ବାବୁଶାନ କିଏ ? ବାବୁସାନଙ୍କୁ ଚିହ୍ନି ପାରୁ ନାହାଁନ୍ତି ପ୍ରକୃତି ମିଶ୍ର….

ବାବୁସାନ କିଏ ମୁଁ ଜାଣିନି ।ବାବୁସାନ ସହ ମୋର କେବେ ସମ୍ପର୍କ ଥିଲା ମୋର କାଇଁ ସେମିତି କିଛି ମନେ ପଡୁନି । ମୁଁ ବାବୁସାନଙ୍କ ବିଷୟରେ କିଛି କହି ପାରିବି ନାହିଁ। ଦମନ ଫିଲ୍ମି ମୁଁ ଆଦୌ ଦେଖି ନାହିଁ। କାରଣ ମୋ ପାଖରେ ଫିଲ୍ମ ଦେଖିବାକୁ ସମୟ ହିଁ ନାହିଁ। ବନ୍ଧୁଗଣ ଏବେ ପ୍ରକୃତି ମିଶ୍ର ଏକ ନୂଆ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି ଆଉ ସେହି ଚଳଚ୍ଚିତ୍ରକୁ ନେଇ ପ୍ରକୃତି ଓଡିଶା ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରକୃତିଙ୍କୁ ବାବୁସାନଙ୍କ ବିଷୟରେ ପଚାରିଥିଲେ।

ହେଲେ ପ୍ରକୃତି କଥା ଆଡେଇବାକୁ ଯାଇ କହିଥିଲେ କି ମୁଁ ବାବୁସାନଙ୍କୁ ଜାଣି ନାହିଁ । ଯଦି ମତେ କିଛି ପଚାରିବାର ଅଛି ତେବେ ମୋ ଫିଲ୍ମି ବିଷୟରେ ପଚାର ନହେଲେ ମୋ ବିଷୟରେ ପଚାର ମୁଁ କିନ୍ତୁ ବାବୁସାନଙ୍କ ବିଷୟରେ କିଛି ଜାଣି ନାହିଁ କି କିଛି ମଧ୍ୟ କହି ପାରିବି ନାହିଁ। ପ୍ରକୃତିଙ୍କ ଏହି କଥାକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନଥିଲେ ଗଣମାଧ୍ୟମ ପ୍ରତିନିଧି ଜଣଙ୍କ। ତେଣୁ ସେ ପୁଣି ପ୍ରଶ୍ନ କରିଥିଲେ କି ବାବୁସାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଦମନ ଆପଣ ଦେଖିଲେଣି କି ନାହିଁ। ତେବେ ଏହାର ଉତ୍ତରରେ ପ୍ରକୃତି ମିଶ୍ର କହିଥିଲେ କି ମୋ ପାଖରେ ସମୟ ଅଭାବ ହେତୁ ମୁଁ ଦମନ ଦେଖିବାକୁ ଯାଇ ନାହି।

ପ୍ରକୃତି ସିନା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଦେଲେ ସେ ବାବୁସାନଙ୍କୁ ଜାଣନ୍ତି ନାହିଁ ବୋଲି ହେଲେ କିନ୍ତୁ ଲୋକେ ଆଜିବି ଭୁଲି ନାହାଁନ୍ତି ସେ ଦିନ କିପରି ଭାବେ ରାଜଧାନୀ ରାଜ ରାସ୍ତାରେ ପ୍ରକୃତି ବାବୁସାନଙ୍କୁ ନେଇ ଘଟିଥିବା ସେହି ହାଇଭୋଲ୍ଟେଜ ଡ୍ରାମା । ଯେଉଁ ଡ୍ରାମା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଆଉ ଏବେ ପ୍ରକୃତି ସେହି ବିବାଦକୁ ନେଇ କିଛି ଏପରି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି ।

