ଅନୁଭବ ମହାନ୍ତିଙ୍କୁ ବିବାହ କଲେ ଅଭିନେତ୍ରୀ ରାଣୀ ପଣ୍ଡା !

ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ଗୋଟିଏ ଫଟୋକୁ ନେଇ ସାରା ଓଡ଼ିଶାରେ ଚହଳ ପଡିଛି । ଅନୁଭବ ମହାନ୍ତି ବର ବେଶରେ ଥିବା ବେଳେ ଅଭିନେତ୍ରୀ ରାଣୀ ପଣ୍ଡା କନିଆ ବେଶରେ ଅଛନ୍ତି । ଅନୁଭବ ମହାନ୍ତି ପାଦରେ ଅଳତା ମୁଣ୍ଡରେ ଚନ୍ଦନ ପିନ୍ଧି ବର ବେଶ ଧାରଣ କରିଥିବା ବେଳେ ।

ରାଣୀ ପଣ୍ଡା ମୁଣ୍ଡରେ କୁଙ୍କୁମ ମଥାରେ ସିନ୍ଦୁର ଆଉ ପାଦରେ ଅଳତା ହାତରେ ସଙ୍ଖା ପିନ୍ଧି ବୋହୁ ସାଜିଛନ୍ତି । କେବଳ ଏତିକି ନୁହେଁ ଏହି ଫଟୋ ମଧ୍ୟ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ଏହି ଫଟୋକୁ ଅଭିନେତ୍ରୀ ରାଣୀ ପଣ୍ଡା ଇଂଷ୍ଟା ଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି କି କେମିତି ଲାଗୁଛି ଆମ ଯୋଡି ।

ସେପଟେ ରାଣୀ ପଣ୍ଡା ଏହି ଫଟୋ ଉପଲୋଡ କରିବା ପରେ ଲୋକେ ଭାରି ଦ୍ୱନ୍ଦରେ ପଡିଛନ୍ତି । କି ସତରେ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ବିବାହ କରିଦେଲେ କି ? କାରଣ ଲୋକେ ଦ୍ୱନ୍ଦରେ ପଡିବା ବି ସ୍ବଭାବିକ କଥା । ଏଇ କିଛି ଦିନ ହେଲା ଅନୁଭବ ମହାନ୍ତିଙ୍କ ବିବାହକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ କେତେବେଳେ ମିଛି ମିଛିକା ବିବାହ ସତ ସତିକା ଚର୍ଚ୍ଚାର ରୂପ ନେଉଛି ତାହା ବୁଝିବା ମଧ୍ୟ ଅନ୍ୟ ମାନଙ୍କ ପାଇଁ କଷ୍ଟ ହୋଇ ପଡୁଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିହାତି ଭାବେ ଜାଣିଥିବେ କି ଅନୁଭବ ମହାନ୍ତିଙ୍କ ଜନ୍ମ ଦିନରେ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ କେଉଁ ଉପହାର ଦେଇଛନ୍ତି। ପ୍ରଥମେ ଅଭିନେତ୍ରୀ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କ ଜନ୍ମ ଦିନ ଭୁଲି ଯାଇଥିଲେ ।

ତା ପରେ ଅନୁଭବ ମହାନ୍ତିଙ୍କ ଜନ୍ମ ଦିନର ଗୋଟେ ଦିନ ପରେ । ରାଣୀ ପଣ୍ଡା ଇଂସ୍ତାଗ୍ରାମରେ ଲାଇଭି ଆସି ଅନୁଭବ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଆଉ ଏହି ସମୟରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ଅଫର ଦେଇଥିଲେ । ବାସ ତା ପରେ ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଥିଲା । ଆଉ ଗତ କାଲି ରାଣୀ ପଣ୍ଡା ଏକ ଗଣମାଧ୍ୟମରେ କହିଥିଲେ କି ଯଦି ଅନୁଭବ ମହାନ୍ତି ତାଙ୍କୁ ବିବାହ କରିବାକୁ ରାଜି ହେବେ ତେବେ ସେ କଣ ଅନୁଭବଙ୍କ ଭଳି ସୁପର ଷ୍ଟାରକୁ ବିବାହ କରିବାକୁ ମନା କରିବେ ।

ଆଉ କାଲି ରାଣୀ ପଣ୍ଡା ଏଭଳି କଥା କହିଥିବା ବେଳେ ଆଜି ସକାଳୁ ସକାଳୁ ଲୋକେ ନିଦରୁ ଉଠି ଦେଖିଲା ବେଳକୁ ରାଣୀ ପଣ୍ଡା ଓ ଅନୁଭବ ମହାନ୍ତିଙ୍କ ବିବାହ ବେଶରେ ଏକ ଫଟୋ ରାଣୀ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଅଭିନେତ୍ରୀ ରାଣୀ ପଣ୍ଡା କେତେବେଳେ କହୁଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ବିବାହ କରିବେ । କେତେବେଳେ କହୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଧନ । ଆଉ କେତେବେଳେ କହୁଛନ୍ତି ଅନୁଭବ ମହାନ୍ତିଙ୍କୁ ବିବାହ କରିବେ ଯଦି ଅନୁଭବ ରାଜି ହୁଅନ୍ତି । ତେବେ ବର୍ତ୍ତମାନ ଲୋକେ କହୁଛନ୍ତି କି ରାଣୀ ପଣ୍ଡା କାହାକୁ ବିବାହ କରିବେ ସେ ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି । ତେବେ ଏନେଇ ଅନୁଭବ ମହାନ୍ତି କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ହେଲେ ଆଜିର ଫଟୋ କୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *