ମତେ ଶାନ୍ତି କରେଇ ପାରିବ କି ? ରସିକିଆ ଇଂରାଜୀ ମାଷ୍ଟରଙ୍କ ଅଡିଓ କଲ ହେଲା ଭାଇରଲ…

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇ ହୋଇ ଚାଲିଛି । ପୂର୍ବରୁ ଯେଉଁ ଗୁରୁ ଛାତ୍ର ସମ୍ପର୍କ ଥିଲା , ସେଥିରେ କଳଙ୍କ ଲାଗି ଗଲାଣି । ସାମ୍ନାକୁ ଏଭଳି ଖବର ଆସୁଛି ଯାହା ସମସ୍ତଙ୍କୁ କରି ଦେଉଛି ଆଶ୍ଚର୍ଯ୍ୟ । ବାସ୍ତବରେ ଏଭଳି ଖବର ଅତ୍ୟନ୍ତ ନିନ୍ଦନୀୟ ଅଟେ । ଶିକ୍ଷକ ଆଉ ଛାତ୍ର ସମ୍ପର୍କରେ ଏଭଳି ଘଟଣା ଫାଟ ସୃଷ୍ଟି କରୁଛି ଆଉ ମୁଣ୍ଡ ତଳକୁ କରିଦେଉଛି ।

ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏଭଳି ଏକ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି , ଯାହା ଅତ୍ୟନ୍ତ ଲଜ୍ଜିତ ଅଟେ । ଶିକ୍ଷକ ଛାତ୍ରୀଙ୍କୁ ଏଭଳି କଥା କହୁଛନ୍ତି , ଯାହା ଶୁଣିଲେ ବହୁତ ଖରାପ ଲାଗିବ । ସୂଚନା ମୁତାବିକ , ଏହି ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସରଙ୍କ ନାମରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ପ୍ରଫେସରଙ୍କର ଏକ ଅଡିଓ କଲ ଭାଇରାଲ ହେବାରେ ଲାଗିଛି ।

ଏହି ଅଡିଓରେ ପ୍ରଫେସରଙ୍କୁ ଜଣେ ଛାତ୍ରୀଙ୍କ ସହ କଥା ହେବାର ଶୁଣିବାକୁ ମିଳୁଛି । ଛାତ୍ରୀଙ୍କୁ ଶିକ୍ଷକ ପରୋକ୍ଷ ଭାବରେ ଖୁସି କରାଇବା କଥା କହୁଛନ୍ତି । ପ୍ରଫେସର ଜଣକ କହୁଛନ୍ତି କି ମୋତେ ଖୁସି କରାଇ ଦିଅ । ତୁମର ସବୁ କାମ ହୋଇଯିବ । ଏହାକୁ ଶୁଣିବା ପରେ ଛାତ୍ରୀ ମଧ୍ୟ ହଁ ମାରୁଥିବାର ଶୁଣାଯାଉଛି । ଏହାବ୍ୟତୀତ ଅନ୍ୟ ବିଷୟରେ ମଧ୍ୟ ଶିକ୍ଷକ ଛାତ୍ରୀ ଜଣକୁ ଉପଦେଶ ଦେଉଥିବାର ଶୁଣାଯାଉଛି ।

ପ୍ରଫେସର ଜଣକ କହୁଛନ୍ତି କି , ପାଠ ପଢିବାରେ ମନ ଦିଅ ଆଗକୁ ବହୁତ କ୍ଷେତ୍ରରେ ବଢ଼ିପାରିବ । ଏହାବ୍ୟତୀତ କୌଣସି ଏକ କାରଣ ପାଇଁ ଛାତ୍ରୀଙ୍କୁ କିଛି କଥା କହୁଥିବାର ଶୁଣାଯାଉଛି । ବାସ୍ତବରେ ଏଭଳି ଘଟଣା ବର୍ତ୍ତମାନ ଲୋକଲୋଚନକୁ ଆସିବା ପରେ ଶିକ୍ଷକଙ୍କ ଉପରେ ଅଭିଯୋଗ ହୋଇଛି । ଏହାପରେ ବିଶ୍ୱବିଦ୍ୟାଳୟରେ ବୈଠକ ବସାଇ ପ୍ରଫେସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *