ଏହି କାରଣରୁ ଖରାପ ହେଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ! ଜାଣି ହେବେ ଆଶ୍ଚର୍ଯ୍ୟ…

ଏହା ସମସ୍ତେ ଅର୍ଥାତ ପୁରା ଓଡ଼ିଶା ବାସୀ ଜାଣିଛନ୍ତି ଯେ ଅଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତର ରହିଛି । ସେ ଲିଭର ଜନିତ ସମସ୍ୟାରେ ପୀଡ଼ିତ ହୋଇଛନ୍ତି । ପୁଣି ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହା ସମସ୍ତେ ଭାବୁଥିବେ ଯେ ପିଣ୍ଟୁ ନନ୍ଦଙ୍କର ଲିଭର ଖରାପ ହେଲା କେମିତି ? ଯାହାର ଅନେକ କାରଣ ଅଛି । କହିବାକୁ ଗଲେ ପିଣ୍ଟୁ ନନ୍ଦ ଜଣେ ଉଚ୍ଚ ମାନର କଳାକାର ଅଟନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ସେ ଖୁବ ସୁସ୍ଥ ଥିଲେ । ତେବେ ସୁସ୍ଥ ସିନା ବାହାରୁ ଥିଲେ କିନ୍ତୁ ଭିତରେ ଲିଭର ଧୀରେ ଧୀରେ ଖରାପ ହେବାରେ ଲାଗିଥିଲା ।

ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଲିଭର ୮୦% ଅକାମି ହୋଇ ପଡ଼ିଛି ଯାହାକୁ ଲିଭର ଶିରୋସିସ କୁହାଯାଏ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଲିଭର ଏଭଳି କାହିଁକି ଖରାପ ହେଲା ଏବଂ ଏତେ ଖରାପ ହେବା ସତ୍ତ୍ୱେବି ପିଣ୍ଟୁ ନନ୍ଦ କିପରି ଜାଣି ପାରୁ ନଥିଲେ ? ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ସବୁଠି ଏହି ଚର୍ଚ୍ଚା ହେଉଛି ଯେ ପିଣ୍ଟୁ ନନ୍ଦ କୁଆଡ଼େ ଅତ୍ୟଧିକ ମଦ୍ୟପାନ କରୁଥିଲେ । ଯେଉଁ କାରଣରୁ ତାଙ୍କ ଲିଭର ଏଭଳି ଅକାମି ହୋଇ ପଡ଼ିଛି । ତେବେ ଏହି କଥା କୌଣସି ମେଡିକାଲ କିମ୍ବା ନିଜେ ପିଣ୍ଟୁ ନନ୍ଦଙ୍କ ତରଫରୁ କୁହାଯାଇ ନାହିଁ । ଏହା ସମସ୍ତେ ଜାଣିଛନ୍ତି ଯେ ମଦ୍ୟପାନ କେତେ ଖରାପ ଅଭ୍ୟାସ ହୋଇଥାଏ ।

ମଦ୍ୟ ପାନ କରିବା ଦ୍ୱାରା ଲିଭର ବହୁତ ଜଲଦି ନଷ୍ଟ ହୋଇଯାଏ । ଯାହା ଜାଣିବା ସତ୍ତ୍ୱେବି ଲୋକେ ତାହାକୁ ଛାଡ଼ନ୍ତି ନାହିଁ । ଏହିଭଳି ଯଦି ମଣିଷ ଶରୀରରେ ହେପଟାଇଟିସ ବି କିମ୍ବା ସୀ ଥାଏ , ତେବେ ମଧ୍ୟ ଲିଭର ଧୀରେ ଧୀରେ ନଷ୍ଟ ହୋଇଯାଏ । ଆଉ ଶେଷରେ ଲିଭର ଶିରୋସିସରେ ପହଞ୍ଚିଯାଏ । ସେତେବେଳେ ଲିଭର ସାଧାରଣ ଠାରୁ ଟିକିଏ ଟାଣ ହୋଇଯାଏ ଏବଂ ଫୋଟକା ଭଳି ସବୁ ଆଡ଼େ ଫଳି ଯାଏ ।

ଏହାପରେ ଲିଭର ଅକାମି ହୋଇଯାଏ । ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ମଧ୍ୟ ଏଭଳି କିଛି ପରିସ୍ଥିତି ଦେଇ ଗତି କରୁଛନ୍ତି । ତେବେ କୁହାଯାଇଛି ଯେ ସମୟ ଥାଉ ଥାଉ ଯଦି ଚିକିତ୍ସା କରାଯାଏ ଏବଂ ମଦ୍ୟ ପାନରୁ ନିବୃତ ରହି ସଠିକ ଚିକିତ୍ସା ହେଲେ ଲିଭର କ୍ୟାନ୍ସରରୁ ବର୍ତ୍ତି ଯାଇ ହେବ ।

ମାତ୍ର ପିଣ୍ଟୁ ନନ୍ଦଙ୍କ କ୍ଷେତ୍ରରେ , ସେ ଆଦୋୖ ଜାଣି ପାରି ନଥିଲେ ଏବଂ ଲିଭର ଆହୁରି ଅଧିକ ଖରାପ ହେବାରେ ଲାଗିଥିଲା । ବର୍ତ୍ତମାନ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଛନ୍ତି ଯେଉଁଠାରୁ ସେ ସୁସ୍ଥ ହୋଇ ଫେରିବେ ବୋଲି ଆଶା କରାଯାଉଛି । ତେବେ ଲିଭରକୁ ପୁଣି ଥରେ ଠିକ କରିବା ଅସମ୍ଭବ ଅଟେ । ବର୍ତ୍ତମାନ କେବଳ ଗୋଟିଏ ରାସ୍ତା ବାକି ରହିଛି ଏବଂ ତାହା ହେଉଛି ଲିଭର ଟ୍ରାନ୍ସପ୍ଲାଣ୍ଟ । ତେଣୁ ଲିଭରକୁ ଯେତେବେଳେ ପ୍ରତ୍ୟରୋପଣ କରାଯାଇ ପାରିବ , ସେ ଠିକ ହୋଇ ପାରିବେ ବୋଲି ଆଶା କରାଯାଉଛି । ସେଥିପାଇଁ ସେ ବର୍ତ୍ତମାନ ଦିଲ୍ଲୀ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *