ନଡ଼ିଆକୁ ହଲାଇ କାହିଁକି ଭାଙ୍ଗନ୍ତି ନାହିଁ , ଜାଣନ୍ତୁ ସନ୍ତାନ ସୁଖ ପଛରେ ଏହାର ଅଦ୍ଭୁତ ରହସ୍ୟ

ଆମ ହିନ୍ଦୁ ଧର୍ମରେ ନଡ଼ିଆକୁ ଶୁଭ ଭାବରେ ବିବେଚନା କରାଯାଏ । ପୂଜା ପାଠରେ ନଡିଆ ବିନା ସବୁକିଛି ଅଧୁରା ହିଁ ରହି ଯାଇଥାଏ । ଏହା ବିନା ପୂଜା ସମାପ୍ତ ହୋଇ ପାରେ ନାହିଁ। ପୂଜାରେ ପାଣି ଥିବା ନଡ଼ିଆ ଭାଙ୍ଗି ପୂଜା କରାଯାଏ ଆଉ ତାପରେ ଭୋଗ ଭାବରେ ବଣ୍ଟନ କରାଯାଏ । ତେବେ ଆଜି ଆମେ ଜାଣିବା ନଡ଼ିଆ ସହିତ ସନ୍ତାନ ପ୍ରାପ୍ତିର କଣ ସମ୍ପର୍କ ରହିଛି ।

କୁହାଯାଏ ହିନ୍ଦୁ ଧର୍ମରେ ମହିଳା ମାନେ ନଡ଼ିଆ ଭାଙ୍ଗନ୍ତି ନାହିଁ ଆଉ ଏହା ପଛରେ ରହିଛି ଗଭୀର ରହସ୍ୟ । ଏପରି କରିବା ଦ୍ବାରା କଣ ହୋଇଥାଏ ସେ କଥା ଆପଣ ଜାଣିଛନ୍ତି କି ? ଏହାର ସମ୍ପର୍କ ସିଧାସଳଖ ଭାବରେ ସନ୍ତାନ ସହିତ ରହିଛି । ତେବେ କୁହାଯାଏ ନଡ଼ିଆ ମଣିଷର ଏକ ପ୍ରତୀକ ହୋଇଥାଏ।

ନଡ଼ିଆ ଏକ ବିଜ ହୋଇଥାଏ ଏବଂ ମହିଳା ମାନେ ଏହି ବିଜ ରୂପରେ ସନ୍ତାନକୁ ଜନ୍ମ ଦେଇଥାନ୍ତି । ତେଣୁ ମହିଳା ମାନେ ନଡ଼ିଆ ଭାଙ୍ଗିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତ କରିପାରନ୍ତି ନାହିଁ ବୋଲି କୁହାଯାଏ । ଏହା ବ୍ୟତୀତ ନଡ଼ିଆ ଭାଙ୍ଗିବା ପରେ ସେଥିରୁ ପାଣି ବାହାରି ଥାଏ ଆଉ ତା ସହିତ ଗୋଟିଏ ଧଳା ରଙ୍ଗର ବିଜ ମଧ୍ୟ ବାହାରିଥାଏ । ଏହି ବିଜ ଖାଇବା ଦ୍ବାରା ମହିଳାଙ୍କୁ ଶୀଘ୍ର ସନ୍ତାନ ସୁଖ ମିଳି ଯାଇଥାଏ ।

ଏହାବ୍ୟତୀତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏହି ବିଜକୁ ନ ଚୋବାଇ ସିଧାସଳଖ ପାଣିରେ ପିଇ ଯିବା ଉଚିତ୍ । କାରଣ ଏହା ସନ୍ତାନ ସ୍ଵରୁପ ହୋଇଥାଏ । ଆଉ ଚୋବାଇ ଦେଲେ ତାର ପ୍ରଭାବ ଶେଷ ହୋଇଯାଏ । ଏହା ବ୍ୟତୀତ ନିଜ ମନୋସ୍କାମନା ପୁରଣ କରିବା ପାଇଁ ଭଗବାନଙ୍କ ନିକଟରେ ଆପଣ ନିଜ ଇଚ୍ଛା ଅନୁଯାୟୀ ନଡ଼ିଆ ଅର୍ପଣ କରିପାରିବେ ।

Leave a Reply

Your email address will not be published. Required fields are marked *