ପିଣ୍ଟୁର ମୋର ବହୁତ୍ ଭଲ ସମ୍ପର୍କ, ମୁଁ ଯେତେବେଳେ କ୍ୟାମେରା ପଛରେ ଥାଏ ସେ କ୍ୟାମେରା ଆଗରେ ଥାଇ ଅଭିନୟ କରେ।

ମଣିଷ ଜୀବନରେ ଯେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଉପରୁ ଭଲ ଦେଖା ଯାଉଥିବା ଲୋକ ଭିତରେ କେତେ ରୋଗ ଅଛି ସେ କଥା କେହି ଜାଣି ପାରନ୍ତିନି। ଆଉ ଜାଣିଲା ବେଳକୁ ବହୁତ ଡେରି ହେଇଯାଇଥାଏ।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣିଛି। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧ। କିନ୍ତୁ ଗତ କିଛି ଦିନ ହେବ ଦେ ଲିଭର ଜନିତ କିଛି ରୋଗରେ ପୀଡିତ ହେଇ ହସ୍ପିଟାଲରେ ପଡିଛନ୍ତି। ତାଙ୍କ ବଡ଼ ଭଉଣୀ ତାଙ୍କୁ ଲିଭର ଡୋନେଟ୍ କରିବା ପାଇଁ ରହିଥିଲେ କିନ୍ତୁ ତାଙ୍କ ଲିଭର ମ୍ୟାଚ୍ କଲାନି। ଏବେ ଲିଭର ଟ୍ରାନସପ୍ଲାଣ୍ଟ କରିବାକୁ ତାଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ। ସେଥିପାଇଁ ୫୦-୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯେତେବେଳେ ପିଣ୍ଟୁ ନନ୍ଦ ଓଡ଼ିଶା ବାସୀଙ୍କୁ ଟଙ୍କାର ସାହାଯ୍ୟ ମାଗିଲେ ସେତେବେଳେ ସବୁ ଆଡୁ ସାହାଯ୍ୟର ସୁଅ ଛୁଟିଥିଲା।

ପିଣ୍ଟୁ ନନ୍ଦ ଦୂରଦର୍ଶନରେ କାମ କରୁଥିବା ବେଳେ ତାଙ୍କ ଜଣେ ଭଲ ବନ୍ଧୁ ଥିଲେ ତାଙ୍କ ନାଁ ମଣ୍ଟୁ। ସେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୁଣି ଧାଇ ଆସିଛନ୍ତି। ଗୋପାଳ ପୁରରେ ଯେତେବେଳ ସେମାନେ ସୁଟିଂ କରୁଥିଲେ ସେତେବେଳେ ମଣ୍ଟୁ କ୍ୟାମେରା ପଛରେ ଥାଆନ୍ତି ଏବଂ ପିଣ୍ଟୁ କ୍ୟାମେରା ଆଗରେ ଥାଇ ଅଭିନୟ କରନ୍ତି। ଗୋଟେ ଥର ସେ କ୍ୟାମେରା ଆଗରେ କିଛି ଦୁ-ଷ୍ଟାମୀ କରିଦେଲା ମୁଁ ତାକୁ ପାଟି କରିବାରୁ ସେ ଆସି ମୋ ଗୋଡ଼ ତଳେ ପଡ଼ିଗଲା। ତାର ମୋର ବହୁତ୍ ଭଲ ସମ୍ପର୍କ।ପିଣ୍ଟୁ ଏବଂ ତାଙ୍କ ପରିବାର ଲୋକ ମଧ୍ୟ ବହୁତ୍ ଭଲ ବୋଲି ସେ ମିଡ଼ିଆ ଆଗରେ କହିଛନ୍ତି।

ପିଣ୍ଟୁ ନନ୍ଦଙ୍କ ଭାଇ ଏବେ ମତେ ଫୋନ୍ କରି ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କହି ବହୁତ୍ ଭା-ଙ୍ଗି ପଡିଲେ। ମୁଁ ତାଙ୍କୁ ଭରଷା ଦେଇ କହିଲି ତାର କିଛି ହବନି ମୋ ବଡ଼ ଭାଇଙ୍କର ବି ସେମିତି ହେଇଥିଲା ସେ ଟ୍ରିଟମେଣ୍ଟ ପରେ ଠିକ୍ ହେଇ କେତେଦିନ ବଞ୍ଚି ଥିଲେ। ପିଣ୍ଟୁ ଜଲଦି ଠିକ୍ ହେଇଯିବ। ମୁଁ ପିଣ୍ଟୁ ସହ କଥା ହେଲି ସେ ମୋ ସହ ହସି ହସି କଥା ହେଲା। ମୁଁ ତାକୁ କହିଲି ଏମିତି ହସି ହସି ଦିଲ୍ଲୀ ଯାଆ ଆଉ ଭଲ ହେଇ ଜଲଦି ଫେରି ଆସେ। ସେ ମତେ ଟଙ୍କା କଥା କିଛି କହିଲାନି କିନ୍ତୁ ମୁଁ ଯେତିକି ସାହାଯ୍ୟ କରିପାରିବି ତାକୁ କରିବି। ସେ ମଙ୍ଗଳ ବାର ଦିନ ଦିଲ୍ଲୀ ଯିବା ସେଥିପାଇଁ ସମସ୍ତଙ୍କୁ ମୋର ଅନୁରୋଧ ତାକୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ମଣ୍ଟୁ ମିଡ଼ିଆ ଆଗରେ କହିଛନ୍ତି।

Leave a Reply

Your email address will not be published. Required fields are marked *