜଣା ପଡ଼ିଲା ନବ ଦାସ ହ-ତ୍ୟା ମାମ-ଲାର ସବୁ ରହସ୍ୟ । କ୍ରାଇମବ୍ରାଞ୍ଚ ଆଗରେ ଖୋଲି କହୁଛି ଗୋପାଳ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମ-ଲାରେ କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିଛି । ନବ ଦାସଙ୍କ ହ-ତ୍ୟା ଦିନ ଅର୍ଥାତ ୨୯ ତାରିଖ ଠାରୁ ହ-ତ୍ୟାକା-ରୀ ଅଭି-ଯୁକ୍ତ ଏଏସଆଇ ଗୋପାଳକୁ କଷ୍ଟଡିରେ ନେଇ କ୍ରାଇମବ୍ରାଞ୍ଚ ପଚ-ରା ଉ-ଚୁରା କରୁ ଆସୁଛି । ତେଣୁ ଦିନକୁ ଦିନ ନବ ଦାସ ହ-ତ୍ୟା ମାମ-ଲା ଉପରେ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ଗୋପାଳ ନିଜେ ହିଁ ନବ ଦାସଙ୍କୁ ହ-ତ୍ୟା କରିବାର କାରଣ କହିଛି । ତେବେ ମନ୍ତ୍ରୀଙ୍କୁ ମା-ରିବା ପଛରେ କେଉଁମାନେ ଅଛନ୍ତି , କାରଣ କଣ ଏବଂ ଏହା ପଛରେ ରାଜନୈତିକ ଷ-ଡ଼ଯ-ନ୍ତ୍ର ଅଛିକି ନାହିଁ , ଏ ବିଷୟରେ କ୍ରାଇମବ୍ରାଞ୍ଚକୁ ଅନେକ ପ୍ରମାଣ ମିଳିଛି ।

କାରଣ ଏହି ମାମ-ଲାରେ ଅନେକ ବଡ଼ ବଡ଼ ଲୋକଙ୍କ ହାତ ରହିଛି । ତେଣୁ ଏସବୁ ମାମ-ଲାକୁ କିଭଳି ପ-ର୍ଦାଫା-ସ କରିବ ସେଥିପାଇଁ କ୍ରାଇମବ୍ରାଞ୍ଚ ଦ୍ଵନ୍ଦରେ ରହିଛି । ଏପଟେ ପାଞ୍ଚ ଦିନିଆ ରି-ମାଣ୍ଡ ଅବଧି ସରିବା ପରେ ଏହି ହ-ତ୍ୟାକା-ଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ହାତରେ ଅନେକ ବଡ଼ ବଡ଼ ପ୍ରମାଣ ମିଳିଛି । ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିବା ପରେ ଗୋପାଳର ଘର ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ସବୁଠି କ୍ରାଇମବ୍ରାଞ୍ଚ ଯାଞ୍ଚ କରିଛି । ଶେଷରେ ଲାଟିନ ଟାଙ୍କିକୁ ମଧ୍ୟ କ୍ରାଇମବ୍ରାଞ୍ଚ ଛାଡ଼ି ନାହିଁ ।

କାରଣ ସୂଚନା ମିଳିଥିଲା ଯେ ଏହି ହ-ତ୍ୟାକା-ଣ୍ଡର ମାଷ୍ଟର ପ୍ଲାନ ସେ ପାଇଖାନା ଟାଙ୍କି ଭିତରେ ଲୁ-ଚାଇ ରଖିଛି । ତେବେ ସେ ଷ-ଡ଼ଯ-ନ୍ତ୍ର ନିଜ ଭାଇ ସହିତ ମିଶି ରଚିଥିଲା । କାରଣ ଲାଟିନ ଟାଙ୍କିରୁ ଏକ ହାତ ଲେଖା ଚିଠି ମିଳିଥିଲା । ତେବେ କେବଳ ସେତିକି ନୁହେଁ , ଗୋପାଳ ଚଳାଉ ଥିବା ଏକ ଦାମୀ କାରକୁ କ୍ରାଇମବ୍ରାଞ୍ଚ ନିଜ ତ-ଦନ୍ତ ଘେରକୁ ନେଇଛି । ତ-ଦନ୍ତ କରିବା ପରେ କାରରୁ ଏକ ଡ଼ାଏରି ମିଳିଛି । ଯେଉଁଥିରେ ହ-ତ୍ୟାର ପ୍ରମାଣ ଥିବା କ୍ରାଇମବ୍ରାଞ୍ଚ ସ-ନ୍ଦେହ କରିଛି । ତେବେ କହିବାକୁ ଗଲେ ସେହି ଡାଏରି ରେ ଅନେକ ଟଙ୍କା ପଇସା ହିସାବ କିତାବ ରହିଛି । ଏବଂ ତାସହିତ କୋଇଲା ଖଣିର ଅନେକ କିଛି ଡାଟା ମଧ୍ୟ ସେହି ଡାଏରିରେ ରହିଥିବା କହିଛି କ୍ରାଇମବ୍ରାଞ୍ଚ ।

କେବଳ ସେତିକି ନୁହେଁ , ରି-ମାଣ୍ଡ ଅବଧି ମଧ୍ୟରେ ଅନେକ କଥା ନିଜେ ଗୋପାଳ କ୍ରାଇମବ୍ରାଞ୍ଚ ସାମ୍ନାରେ କହିଛି । ସେ ନିଜେ ମଧ୍ୟ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କଲା ତାହା ସ୍ୱୀକାର କରିଛି । ସେସବୁ ବିଷୟକୁ ଗଣମାଧ୍ୟମ ସାମ୍ନାକୁ କିଭଳି ଆଣିବ ତାହା କ୍ରାଇମବ୍ରାଞ୍ଚ ଭାବି ପାରୁନାହିଁ । ସବୁଠାରୁ ବଡ଼ କଥା ଏହା ଯେ ଗୋପାଳ ଚଢ଼ୁଥିବା ଗାଡ଼ି ଗୋପାଳଙ୍କୁ ଜଣେ କୋଇଲା ଖଣି ଠିକାଦାର ଗିଫ୍ଟ କରିଥିଲେ । ତେବେ ଜଣେ ଠିକାଦାର ଜଣେ ଏଏସଆଇଙ୍କୁ ଏତେ ଦାମୀ କାର ଗିଫ୍ଟରେ କାହିଁକି ଦେଲା ତାହା ବଡ଼ ସ-ନ୍ଦେହ ସୃଷ୍ଟି କରୁଛି । ଏହା ସ-ନ୍ଦେହ କରିବା ସ୍ୱାଭାବିକ ଯେ , ବୋଧହୁଏ ଠିକାଦାର ନିଜର କୌଣସି ସ୍ୱାର୍ଥ ହାସଲ କରିବା ପାଇଁ ଗୋପାଳକୁ ଏତେ ଦାମୀ କାର ଦେଇଥିଲେ । ତେଣୁ ଏହାକୁ ସ-ନ୍ଦେହ ଘେରରେ ରଖି ଆହୁରି ଅଧିକ ଲିଙ୍କ ଖୋଜୁଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *