ସାବଧାନ ହୋଇଯାନ୍ତୁ, ଅଶାନ୍ତ ହେଲାଣି ସମୁଦ୍ର,ସୁସୁ ଗର୍ଜନ କରି ମାଡି ଆସୁଛି ସୁନାମି।

ଅଶାନ୍ତ ହେଲାଣି ସମୁଦ୍ର। ଭୟଙ୍କର ଗର୍ଜନ କରି ମାଡି ଆସୁଛି ସୁନାମି। ସୁଉଚ୍ଚ ଜୁଆର ଉଠିବା ସହ ପବନ ତାଣ୍ଡବ ରଚିଲାଣି। ଓଡିଶା ପାଇଁ ରହିଛି ବଡ଼ ବିପଦ। ଆଗୁଆ ସତର୍କ କଲାଣି ପାଣିପାଗ ବିଭାଗ। ସତର୍କ ରୁହ ସାବଧାନ ରୁହ। ଆଗୁଆ ଚେତାବନୀ ଦେଲାଣି ପାଣିପାଗ ବିଭାଗ। ବଙ୍ଗପସାଗରରେ ମାଡି ଆସୁଛି ସୁନାମି। ଓଡିଶା ଉପରେ ପଡିପାରେ ପ୍ରଭାବ। ଯାହାକୁ ନେଇ ଉପକୂଳିଆ ଲୋକଙ୍କ ମନରେ ଛନକା ପସିଲାଣି।

ଏପଟେ ମାଡି ଆସୁଥିବା ଝଡ଼ତୋଫାନ ଡ଼ରାଉଥିବା ବେଳେ ସେପଟେ ସୁନାମୀର ତାଣ୍ଡବ ଦେଖିବେ ଓଡ଼ିଶାବାସୀ। ଯାହାକୁ ନେଇ ହାଇଆଲର୍ଟରେ ରହିଛି ଏହିସବୁ ଜିଲ୍ଲା। କାଳବୈଶାଖୀ ବର୍ଷା ଆଗରୁ ଦେଖାଦେଲାଣି ସୁନାମୀର ଭୟ। ଯେଉଁଥିପାଇଁ ଏବେଠୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ୫ ଦିନ ଧରି କାଳବୈଶାଖୀ ଝଡ଼ତୋଫାନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ବଙ୍ଗପସାଗରରେ ସୁନାମି ଆସିବା ନେଇ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପାଣିପାଗକୁ ନେଇ ଆସିଛି ତାଜା ଖବର।

ଆଜ୍ଞା ହଁ ବନ୍ଧୁଗଣ ସାରା ରାଜ୍ୟରେ ରହିଛି ଗ୍ରୀଷ୍ମ ଲହରୀ।ସବୁଠାରେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଉ ଏହାରି ଭିତରେ କାଳବୈଶାଖୀ ବର୍ଷା ଆସ୍ୱସ୍ତି ଆଣିବ ବୋଲି ଖବର ଆସିଛି। ତେବେ ଆଜିଠାରୁ ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆଉ ଏସବୁ ଭିତରେ ଆଉ ଏକ ବଡ଼ ଖବର ଆସି ପହଁଚିଛି।।ବଙ୍ଗୋପସାଗରରେ ମାଡି ଆସୁଛି ସୁନାମି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚା। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ମଧ୍ୟ ସତର୍କ କରାଇଛି।।

ତେବେ ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୫ ତାରିଖରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରୁ ୦.୨ ମିଟର ରୁ ୧.୦୫ ଦଶମିକ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ। ଏହା ସହ ସୁନାମି ଭଳି ହେବାର ସମ୍ଭାବନା ରହିଛି। ଏଥି ସହିତ କାଳବୈଶାଖୀ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପାରାଦ୍ୱୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ରବିବାର ପାରାଦ୍ୱୀପ ବନ୍ଦର ମାଛଧରା ପରିସରରେ ଡ଼ାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ତେବେ ଓଡିଶାକୁ ବିପଦ ମାଡି ଆସୁଥିବା ବେଳେ ଏନେଇ ସତର୍କ ରହିବାକୁ ଆଗୁଆ ପରାମର୍ଶ ଦିଆଗଲାଣି।

Leave a Reply

Your email address will not be published. Required fields are marked *