ଭାଷଣ ଦେବାକୁ ଯାଇଥିଲେ ପ୍ରଦୀପ ହେଲେ ଅଟକାଇ ଦେଲେ ପ୍ରଧାନମନ୍ତ୍ରୀ ହେଲେ କାହିଁକି?

ଭାଷଣ ଦେଉଥିଲେ ପ୍ରଦୀପ ଅଟକାଇ ଦେଲେ ମୋଦୀ। ମଞ୍ଚ ଉପରେ ପ୍ରଦୀପଙ୍କୁ ବଡ଼ ଝଟକା। କହିଲେ ଆଗ ମନମୋହନ ତାପରେ ତୁମେ ଦେବ ଭାଷଣ। ମଞ୍ଚ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଲାଗିଛି ବଡ଼ ଝଟକା। ଭାଷଣ ଦେଉଥିବା ବେଳେ ଅଚାନକ କିଛି ଏମିତି ଘଟିଛି ଯାହାକୁ ନେଇ ସହଜରେ ଗ୍ରହଣ କରି ପାରିନାହାନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। କାରଣ ଭାଷଣ ଦେଉଥିବା ବେଳେ ମୋଦୀ ଅଚାନକ ପ୍ରଦୀପଙ୍କୁ ଭାଷଣ ଦେବାକୁ ମନା କରିଦେଇଛନ୍ତି। ଯାହାକୁ ନେଇ ସେ ଭାଷଣ ଆରମ୍ଭରୁ ଅଟକି ଯାଇଥିଲେ।

ହଁ ଆଜ୍ଞା ବ୍ରହ୍ମପୁରରେ ବିଶାଳ ଜନସଭା ସମୁଦ୍ରକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଇ ଅବସରରେ ମଞ୍ଚ ଉପରେ ମୋଦୀଙ୍କ ସହ ରହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅନେକ ବଡ଼ ବଡ଼ ନେତା। ଆଉ ଅଚାନକ ପ୍ରଦୀପଙ୍କ ସହ ଏମିତି ଘଟିଗଲା ଖୋଲା ମଞ୍ଚ ଉପରେ ଯାହାକୁ ଦେଖିଲେ ବ୍ରହ୍ମପୁରର ଲକ୍ଷ ଲକ୍ଷ ବାସିନ୍ଦା।

ଟିକେ ଏଇ ଦୃଶ୍ୟକୁ ଦେଖନ୍ତୁ ମଞ୍ଚ ଉପରେ ମୋଦୀ ବସିଛନ୍ତି ଭାଷଣ ସ୍ଥଳରେ ଭାଷଣ ଦେବାକୁ ଯାଉଛନ୍ତି ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଉ ଯେତେବେଳେ ଭାଷଣ ଆରମ୍ଭ କରୁଛନ୍ତି ତାଙ୍କ ୫ ସେକେଣ୍ଡ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସି ମୋଦୀଙ୍କ ଇସାରାରେ ପ୍ରଦୀପଙ୍କୁ ଅଟକାଇ ଦେଉଛନ୍ତି। ଏହା ପରେ ପ୍ରଦୀପ ପାଣିଗ୍ରାହୀ ମୋଦୀଙ୍କ ପାଖକୁ ଆସିବା ପରେ ମୋଦୀ କିଛି କହୁଛନ୍ତି। ବୋଧେ ପ୍ରଧାନମନ୍ତ୍ରୀ ମୋଦୀ କିଛି ଏମିତି କହୁଥିବେ ଆଗେ ମନମୋହନ ସାମଲ ଭାଷଣ ଦେବା ପରେ ତୁମେ ଯାଇ ଭାଷଣ ଦେବ। ଆଉ ଏହା ପରେ ମନମୋହନ ସାମଲ ଆରମ୍ଭ କରୁଛନ୍ତି ଭାଷଣ ଯାହାପରେ ଏଭଳି ଦୃଶ୍ୟ ଏବେ ପୁରା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଦୃଶ୍ୟ।

ହେଲେ ଏମିତି ଭାଷଣ ଆରମ୍ଭରୁ ଅଟକାଇବା ପଛର କାରଣ କ’ଣ ତାହା ଜଣା ପଡ଼ିନାହିଁ। ସେପଟେ ଯଦି ଦେଖିବା ମୋଦୀ ବଡ଼ ବଡ଼ ଘୋଷଣା କରିଛନ୍ତି ବ୍ରହ୍ମପୁରରେ ବିଜେପି ସରକାର ଓଡ଼ିଶାରେ ଆସିଲେ ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ନମ୍ବଂ-୧ କରିବେ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ମୋଦି କହିଛନ୍ତି କି ବିଜେଡିର ଶେଷ ଦିନ ହେଉଛି ଜୁନ ୪ ତାରିଖ ତେବେ ବ୍ରହ୍ମପୁର ପରେ ନବରଙ୍ଗପୁର ଯାଇ ଲୋକଙ୍କ ସମ୍ବୋଧନକୁ ସମାଗମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave a Reply

Your email address will not be published. Required fields are marked *