ନବୀନ ମୋ ଧନ, ସାତ ଜନ୍ମ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ…

ଓଡ଼ିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ରାଣୀ ପଣ୍ଡା । ଲୋକ ମାନଙ୍କ ସୁଖ ଦୁଃଖରେ ଛିଡା ହୋଇଥାନ୍ତି ଆଉ ଲୋକ ମାନଙ୍କ ସବୁ ଅସୁବିଧା ବୁଝି ଥାଆନ୍ତି । ଯେତେ ଦୁର ପର୍ଯ୍ୟନ୍ତ ସମ୍ଭବ ସେ ଲୋକ ମାନଙ୍କ ପାଇଁ ନିଜକୁ ଉପସ୍ଥିତ କରିଥାନ୍ତି ଆଉ ଯଥା ସମ୍ଭବ ସେ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି । ଯେଉଁଠି ଅସୁବିଧା ଆସେ , ଲୋକେ ରାଣୀ ପଣ୍ଡାଙ୍କୁ ମନେ ପକାଇ ଥାଆନ୍ତି , ଆଉ ଲୋକେ ତାଙ୍କୁ ଆଶୀର୍ବାଦ ବର୍ଷା ମଧ୍ୟ କରିଥାନ୍ତି । ତେବେ ସବୁବେଳେ ଭଲ କାମ ପାଇଁ ଚର୍ଚ୍ଚାରେ ରହୁଥିବା ରାଣୀ ବେଳେ ବେଳେ ନିଜ ମନ୍ତବ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।

ରାଣୀ ନିଜ ପାଟିରୁ ଏପରି କଥା ବାହାର କରି ଦେଇଥାନ୍ତି , ଯାହା ଲୋକଙ୍କ କାନ ପୁରା ଗରମ କରି ଦେଇଥାଏ । କାହିଁକି ନା ରାଣୀ ପଣ୍ଡା ସବୁବେଳେ ସତର ପଥରେ ଯାଇ ଥାଆନ୍ତି । ଆଉ ଯାହା ବି କହିଥାନ୍ତି , ସବୁକିଛି ସତ କହିଥାନ୍ତି । ତେବେ ନିକଟରେ ସୁକାନ୍ତ ଏବଂ ତାଙ୍କ ପରିବାର ମାମଲାରେ ଚର୍ଚ୍ଚାରେ ରହିଥିବା ରାଣୀ ବର୍ତ୍ତମାନ ପୁଣି ଥରେ ନବୀନ ପଟ୍ଟନାୟକଙ୍କ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆପଣ ସମସ୍ତେ ଜାଣି ଥିବେ କି , ଆମ ଓଡ଼ିଶାକୁ ଦୀର୍ଘ ୨୪ ବର୍ଷ ହେଲାଣି ନବୀନ ସରକାର ଶାସନ କରି ଆସୁଛନ୍ତି । ଲୋକ ମାନେ ନିଜ ଭଲ ପାଇବା ମଧ୍ୟ ତାଙ୍କ ଉପରେ ଓଜାଡ଼ି ଦେଇଛନ୍ତି ।

ଲୋକ ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଅନେକ ସାହାଯ୍ୟ ସୁବିଧା ମଧ୍ୟ କରିଛନ୍ତି । ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପୋର୍ଟାଲ ମଧ୍ୟ ବାହାର କରିଛନ୍ତି ସେ । ଲୋକ ମାନଙ୍କୁ ସେ ମାଗଣା ରାସନ ଯୋଗାଇବା ସହିତ ଏକ ଟଙ୍କାର ଚାଉଳ ମଧ୍ୟ ଦେଉଛନ୍ତି । ଏହା ବ୍ୟତୀତ ପିଲା ମାନଙ୍କ ପାଠ ପଢା ପାଇଁ ସାହାଯ୍ୟ କରିବା ପାଇଁ ଅନେକ ପିଲାଙ୍କୁ ମାଗଣାରେ ପାଠ ପଢିବା ପାଇଁ ସୁଯୋଗ ଦେଇଛନ୍ତି । ତେଣୁ ସେ ଲୋକ ମାନଙ୍କ ପାଖରେ ପ୍ରିୟ ହୋଇ ରହି ଯାଇଛନ୍ତି । ସବୁବେଳେ ସେଥିପାଇଁ ଲୋକ ମାନେ ନବୀନ ସରକାରଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥାନ୍ତି ।

ତେବେ ସମସ୍ତଙ୍କ ଭଳି ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ମଧ୍ୟ ନବୀନ ପଟ୍ଟନାୟକ ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ଆପଣଙ୍କୁ କହି ରଖୁଛୁ କି , ଗତକାଲି ନବୀନ ସରକାରଙ୍କ ଶାସନ କାଳର ୨୪ ବର୍ଷ ପୁରି ୨୫ ବର୍ଷରେ ଚାଲିଲା। ଏ ବାବଦରେ ସେ କଣ କହିବେ । ତେବେ ଏହାର ଉତ୍ତର ଦେଇ ରାଣୀ ପଣ୍ଡା କହିଥିଲେ କି , ନବୀନ ପଟ୍ଟନାୟକ ତାଙ୍କ ଧନ ଅଟନ୍ତି । ଏବଂ ସେ ତାଙ୍କୁ ମଧ୍ୟ ବହୁତ ଭଲ ପାଇଥାନ୍ତି । ତେଣୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ କି , ଏମିତି ୨୫ ବର୍ଷ ନୁହେଁ , ସାତ ଜନ୍ମ ପର୍ଯ୍ୟନ୍ତ ନବୀନ ସରକାର ଓଡ଼ିଶାର ଶାସନ ଭାର ଗ୍ରହଣ କରନ୍ତୁ ଆଉ ଲୋକ ମାନଙ୍କ ସାଥିରେ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *