ପର ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀକୁ ମା-ରିଥିଲା ବାପା । ଆଉ ଏବେ ପ୍ରଥମ ସ୍ତ୍ରୀ ର ଝିଅକୁ ବି ଜା-ଳିଦେଲା ଜୀ-ଅନ୍ତା ।

କେହି ବାପା ଯେତେ କ୍ରୋ-ଧରେ ରୁହନ୍ତୁ ନା କାହିଁକି , ସେ କେବେ କଣ ନିଜ ଝିଅକୁ ହ-ତ୍ୟା କରିପାରେ ? କିନ୍ତୁ ଏମିତି ହିଁ କା-ଣ୍ଡ କରିଛି ଜଣେ ବାପା । ଶୈ-ତାନ ବାପର ନାରକୀୟ କା-ଣ୍ଡ ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ସାନ ଝିଅକୁ ଜା-ଳି ଦେଇଛି ଜଣେ ବାପା ।

ଖାଲି ଏତିକି ନୁହେଁ , ସେଠାରେ ଉପସ୍ଥିତ ଥିଲା ସାବତ ମା’ ଆଉ ଯିଏ ଝିଅକୁ ମା-ରିବାରେ ପୁରା ସାହାଯ୍ୟ କରୁଥିଲା । ଜନ୍ମ ଦେଇଥିବା ବାପା ହିଁ ଯେତେବେଳେ ନିଜ ଝିଅକୁ ମା-ରି ଦେଉଛି , ତେବେ ପର ବାପାକୁ ବିଶ୍ୱାସ କରି ରହିବାକୁ ବି କେହି ସାହସ କରିବେ ନାହିଁ । ଯେଉଁଠି ନିଜର ନିଜର ନୁହେଁ , ସେଠାରେ ପରର ପ୍ରଶ୍ନ ହିଁ କିଛି ଉଠୁ ନାହିଁ ।

ତେବେ ଆଜିକାର ଘ-ଟଣା ହିଁ କିଛି ଏଭଳି । ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳି ଗାଁ ପଞ୍ଚାୟତ ବିଜିପୁର ଗାଁରେ ଏଭଳି ଲୋମ ଟାଙ୍କୁରା ଘ-ଟଣା ଦେଖିବାକୁ ମିଳିଛି । ସାବତ ମା’ , ନିଜ ଜନ୍ମ କଲା ବାପା ଏବଂ ମାମୁଁଙ୍କ ନାମରେ ସାନ ଭଉଣୀର ହ-ତ୍ୟା ଅଭି-ଯୋଗ ଆଣିଛନ୍ତି ରଶ୍ମିତା ମହାରଣା ।

ତେବେ ବଡ଼ ଭଉଣୀର ଅଭି-ଯୋଗ ଅନୁଯାୟୀ , ସେ ଘରେ ନଥିବା ସମୟରେ ସାବତ ମା’ , ସାବତ ମା’ର ଭାଇ , ନିଜ ବାପା ଏବଂ ଜେଜେ ମା’ କୁଆଡ଼େ ତାଙ୍କ ସାନ ଭଉଣୀଙ୍କୁ ଜୀଅନ୍ତା ଜା-ଳି ମା-ରି ଦେଇଛନ୍ତି । ଆଉ ଖବର ପାଇବା ମାତ୍ରେ ହିଁ ସେ ଏ ସମ୍ବନ୍ଧରେ ଥା-ନାରେ ଅଭି-ଯୋଗ କରିଛନ୍ତି । ଏମିତିକି ସେମାନେ ତାଙ୍କ ସାନ ଭଉଣୀକୁ ପୂର୍ବରୁ ପାଠ ପଢ଼ିବାକୁ ବାରଣ କରି ଘରେ କାମ କରିବାକୁ କହୁଥିଲେ ।

ସୂଚନା ଅନୁଯାୟୀ ଗୋପ ବ୍ଲକ ବନ୍ତୁଳି ଗାଁ ପଞ୍ଚାୟତ ବିକଜିପୁର ଗାଁର ଦୂର୍ଗା ଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀଙ୍କର ମୃ-ତ୍ୟୁ ୨୦୧୮ ରେ ହୋଇ ଯାଇଥିଲା । ମା’ର ମୃ-ତ୍ୟୁ ପରେ ଦୁଇ ଝିଅ ରଶ୍ମିତା ଏବଂ ମୋନାଲି ବାପାଙ୍କ ପାଖରେ ବହୁ କଷ୍ଟରେ ଜୀବନ ବିତାଉଥିଲେ । ବଡ଼ ଭଉଣୀ ରଶ୍ମିତା କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରି ବେଶ କଷ୍ଟରେ ସାନ ଭଉଣୀ ମୋନାଲିକୁ ଗୋପ ମହାବିଦ୍ୟାଳୟରେ ପାଠ ପଢ଼ାଉଥିଲା । ସାନ ଭଉଣୀକୁ ମଣିଷ କରିବା ପାଇଁ ବଡ଼ ଭଉଣୀ ରାତି ଦିନକୁ ଏକ କରି ଦେଉଥିଲା । ମାତ୍ର ବର୍ତ୍ତମାନ ତାର ଆଶା ଯେପରି ସବୁ ଭାଙ୍ଗି ଯାଇଛି । ଯେଉଁ ସାନ ଭଉଣୀ ପାଇଁ ଏତେ ସବୁ କରୁଥିଲା , ସେହି ସାନ ଭଉଣୀ ହିଁ ଆଉ ଏ ଦୁନିଆରେ ନାହିଁ ।

ବାପା ଦୂର୍ଗା ଚରଣ ୨୦୨୦ ରେ ଅନ୍ୟତ୍ର ବିବାହ କରିଥିଲେ । ଯାହାପରେ ସାବତ ମା’ର ଦୁଇ ଝିଅଙ୍କ ଉପରେ ଅ-ତ୍ୟାଚା-ର ଆରମ୍ଭ ହୋଇ ଯାଇଥିଲା । ଗତ ସାତ ତାରିଖ ଦିନ ମୋନାଲିଙ୍କୁ ତାଙ୍କ ସାବତ ମା’ ମମତା ଓଝା ଏବଂ ମାମୁଁ ଜୀବନ ଓଝା ଏବଂ ନିଜ ବାପା ଜାଳି ଦେଇ ହ-ତ୍ୟା କରିବା ପରେ , ପ୍ରମାଣ ଲୁଚା-ଇବା ପାଇଁ ମଶାଣିରେ ପୋଡ଼ି ଦେଇଥିବା ଅଭି-ଯୋଗ ହୋଇଛି । ଏ ସମ୍ପର୍କରେ ଗାଁ ଲୋକେ ରଶ୍ମିତାଙ୍କୁ ଫୋନ ଯୋଗେ ଜଣାଇ ଥିଲେ ।

ଯାହାପରେ ରଶ୍ମିତା ଘରକୁ ଆସି ସାନ ଭଉଣୀକୁ ଖୋଜାଖୋଜି କରିଥିଲେ । ଆଉ ମଶାଣି ଯାଇ ଦେଖନ୍ତି ତ ସାନ ଭଉଣୀର ଚିତା ଜ-ଳୁଛି । ଯାହାପରେ ରଶ୍ମିତା ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଅଭି-ଯୋଗ ପରେ ଗୋପ ପୋ-ଲିସ ମଶାଣିକୁ ଯାଇ କିଛି ବାଉଁଶ ସହ ଅସ୍ଥି ଜ-ବତ କରିଛି । ମାତ୍ର ଝିଅକୁ ହ-ତ୍ୟା କରିଥିବା ବାପ ଦୂର୍ଗା ଚରଣ , ମମତା ଓଝା ଏବଂ ମାମୁଁ ଫେ-ରାର ଥିବା ସୂଚନା ମିଳିଛି । ତେବେ ବହୁତ ଜଲଦି ପୋ-ଲିସ ଅଭି-ଯୁକ୍ତକୁ ଧରି କଠିନ ଦ-ଣ୍ଡ ଦେବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *