ଜାଣନ୍ତୁ ଅସୀମା ପଣ୍ଡାଙ୍କ ଜୀବନରେ ଅସରନ୍ତି ଦୁଃଖ । Aseema Panda life Story

ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କିଏ ନ ଜାଣେ । ତାଙ୍କ ସୁମଧୁର କଣ୍ଠରୁ ଦୁଇ ପଦ ଗୀତ ଶୁଣିଲେ ଯେ କେହିବି ଦିବାନି ହୋଇଯିବେ । ହେଲେ ଜାଣିଛନ୍ତି ଯିଏ ଏତେ ସୁନ୍ଦର ଗୀତ ଗାଇ ପାରନ୍ତି ତାଙ୍କ ଜୀବନରେ କେତେ ଦୁଃଖ ଅଛି । ଯିଏ ସବୁବେଳେ ଗୀତ ଗାଇ ଅନ୍ୟ ମାନଙ୍କ ଦୁଃଖ ଦୂର କରନ୍ତି । ଯିଏ ସବୁବେଳେ ଗୀତ ଗାଇ ଅନ୍ୟ ମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି ତାଙ୍କ ଜୀବନରେ ବି ଅଛି ଅନେକ ଦୁଃଖ ।

ନିଜର ଦୁଃଖକୁ ନିଜ ଭିତରେ ଚାପି ଦୁନିଆ ଆଗରେ ଅଭିନୟ କରିବାରେ ସେ ଏକ ନମ୍ବର । ନିଜ ଦୁଃଖକୁ ଅନ୍ୟକୁ ଜଣାଇବାକୁ ଦେଉ ନଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଜୀବନ ବିଷୟରେ ଆଜି ଆସନ୍ତୁ ଅନେକ କିଛି ଜାଣିବା । କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଜୀବନ କିପରି । ତାଙ୍କ ଜୀବନରେ କେତେ ଦୁଃଖ ଅଛି । ତାଙ୍କ ଜୀବନରେ କେତେ ଝଡ଼ ଝଞ୍ଜାକୁ ସାମ୍ନା କରିଛନ୍ତି ଆଜି ଆସନ୍ତୁ ଜାଣିବା ।

ଆଜି ଆମେ ଏଠାରେ ଜାଣିବା ଓଡ଼ିଶାର ନାମିଦାମୀ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଜୀବନ ବିଷୟରେ କିଛି ଅଜଣା ଅଶୁଣା କଥା । ଛୋଟ ଦିନୁ ସଙ୍ଗୀତ ଦୁନିଆରେ ପାଦ ରଖିଥିବା ସୁନାମ ଧନ୍ୟ ଗାୟିକା ଅସୀମା ପଣ୍ଡା ଖୁବ କମ ଦିନରେ ନିଜ ଗାୟିକି ମାଧ୍ୟମରେ ସାରା ଓଡିଶା ବାସୀଙ୍କ ମନରେ ଘର କରିଥିଲେ । ହେଲେ ଆପଣ କଣ ଏ କଥା ଜାଣନ୍ତି କି ଅସୀମାଙ୍କର କେତେ ସମ୍ପତ୍ତିଅଛି । ସେ କେତେ ଟଙ୍କା ସମ୍ପତ୍ତିର ମାଲିକ । ଜାଣି ନାହାଁନ୍ତି ଯଦି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ ।

ଅସୀମା ପଣ୍ଡା ଆମ ଓଡ଼ିଶାର ଖୁବ ଚୁଲବୁଲି ଗାୟିକା ସେ ଦେଖିବାକୁ ବାସ୍ତବରେ ଯେତିକି ସୁନ୍ଦର ତାଙ୍କ ଗାୟିକି ମଧ୍ୟ ସେତିକି ସୁନ୍ଦର । ୨୫ ଅକ୍ଟୋବର ୧୯୮୨ ମସିହାରେ ଢେଙ୍କାନାଳର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଅସୀମାଙ୍କ ପରିବାର ଖୁବ ଛୋଟ ପରିବାର ଏବଂ ଖୁସି ପରିବାର । ପରିବାରରେ ବାପା ମା ଆଉ ସେ । ଚାରି ଜଣ ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର ବେଶ ହସ ଖୁସିରେ ଫାଟି ପଡେ । ହେଲେ ଯେବେ ଅସୀମା ବିବାହ କଲେ ତା ପରଠୁ ଅସୀମାଙ୍କ ଜୀବନରେ ଖେଳି ଯାଇଥିଲା ଦୁଃଖର କଳା ପାହାଡ଼ । କାରଣ ଅସୀମା ପଣ୍ଡା ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହିତ ରହି ପାରିନଥିଲେ । କୌଣସି ଘଟଣାକୁ ସମ୍ପର୍କରେ ଉଠିଥିଲା ପାରିବାରିକ ଝଡ଼ । ଏହା ପରେ ପତି ପତ୍ନୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ମନ ମାଳିନ୍ୟ ।

ଶେଷରେ ଦୁହେଁ ଦୁହିଁଙ୍କ ପାଖରୁ ଦୂରେଇ ଯିବାକୁ ଚେଷ୍ଟା କରି । ବାଧ୍ୟହୋଇ ଛାଡପତ୍ର ନେଇଥିଲେ । ଆପଣ ମାନେ ଯେପରି ଜାଣିଥିବେ ଗୋଟେ ଝିଅ ଥରେ ବିବାହ କରି ସାରିବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥାଏ । ତେଣୁ ବିବାହ ପରେ ସିନା ଅସୀମା ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଗଲେ ହେଲେ ପ୍ରତ୍ୟକ ଦିନ ଅସୀମା ଦୁଃଖରେ ରହୁଥିବା ଚର୍ଚ୍ଚା ହେଲା ।

ତେବେ ବର୍ତ୍ତମାନ ଅସୀମା ପଣ୍ଡା ସବୁ ଦୁଃଖକୁ ପଛରେ ପକାଇ ଆଉ ଥରେ ନୂଆ ଜୀବନ ଜୀଇଁବାକୁ ଆରମ୍ଭ କରିଛନ୍ତି । ଅସୀମା ଏବେ ଓଡ଼ିଆ ଗୀତ ସହିତ ବେଙ୍ଗଲି ଗୀତ ମଧ୍ୟ ଗାଉଛନ୍ତି । ତେବେ ଅସୀମାଙ୍କୁ ତାଙ୍କ ପ୍ରଶଂସକ ମାନେ ବେଶ ଭଲ ପାଉଥିବାରୁ ଅସୀମା ନିଜ ଜୀବନରେ ଘଟିଯାଇଥିବା ସବୁ ଦୁଃଖକୁ ଭୁଲି ଯାଇ ପୁଣି ଥରେ ନିଜ ଭବିଷ୍ୟତ କୁ ଗଢିବାର ଲାଗି ପଡିଛନ୍ତି । ତେବେ ଅସୀମାଙ୍କ ସ୍ୱର ସାରା ଓଡିଶା ବାସୀଙ୍କୁ ସୁନ୍ଦର ଲାଗୁଥିବା ବେଳେ ଅସୀମା ଏବେ ଓଡ଼ିଶାବାସୀଙ୍କୁ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଉଛନ୍ତି।

Leave a Reply

Your email address will not be published. Required fields are marked *