କେମିତିକା ବାପାମାଆ, ପିଲାକୁ ସାପ ଆଗରେ ଛାଡ଼ିଦେଇ ଭିଡ଼ିଓର ମଜା ନେଉଛନ୍ତି।

ସାପ ନାଁ ଶୁଣିଲେ ସମସ୍ତେ ଡରି ଯାଆନ୍ତି। ସାପ ଯେତେ ଦୂରରେ ଥିଲେବି ଲୋକ ସାପ ଠାରୁ ଦୂରେଇ ରୁହନ୍ତି। କିନ୍ତୁ ବେଳେବେଳେ ଜାଣିଶୁଣି ହଉ କିମ୍ବା ଅଜାଣତରେ ହଉ ଆମେ ସାପ ଆଗକୁ ଚାଲିଆସୁ। ଏମିତି ପରିସ୍ଥିତି ଆସିଲେ ଅଧିକାଂଶ ଲୋକ ନିଜ ଜିବନ ବଞ୍ଚାଇ ସେଠାରୁ ପଳାନ୍ତି। କିନ୍ତୁ ଆଉ କିଛି ଲୋକ ସାପ ସହ ଖେଳନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏମିତି ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ରେ ଛୋଟ ପିଲାଟି ଗୋଟେ ବିଶାଳକାୟ ସାପକୁ ତା ନରମ ହାତରେ ଧରି ଫୋପାଡ଼ି ଦଉଛି।

ଏହି ଭିଡିଓରେ ଦେଖି ପାରିବେ ଘରର ଚଟାଣ ଉପରେ ଛୋଟ ଛୁଆଟି ଏକା ବସି ଖେଳୁଛି। ଠିକ୍ ସେହି ସମୟରେ ଗୋଟେ ବିଶାଳକାୟ ସାପ ଫଣା ଟେକି ଛୁଆ ପାଖକୁ ମାଡି ଆସିଲା। ପିଲାଟି ସାପକୁ ଦେଖି ଟିକେବି ଡରିଲାନି। କିନ୍ତୁ ଯେତେବେଳେ ସାପ ପିଲାଟି ଉପରକୁ ଚଢ଼ିଗଲା ସେତେବେଳେ ଛୋଟ ଛୁଆଟି ଟିକେ ଡରିଗଲା। ତା’ପରେ ସେ ତା କୋମଳ ହାତପାପୁଲିରେ ସାପଟିକୁ ଫୋପଡ଼ିଦେଲା।

 

View this post on Instagram

 

A post shared by Rajibul Islam (@rajibul9078)

ଭିଡିଓରେ ଥିବା ସାପଟି ଗୋଟେ ଗୃହପାଳିତ ପଶୁ ପରି ଦେଖାଯାଉଛି। ଲାଗୁଛି ସାପର ସବୁ ବିଷ ବାହାର କରିଦେଇ ଛନ୍ତି। ତଥାବି ଯଦି ସାପ ଗୋଟେ ଛୋଟ ପିଲାକୁ କାମୁଡି ତେବେ ତାର ବହୁତ୍ କ୍ଷତି ହବ। ବାପାମାଆ ପିଲା ବିଷୟରେ ଚିନ୍ତା ନ କରି ସାପକୁ ପିଲା ପାଖକୁ ଛାଡି ଭିଡ଼ିଓ ବନାଉଛନ୍ତି ଏବଂ ଭିଡ଼ିଓର ମଜା ନଉଛନ୍ତି ।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେତେଜଣ ପିଲାର ସାହସକୁ ଦେଖି ଅଭିବାଦନ ଜଣାଇଛନ୍ତି। କେତେଜଣ ପିଲାକୁ ଦୀର୍ଘାୟୁ ବୋଲି କହିଛନ୍ତି। କିନ୍ତୁ ବାକି କିଛି ଲୋକ ପିଲାର ବାପାମାଆଙ୍କୁ ଦାୟୀ କରି ସେମାନଙ୍କୁ ଗାଳି କରିଛନ୍ତି। ଆଉ କେତେଜଣ ଲେଖିଥିଲେ ସାପର ସ୍ଥାନ ଘରେ ନୁହେଁ ଜଙ୍ଗଲରେ। ତେଣୁ ସାପକୁ ଜଙ୍ଗଲରେ ଛାଡ଼ି ଦେବା ଉଚିତ୍।

Leave a Reply

Your email address will not be published. Required fields are marked *