ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବାରୁ ମହିଳାଙ୍କୁ ଗଛରେ ବାନ୍ଧି ଛେଚି ଚାଲିଲେ ସ୍ୱାମୀ , ଦେଖନ୍ତୁ ଭିଡ଼ିଓ :-

କୁହାଯାଏ ଯେ ନିର୍ଦୋଷ କେବେ ଦ-ଣ୍ଡ ପାଏନା । କିନ୍ତୁ ଆମ ଦେଶର କାନୁନ ଅନୁଯାୟୀ ନିର୍ଦୋଷ ପ୍ରଥମେ ଦଣ୍ଡ ପାଏ ଏବଂ ଦୋଷୀ ଟଙ୍କା ଦେଇ ଖସି ଯାଏ । ତାହାଲେ ଆପଣ ମାନେ ବି ଜାଣି ପାରୁଥିବେ ଯେ ଆମ ଦେଶରେ ଆଇନ କେତେ ସୁଦୃଢ଼ । ଯଦି ଜଣେ ଦୋଷ କରିଥାଏ ତେବେ ତାହା ସମସ୍ତେ ଜାଣିଥିଲେ ବି ସୁଦ୍ଧା ଯଦି କିଛି ପ୍ରମାଣ ନମିଳେ ତେବେ ସେ ନିର୍ଦୋଷ । ଆଉ ବର୍ତ୍ତମାନ ସମୟରେବି ନାରୀ ମାନେ କେଉଁଠି ନା କେଉଁଠି ପୁରୁଷଙ୍କ ଦ୍ଵାରା ନିର୍ଯାତିତ ହେଉଛନ୍ତି । ତାହା ପୁଣି ବିନା ଦୋଷରେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ଯୁବକ ନିଜ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ମା-ଡ଼ ମାରି ଚାଲିଛି ଆଉ ସ୍ତ୍ରୀ ଯନ୍ତ୍ରଣାରେ ଚିତ୍କାର କରି ଚାଲିଛି ।

ସୂଚନା ଅନୁଯାୟୀ ଏହି ଘଟଣା ରାଜସ୍ଥାନର ବାଂସୱାଡ଼ାର ଅଟେ । ତେବେ ବାସ୍ତବ ଘଟଣା ଏହା ଯେ ସେଠାକାର ଜଣେ ମହିଳା କୌଣସି କାମରେ ନିଜ ମାଉସୀଙ୍କ ଘରକୁ ଯାଇଥିଲେ । ତାପରେ ସେ ନିଜର ଜଣେ ଡ୍ରାଇଭର ବନ୍ଧୁଙ୍କ ଗାଡ଼ିରେ ବସି ଘରକୁ ଫେରିଥିଲେ । ଯାହା ତାଙ୍କ ମାଉସୀ ଦେଖି ନେଇଥିଲେ । ଆଉ ଦେଖିବା ମାତ୍ରେ ମହିଳାଙ୍କୁ ଗଛରେ ବାନ୍ଧି ପକାଇ ତାଙ୍କ ସ୍ୱାମୀଙ୍କୁ ଡାକି ଦେଇଥିଲେ । ସ୍ୱାମୀ ଆସିବା ମାତ୍ରେ କିଛିବି କଥା ନଶୁଣି ମହିଳାଙ୍କୁ ଏବଂ ଡ୍ରାଇଭରକୁ ନେଇ ଘରକୁ ଯାଇଥିଲା ।

ସେଠାରେ ମହିଳାଙ୍କୁ ଏକ ଗଛରେ ବାନ୍ଧି ୭ ଘଣ୍ଟା ପର୍ଯ୍ୟନ୍ତ ନିସ୍ତୁକ ମା-ଡ଼ ମାରି ଚାଲିଥିଲା । ଅତି ନୃଶଂସ ଭାବରେ ମାଡ଼ ମାରୁଥିବା ବେଳେ ମହିଳା ଜଣକ କଷ୍ଟରେ ଚିତ୍କାର କରୁଥିଲେ । କିନ୍ତୁ ତାଙ୍କ ବିକଳ ସ୍ୱର କାହାରି କାନରେ ବାଜୁ ନଥିଲା । ସମସ୍ତେ କେବଳ ତମାସା ଦେଖୁଥିଲେ କିନ୍ତୁ କେହିବି ବଞ୍ଚାଇବା ପାଇଁ ଆସି ନଥିଲେ । ସେମାନେ ବି ଏହାର ବେଶ ମଜା ନେଉଥିଲେ । ଜଣେ ସ୍ୱାମୀ ହୋଇ ନିଜ ସ୍ତ୍ରୀ କୁ ଖୁସିରେ ରଖିବା କଥା ଏବଂ ସବୁ ସମସ୍ୟାରୁ ବଞ୍ଚାଇବା କଥା । କିନ୍ତୁ ସନ୍ଦେହ ରେ ଅନ୍ଧ ହୋଇ ନିଜ ସ୍ତ୍ରୀ କୁ ବ୍ୟକ୍ତି ଜଣକ ଏପରି ମାଡ଼ ମାରିଛି ତାହା ବର୍ଣ୍ଣନା କରାଯାଇ ପାରିବ ନାହିଁ ।

ତେବେ ପରବର୍ତ୍ତୀ ସମୟରେ ଏହି ମାମଲା ପୋଲିସ ନିକଟରେ ପହଞ୍ଚିବା ପରେ ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ତେବେ ଆଶା କରାଯାଉଛି ଏହି ମାମଲାରେ ପୋଲିସ ଦୋଷୀକୁ ଉଚିତ ଦଣ୍ଡ ଦେବ ଏବଂ ମହିଳାଙ୍କ ବିଷୟରେ କରାଯାଉଥିବା ସନ୍ଦେହର ସତ୍ୟତା ପଦାକୁ ଆଣିବ ।

Leave a Reply

Your email address will not be published. Required fields are marked *