ଅନ୍ୟ ଜାତିରେ ବିବାହ କରିବା ଯୁବକଙ୍କ ପାଇଁ ସାଜିଲା କାଳ, ବାହା ଘରେ ପରେ ମଧ୍ୟ ନେଇ ଗଲେ ଝିଅକୁ, ସ୍ୱାମୀ ସହି ନପାରି କଲା ଆ-ତ୍ମହ-ତ୍ୟା : ଦେଖନ୍ତୁ ଭିଡ଼ିଓ

ପ୍ରେମ କେତେବେଳେ କାହାର ଅସଜଡ଼ା ଜୀବନକୁ ସଜାଡେ ତ ଆଉ କାହା ପାଇଁ ବିପଦ ଅଟେ। ପ୍ରେମର ସଂଜ୍ଞା ଅନେକ। ପ୍ରେମ ଦେଖେ ନାହିଁ ଜାତି ଧର୍ମ କି ଧନ କିନ୍ତୁ ପ୍ରେମ ନେଇ ଯାଏ ଜୀବନ। ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସ-ମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ସମ୍ପର୍କ ଅତୁଟ ହୋଇଥାଏ। ପ୍ରେମ ପାଇଁ ଜୀବନ ଦେଇଦେବ ପଛେ ବିଚ୍ଛେଦ ହେବେ ନାହିଁ। ପ୍ରେମ ବିବାହ ଦୁଇ ପ୍ରେମୀ ଯୁଗଳ ପାଇଁ କାଳ ସାଜିଲା। ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ଏଭଳି ଘଟଣା ମାଲକାନଗିରି ଜିଲ୍ଲାର ଏନଭି ନାଇ ଗ୍ରାମରେ ଘଟିଛି। ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିବା ଯୁବକଙ୍କ ପାଇଁ କାଳ ସାଜିଛି। ବିବାହକୁ ମାତ୍ର ସପ୍ତାହ ହୋଇ ନାହିଁ ଯୁବକ ଜଣକ କୀଟନାଶକ ଔଷଧ ପିଇ ଆ-ତ୍ମ-ହ-ତ୍ୟା କରିଛନ୍ତି। ତେବେ ଯୁବକଙ୍କ ଆ-ତ୍ମ-ହ-ତ୍ୟା ପରେ ସାରା ଗାଁରେ ଶୋକର କଳା ବାଦଲ ଖେଳି ଯାଇଥିଲା। ଭେଣ୍ଡିଆ ପୁଅର ମୃ-ତ୍ୟୁରେ ପରିବାର ଆ-ତ୍ମ-ହରା ହୋଇ ପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏନଭି ନାଇ ଗ୍ରାମର ସୁଜିତ ହାଲଦାର ନାମକ ଜଣେ ଯୁବକ ବଲଵା ପାରି ଗ୍ରାମର ଆଦିବାସୀ ଯୁବତୀ ଗାୟତ୍ରୀ ପରିୟାମିଙ୍କୁ ପ୍ରେମ କରୁଥିଲେ। ତେବେ ଦୁହେଁ ସପ୍ତାହ ତଳେ ଘରୁ ଫେରାର ହୋଇ ଯାଇ କୋର୍ଟରେ ବିବାହ କରିଥିଲେ। ସାତ ଜନମ ଏକାଠି ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଅଧାରେ ସ୍ୱାମୀ ଛାଡି ଚାଲି ଗଲେ। କୀଟନାଶକ ପିଇ ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସୁଜିତ ଏବଂ ଗାୟତ୍ରୀ ଦୁହେଁ ଦୁଇ ବର୍ଷ ହେବ ପ୍ରେମ କରି ଆସୁଥିଲେ। ଏହାପରେ ସେମାନେ ନିଜ ପରିବାର ଲୋକଙ୍କୁ ସେମାନଙ୍କ ପ୍ରେମ ବିଷୟରେ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ପରିବାର ଲୋକେ ସେମାନଙ୍କ ପ୍ରେମକୁ ଗ୍ରହଣ କରି ନଥିଲେ। ଏହାପରେ ଦୁହେଁ ଘରୁ ବାହାରି ଯାଇ କୋର୍ଟରେ ବିବାହ କରିଥିଲେ। ଏହାପରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ବ୍ୟାଙ୍ଗ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର ଦୁଇ ଦିନ ପରେ ପୁଅ ବୋହୂକୁ ଘରକୁ ଆଣିଥିଲା।

ତେବେ ଝିଅ ଶାଶୁ ଘରକୁ ଆସିଥିବା ଖବର ଗାୟତ୍ରୀଙ୍କ ବାପ ଘର ଲୋକେ ଖବର ପାଇଲେ। ଏହାପରେ ଶାଶୁ ଘରୁ ଝିଅକୁ ଜୋର ଜବରଦସ୍ତି ନେଇ ଯାଇଥିଲେ। ତେବେ ଏହାକୁ ଯୁବକ ସୁଜିତ ସହ୍ୟ କରି ପାରି ନଥିଲେ। ଶେଷରେ ଭାରସାମ୍ୟ ହରାଇ କୀଟନାଶକ ଔଷଧ ପିଇ ଆ-ତ୍ମ-ହ-ତ୍ୟା କରିଛନ୍ତି। ଏହାପରେ ପୁଅର ବାପା ଝିଅ ଘର ଲୋକଙ୍କ ନାମରେ ଥାନାରେ ଅଭି-ଯୋଗ ଆଣିଛନ୍ତି। ପୋଲିସ ଏହି ମାମଲାର ଅନୁସନ୍ଧାନ କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *