ବର୍ଷା ନୁହଁନ୍ତି,ଜାଗୃତିଙ୍କ ସହ ଫିଲ୍ମରେ ନଜର ଆସିବେ ଅନୁଭବ।

ଜାଗୃତିଙ୍କ ଫିଲ୍ମରେ ହିରୋ ହେବେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏଥର ଅନୁଭବଙ୍କୁ ରାବଣ କରି ଲୋକଙ୍କ ଆଗକୁ ଆଣିବେ ଜାଗୃତି ଶୁକ୍ଳା। ଅନେକ ଦିନରୁ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଅନୁଭବ ମହାନ୍ତି ଏବେ ବର୍ଷାଙ୍କୁ ଆଉଟ କରି ଜାଗୃତିଙ୍କୁ ଇନ କରିଛନ୍ତି । ବର୍ଷାଙ୍କ ଅନୁଭବ ଏବେ ଜାଗୃତିଙ୍କ ସହ ଗୋଟିଏ ଫିଲ୍ମରେ ନଜର ଆସିବେ ।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓଡ଼ିଆ ସିନେମାରେ ପୂର୍ବରୁ ନିଜର ଜବରଦସ୍ତ ଅଭିନୟ କରିଥିବା ବେଳେ ନିକଟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ନୂଆ ଚଳଚ୍ଚିତ୍ର ଆସିଥିଲା ଯାହା ଥିଲା ଲଭ ଇନ ଲଣ୍ଡନ । ଲଭ ଇନ ଲଣ୍ଡନରେ ସାଙ୍ଘାତିକ ଅଭିନୟ କରିବା ପରେ ଏବେ ରାବଣ ଚଳଚ୍ଚିତ୍ରକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଯାହା ଶୁଣିବାକୁ ମିଳୁଛି କି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପାଇଁ ଫିଲ୍ମ ଲେଖିବେ ବାନ୍ଧବୀ ଜାଗୃତି ଶୁକ୍ଳା ।

ଅନେକ ଦିନ ଓଡ଼ିଆ ସିନେମା ଜଗତରୁ ଦୁରେଇ ରହିବା ପରେ ଅନୁଭବ ମହାନ୍ତି ନିଜ ରାଜନୀତି ଜଗତରେ ପାଦ ରଖି ସମାଜ ସେବା ଓ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ଏହା ପରେ ଅନୁଭବ ମହାନ୍ତି ଅନେକ ଦିନର ବିରତି ପରେ ଲଭ ଇନ ଲଣ୍ଡନ ଚଳଚିତ୍ର ମାଧ୍ୟମରେ ପୁଣିଥରେ ଦମଦାମ କମ ବ୍ୟାକ କରିଥିଲେ । ଅନୁଭବ ମହାନ୍ତି ଯେଉଁ କ୍ଷେତ୍ରରେ ପାଦ ରଖିଛନ୍ତି ତାଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ଲଭ ଇନ ଲଣ୍ଡନର ଏକ ସୁଟିଙ୍ଗ ସିନ କୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହୋଇଥିଲା ତାହା ଆପଣ ନିହାତି ଭାବେ ଜାଣିଥିବେ । ଆଉ ଏବେ ରାବଣ ଫିଲ୍ମକୁ ନେଇ ଅନୁଭବ ମହାନ୍ତିଙ୍କ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ଫିଲ୍ମରେ ଅନୁଭବ ଏଥର ପ୍ରଥମ କରି ଅଭିନୟ କରିଥିବା ବେଳେ ସେ ମଧ୍ୟ ମୁଖ୍ୟ ଭୂମିକାରେ ଆସୁଛନ୍ତି ।

ଏହି ଫିଲ୍ମର ନାଁ ରହିଛି ରାବଣ ଦ ଇଣ୍ଟରଭାଲ ପାର୍ଟ । ଏହି ଫିଲ୍ମର ଲେଖିକା ହେଉଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । ଏନେଇ ଜାଗୃତି ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଆଉ ଏହି ରାବନ ଚଳଚିତ୍ରଟି ସାରା ଭାରତରେ ହିନ୍ଦୀ ସମେତ ବିଭିନ୍ନ ଭାଷାରେ ରିଲିଜ ହେବ ଯାହାକୁ ନେଇ ସବୁଠି ଆଲୋଚନା ହେଉଥିବା ବେଳେ ଏହି ପୋଷ୍ଟରେ ଜାଗୃତି ଅନୁଭବ ମହାନ୍ତିଙ୍କୁ ପ୍ରସଂଶା କରିବାକୁ ଆଦୌ ଭୁଲି ନାହାଁନ୍ତି ।

ସେ କହିଛନ୍ତି ମାନ୍ୟବର ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଏହି କାହାଣୀ ମୋ ଦ୍ୱାରା ଲିଖିତ । ଆଉ ଅନୁଭବ ମହାନ୍ତିଙ୍କୁ କହିଛନ୍ତି ନିଜ ବିଷୟରେ ଅନେକ ନିନ୍ଦା ଶୁଣୁଥାଅ । କିନ୍ତୁ ନିଜ କାମକୁ ଏକ ଦମ ଧ୍ୟାନ ରଖି କରି ଚାଲ । ଏମିତି କହି ଜାଗୃତି ଅନୁଭବଙ୍କୁ ଉତ୍ସାହିତ କରିବା ସହିତ ଢ଼େର ସାରା ପ୍ରସଂଶା ମଧ୍ୟ କରିଛନ୍ତି ।

ସେପଟେ ଅନୁଭବ ଅନେକ ଓଡ଼ିଆ ଚଳଚ୍ଚିତ୍ର ବର୍ଷାଙ୍କ ସାଥିରେ ଓଡିଶା ବାସୀଙ୍କୁ ଭେଟି ଦେଇଥିବା ବେଳେ ଏଥର ପ୍ରଥମ ଥର ପାଇଁ ନିଜ ବାନ୍ଧବୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅନୁଭବ ମହାନ୍ତି ଜାଗୃତିଙ୍କ ସିନେମାରେ ଅଭିନୟ କରିଛନ୍ତି । ଯେଉଁ ସିନେମାକୁ ଅନୁଭବ ମହାନ୍ତିଙ୍କ ଦର୍ଶକ ମାନେ ବେଶ ଚାତକ ଭଳି ଚାହିଁ ରହିଛନ୍ତି । ସିନେମାର କାହାଣୀ କଣ ରହିଛି । ଏହି ସିନେମାରେ ଜାଗୃତି ନିଜେ ନିର୍ଦେଶନା ଦେଇଥିବା ଶୁଣିବାକୁ ମିଳିଛି । ତେବେ ସବୁଠୁ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ଯେହେତୁ ଜାଗୃତିଙ୍କ ଫିଲ୍ମରେ ଅନୁଭବ ମହାନ୍ତି ଅଭିନୟ କରିବାକୁ ଯାଉଛନ୍ତି ତେଣୁ ଏହି ଫିଲ୍ମକୁ ଅନୁଭବ ମହାନ୍ତିଙ୍କ ଦର୍ଶକ ମାନେ ଚାତକ ଭଳି ଚାହିଁରହିଛନ୍ତି ।

Leave a Reply

Your email address will not be published. Required fields are marked *