ଖୋଲା ହୃଦୟର ମଣିଷଟିଏ ଅଭିନେତ୍ରି ରାଣୀ , ମନ କଥା ସବୁ ଖୋଲି କହି ଦେଲେ

କୁହାଯାଏ ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ସବୁବେଳେ ନିଜ ବ୍ୟବହାର ଭଲ ରଖିବା ଉଚିତ୍ ଆଉ ସମସ୍ତଙ୍କ ସହିତ ହସି ହସି କଥା କହିବା ଉଚିତ୍ । ଆଜିର ଜୀବନ କାଲିକୁ ନାହିଁ , ତେଣୁ ନିଜ ବ୍ୟବହାରକୁ ସବୁବେଳେ ଭଲ କରିବା ଉଚିତ୍ । ଏହି କଥା ସମସ୍ତେ ଆପଣଙ୍କୁ କହିଥାନ୍ତି ଆଉ ଏହି କଥା ସତ ବି ଅଟେ । ଦୁନିଆଁରେ ଆପଣ ଯେଉଁଠି ବି ଯାଇ ଛିଡା ହୁଅନ୍ତୁ ନା କାହିଁକି ସବୁ ସମୟରେ ସମସ୍ତଙ୍କ ସହିତ ଜଣେ ଭଦ୍ର ବ୍ୟକ୍ତି ଭଳି କଥା କହିବା ଆବଶ୍ୟକ ଆଉ କାହାକୁ ବି ନୀଚ୍ଚ ଦେଖାଇବା ଉଚିତ୍ ନୁହେଁ ।

ତେବେ ଏହି କଥା ଆମେ କହୁ ନାହୁଁ , ଏହି କଥା ବଡ ବଡ଼ ଲୋକ ମାନେ କହିଛନ୍ତି । ତେବେ ଏହି କଥା ସଠିକ୍ ବୋଲି ପ୍ରମାଣ କରି ଦେଖାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ଲାଲି। ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ନେଇଥିବା ରାଣୀ ଗଣମାଧ୍ୟମ ଆଗରେ ନିଜ ମନର କଥା କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ , ଜୀବନରେ ଆମେ ଯେତେ ବଡ ହୋଇ ଯାଆନ୍ତୁ ନା କାହିଁକି ସବୁବେଳେ ସମସ୍ତଙ୍କ ସହିତ ଭଲ କଥା କହିବା ଉଚିତ୍ । ସେ ନିଜ ଜୀବନର ଅନେକ କାହାଣୀ ବିଷୟରେ କହିଛନ୍ତି । ଆଉ ସେ କହିଛନ୍ତି କି , ଜଣେ ଖୋଲା ହୃଦୟର ମଣିଷଟିଏ ସେ । କେବେ ବି ସେ କାହାକୁ ନୀଚ୍ଚ ଦୃଷ୍ଟିରେ ଦେଖନ୍ତି ନାହିଁ । ସେ ସମସ୍ତଙ୍କ ସହିତ ଭଲରେ କଥା ହୁଅନ୍ତି ।

ସମସ୍ତଙ୍କ ସହିତ ହସିବାକୁ ଆଉ ହସାଇବାକୁ ସେ ଭଲ ପାଆନ୍ତି । କେବେ ବି ସେ ହାର ମାନନ୍ତି ନାହିଁ । ଅନ୍ୟ ଜଣେ ତାଙ୍କୁ ଗାଳି ଦିଅନ୍ତୁ ପଛକେ ସେ ହସିଥାନ୍ତି । ସେ କାହାର ଦୁଃଖ ମନ ଆଉ ହୃଦୟ ଦେଖି ସେ ସହି ପାରନ୍ତି ନାହିଁ । ସେ ସମସ୍ତଙ୍କୁ ହସାଇବାକୁ ଭଲ ପାଇଥାନ୍ତି । ତେଣୁ ସମସ୍ତେ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି ।

ନିଜ ଜୀବନର ବାସ୍ତବ ସତ୍ୟ କଥାକୁ ସେ ଉପସ୍ଥାପନ କରି କହିଛନ୍ତି କି , ଏକ ଛୋଟ ଗାଆଁରୁ ଆସିଥିବା ଜଣେ ଝିଅ ସେ । ବାପା ମାଆ ତାଙ୍କୁ ବାହା କରାଇ ଦେଇଥିଲେ ସହରରେ । ତେଣୁ ସେ ସହରର ପାଣି ପବନ ସହିତ ବିଷୟରେ କେବେ ମଧ୍ୟ ଜାଣି ନଥିଲେ । ତେଣୁ ହଠାତ୍ ତାଙ୍କ ସ୍ଵାମୀ ତାଙ୍କୁ ରେଷ୍ଟୁରାଣ୍ଟ ନେଇ ଯାଇଥିଲେ ଆଉ ସେଠାରେ ଖାଇବା ପାଇଁ ବିରୀୟାନି ଅର୍ଡର କରିଥିଲେ ।

ସେତେବେଳେ ତାଙ୍କୁ ବହୁତ ଭଲ ଲାଗିଥିଲା ଗୋଟିଏ ନୂଆ ଜିନିଷ ଦେଖି । ଏବଂ ସେ ମଜା କଥା ବିଷୟରେ କହିଛନ୍ତି କି , ସେ ଦିଆ ଯାଇଥିବା ଲେମ୍ବୁ ପାଣିକୁ ପିିଇ ମଧ୍ୟ ଦେଇଥିଲେ । ସେ ନିଜ ଜୀବନର ସବୁ ସତ କଥାକୁ କହିବାକୁ କେବେ କୁଣ୍ଠାବୋଧ କରି ନାହାଁନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ପରିବାରରେ ତାଙ୍କର ସମସ୍ତେ ସାଥ ଦିଅନ୍ତି ଆଉ ବିଶେଷ କରି ତାଙ୍କ ସ୍ବାମୀ ।

ସବୁ ପରିସ୍ଥିତିରେ ତାଙ୍କ ସ୍ଵାମୀ ତାଙ୍କ ସାଥିରେ ରହିଥାନ୍ତି । କିଛି ବି ପରିସ୍ଥିତି ଆସୁ ନା କାହିଁକି , ତାଙ୍କ ସ୍ଵାମୀ ତାଙ୍କ ପାଖରେ ଛିଡା ହୋଇ ଥାଆନ୍ତି । ଆଉ କେବେ ମଧ୍ୟ ତାଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଇ ନାହାଁନ୍ତି । ଜୀବନରେ ସେ ଏପରି ସ୍ଵାମୀ ପାଇ ଗର୍ବିତ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସେ ତାଙ୍କ ଫ୍ୟାନ ମାନଙ୍କ ପାଖରେ ଚିର ରୁଣୀ ବୋଲି କହିଛନ୍ତି ।

କାହିଁକି ନା ସେମାନେ ତାଙ୍କ ସାଥ ନ ଦେଲେ ସେ ଏତେ ଉପରେ ଯାଇ ପହଞ୍ଚି ପାରି ନଥାନ୍ତେ । ସେ ନିଜ ଫ୍ୟାନ ମାନଙ୍କ ବିଷୟରେ କହିଛନ୍ତି କି , ଯେଉଁଠି ବି ତାଙ୍କ ଫ୍ୟାନ ମାନଙ୍କ ବିଷୟରେ ଦେଖା ହୁଅନ୍ତୁ ନା କାହିଁକି ସେମାନେ ତାଙ୍କୁ ତାଙ୍କ ଡ଼ାଇଲଗ କହିବାକୁ କହିଥାନ୍ତି , ଆଉ ତାକୁ ସେ କହିଥାନ୍ତି । ସେତେବେଳେ ତାଙ୍କୁ କିଛି ଲାଜ ଲାଗି ନଥାଏ । ସେ ହସି ହସି ସେହି ଡ଼ାଇଲଗ କହି ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *