ନିଆଁରେ ଘିଅ ଢ଼ାଳୁଛନ୍ତି ମିଡିଆ:- ନ୍ୟୁଜ ମସଲା ପାଇଁ ଯେ କୌଣସି ସ୍ତରକୁ ଚାଲି ଯାଇ ପାରନ୍ତି। ଦେଖନ୍ତୁ କଣ କହିଲେ କମେଡିଆନ୍ mr ଗୁଲୁଆ…

ବାବୁଶାନଙ୍କୁ ନେଇ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛି। ବାପା ଓ ମାଆଙ୍କ ଭଳି ବାବୁଶାନ ମଧ୍ୟ ଜଣେ ଭଲ ଓ ସୁନାମଧନ୍ୟ କଳାକାର ହୋଇ ପାରିଥିଲେ। କିନ୍ତୁ ଜୀବନରେ ଏପରି କିଛି ମୋଡ଼ ଆସିଲା ଯାହାକି ତାଙ୍କୁ ଉପରୁ ତଳକୁ ପକେଇ ଦେଲା। ରାଜଧାନୀର ରାଜ ରାସ୍ତାରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କୋଳାହଳ ଦେଖିବାକୁ ମିଳିଥିଲା। ଯାହାକି ଚାହୁଁ ଚାହୁଁ ନିଆଁ ଭଳି ଭାଇରାଲ ହୋଇଯାଇଥିଲା।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ବାବୁଶାନଙ୍କ ଅନୈତିକ ସଂପର୍କ କୁ ନେଇ ଚର୍ଚ୍ଚା ଜୋରରେ ଧରିଛି। ସମସ୍ତେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ନାଁ କମେଇ ଥିବେ ପ୍ରସିଦ୍ଧ କମେଡିଆନ୍ mr ଗୁଲୁଆ ବର୍ତ୍ତମାନ ବାବୁଶାନ ଓ ପ୍ରକୃତିଙ୍କୁ ନେଇ ଚାଲିଥିବା ବିବାଦକୁ ନେଇ ମୁଁହ ଖୋଲିଛନ୍ତି। ତେବେ ସେ ଚାଲିଥିବା ବିବାଦ ପାଇଁ ମିଡିଆକୁ ସମସ୍ତ ଦୋଷ ଦେଇଛନ୍ତି। ତାଙ୍କ କହିବାନୁଯାୟୀ ମିଡିଆ ଭାଇ ମାନେ ଛୋଟ କଥାକୁ ବଡ଼ କରି ଦେଉଛନ୍ତି। ନିଜର ଭିଉଜ୍ ପାଇଁ ଏହି ସବୁ କାମ କରୁଛନ୍ତି। ତେବେ ଆସନ୍ତୁ ଦେଖିବା କଣ କହୁଛନ୍ତି।

ବାବୁଶାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଗୁଲୁଆ କହିଛନ୍ତି, ଗୁଲୁଆ ପ୍ରଥମେ ନିଜକୁ ମଣ୍ୟ ମନେ କରିଛନ୍ତି। ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ଏପରି ପଦବୀରେ ପହଞ୍ଚି ପାରିନାହିଁ କି କାହା ବିଷୟରେ କିଛି ଟିପ୍ପଣୀ ଦେଇ ପାରିବ। ଏହାପରେ ସେ କହିଛନ୍ତି ସୋସିଆଲ ମିଡ଼ିଆର ଯୁଗରେ ଅନ୍ୟକୁ ଆକ୍ଷେପ କରିବା ବହୁତ ସହଜ । ତେବେ ସମୟ ଥିଲା ସେମାନେ ଲୋକମାନଙ୍କୁ ବହୁତ ଏଣ୍ଟଟେରମେଣ୍ଟ କରୁଥିଲେ ଏବଂ ଆକୃଷ୍ଠ କରୁଥିଲେ। ମାତ୍ର ଖରାପ ସମୟ ହୋଇଯାଇଅଛି ଯେଉଁ ଭୁଲଟି ହେଇଛି ସେଥିପାଇଁ ସେମାନେ ବହୁତ ନିନ୍ଦା ମଧ୍ୟ ହେଉଛନ୍ତି।

ମାତ୍ର ଏହି ନିନ୍ଦା ଅପବାଦ ସତ୍ବେ ଓଡିଶାର ମିଡିଆ ଭାଇମାନେ ତାହାକୁ ଏତେ ଚର୍ଚ୍ଚା କରୁଛନ୍ତି, ସେଥିରେ ପୁଣି ମସଲା ମିଶାଇ କହୁଛନ୍ତି ଯଦି ତାଙ୍କ ସମ୍ପର୍କ ଟିକେ ବହୁତ ଥିଲେ ମଧ୍ୟ ତାହା ସେମାନେ କରିବାକୁ ଦେଉ ନାହାଁନ୍ତି। ଯେପରିକି ସେମାନେ ଘର ପାଖରେ ଯାଇ ଛିଡା ହୋଇଯାଉଛନ୍ତି, ତାଙ୍କ ବାଟରୁମରେ ପସିଯାଉଛନ୍ତି । ଯଦି ଘର ପାଖରେ ଛିଡା ହୋଇଛନ୍ତି ବାବୁସାନ ମିଳୁ ନାହାଁନ୍ତି ତେବେ ସିକ୍ୟୁରିଟି ତଥା ବଡିଗାର୍ଡକୁ ପଚାରୁଛନ୍ତି କ’ଣ ଖାଉଛନ୍ତି ଆପଣ ରାତିରେ ରୋଟି ନା ଭାତ ? ଏଭଳି ଅନେକ ପ୍ରଶ୍ନ କରି ନ୍ୟୁଜକୁ ମସଲା କରୁଛନ୍ତି।

ସେମାନଙ୍କ ଏହି ଖରାବ ସମୟ ମଧ୍ୟରେ ଫାଇଦା ଉଠାଉଛନ୍ତି ଆପଣ ମାନେ । ଗୋଟିଏ ଘଟଣାକୁ ୧୦୦ ପ୍ରକାର କଣ୍ଟେନ ଆପଣ ମାନେ ତିଆରି କରୁଛନ୍ତି। ତାକୁ ବିଭିନ୍ନ ପ୍ରକାର ଥମ୍ବ ନେଲ୍ କରି ଭିଉଜ୍ ପାଇଁ ଏହାକୁ ଅପଲୋଡ଼ କରୁଛନ୍ତି। ରାସ୍ତାର ଏକ ଛୋଟ ଜିନିଷକୁ ବଡ଼ ଧରଣର କରୁଛନ୍ତି। ମିଡ଼ିଆର କାମ ହେଉଛି ଲୋକମାନଙ୍କ ପାଖରେ ଖବର ପହଞ୍ଚାଇବା। କିନ୍ତୁ ଖବରକୁ ସେମାନେ ବିଭିନ୍ନ ପ୍ରକାର କରି ସେମାନଙ୍କ ସମ୍ପର୍କରେ ବାଧକ ହୋଇ ଛିଡା ହୁଅନ୍ତି।

Leave a Reply

Your email address will not be published. Required fields are marked *