ପ୍ରକୃତି କହିଲେ କି ଲୋକେ ବିବାଦକୁ ଭଲ ପାଆନ୍ତି ଆଉ ଯେଉଁଥି ପାଇଁ ଲୋକେ ମୋ ବିବାଦକୁ ଏଞ୍ଜୟ କରୁଥିଲେ। ଲୋକଙ୍କୁ ମୋ ବିବାଦ ମଜା ଦେଉଥିଲା । ଯାହା ବିତି ଯାଇଛି ତାହା ଅତୀତ ହୋଇ ଯାଇଛି। ଅତୀତକୁ ଆଉ ଥରେ ଖୋଲିବା ଭଲ କଥା ନୁହେଁ । ତେଣୁ ଆପଣ ଯେଉଁଥି ପାଇଁ ଆସିଛନ୍ତି ମତେ ସେହି ପ୍ରଶ୍ନ ପଚାରନ୍ତୁ ।

ପ୍ରକୃତି ଏମିତି କିଛି କଥା କହିଥିବା ବେଳେ ଲୋକେ ଏବେ ପ୍ରଶ୍ନ କରିଛନ୍ତି କି ସତରେ ପ୍ରକୃତି ବାବୁସାନଙ୍କୁ ଜାଣି ନାହାଁନ୍ତି। ଏତେ ଜଲ୍ଦି କିପରି ପ୍ରକୃତି ବାବୁସାନଙ୍କୁ ଭୁଲି ଗଲେ । ଯଦି ପ୍ରକୃତି ବାବୁସାନଙ୍କୁ ଭୁଲି ଗଲେ ତେବେ ତାଙ୍କର ଅତୀତ କଥା କେମିତି ମନେ ଅଛି ।

ପୁଣି ପ୍ରକୃତିଙ୍କର ଏବେ ଯେଉଁ ନୂଆ ଫିଲ୍ମ ଆସୁଛି ତାହାର ନାମ ଏପରି କିଛି ରହିଛି ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ହେଲେ ପ୍ରକୃତି କିନ୍ତୁ ଗଣମାଧ୍ୟମ କୁ ସିଧାସଳଖ କହିଛନ୍ତି କି ପୁରୁଣା ପାଠକୁ ଘାଣ୍ଟିକି କିଛି ଲାଭ ନାହିଁ । ତେବେ ସେପଟେ ବର୍ତ୍ତମାନ ପ୍ରକୃତିଙ୍କର ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।

ଯାହାକୁ ନେଇ ବେଶ ଖୁସୀ ଅଛନ୍ତି ପ୍ରକୃତି। ଆଉ ଏହାରି ଭିତରେ ପ୍ରକୃତି ତାଙ୍କ ଅତୀତରେ ଘଟିଥିବା ସମସ୍ତ ଘଟଣାକୁ ଭୁଲି ଯାଇଛନ୍ତି ବୋଲି କହିଛନ୍ତି। ନା ତାଙ୍କର ବାବୁ ସାନ ମନେ ଅଛନ୍ତି ନା ସେ ବାବୁସାନଙ୍କୁ ଜାଣିଛନ୍ତି। ହେଲେ ଲୋକେ କହୁଛନ୍ତି ପ୍ରକୃତି ବାବୁସାନଙ୍କୁ ଭୁଲି ଛନ୍ତି କି ଜାଣିଛନ୍ତି କି ନାହିଁ ତାହା କେବଳ ପ୍ରକୃତି ମିଶ୍ର ହିଁ ଜାଣିଥିବେ। ତେବେ ଆଗକୁ ଫିଲ୍ମ ରିଲିଜ ହେବା ପରେ ଲୋକେ ଏହି ଫିଲ୍ମକୁ ପ୍ରବଳ ମାତ୍ରାରେ ଦେଖିବେ ବୋଲି ପ୍ରକୃତିଙ୍କ ପ୍ରଶଂସକ ମାନେ ଉତ୍ସାହିତ ଅଛନ୍ତି।

Leave a Reply

Your email address will not be published. Required fields are marked *