ଭୁବନେଶ୍ୱର ଝିଅକୁ ସୁରଟ ରେ ହ-ତ୍ୟା, ୪୯ ଖଣ୍ଡ କରି କାଟି ପକାଇଲା ପ୍ରେମିକ..

କାହାକୁ ପ୍ରେମ କରୁଛନ୍ତି କି ? କାହା ପ୍ରତି ଆକୃଷ୍ଟ ହେଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ପ୍ରେମ ଜାଲରେ ଫସିବା ଆଗରୁ ଶହେ ଥର ଚିନ୍ତା କରିବେ । କାହିଁକି ନା ଆଜିକାଲିର ଯୁବକ ମାନେ ଆଉ କିଛି ମାନୁ ନାହାନ୍ତି । ପାଲଟି ଯାଉଛନ୍ତି ନୃଶଂସ । ଆଉ ଘଟାଉଛନ୍ତି ଏପରି କିଛି ଘଟଣା , ଯାହା ବିଷୟରେ କହିବା ଏତେ ସହଜ ନୁହେଁ । ଜଣେ ମଣିଷ ହୋଇ ଆଉ ଜଣେ ମଣିଷକୁ ହତ୍ୟା କରୁଛନ୍ତି ଆଜିର ଯୁବକ ମାନେ । ଆଉ ଶେଷରେ ସେହି ମଣିଷକୁ କାଟି ପକାଉଛନ୍ତି । ତେବେ ଏପରି ସମାନ ଘଟଣା ବିଷୟରେ ଆପଣ କିଛି ଦିନ ଆଗରୁ ଶୁଣି ସାରିଥିବେ ।

ତେବେ ପୁଣିଥରେ ସେହି ସମାନ ଘଟଣାର ପୁନଃରାବୃତ୍ତି ଦେଖିବାକୁ ମିଳିଛି । ଜହ୍ଲାଦ ପ୍ରେମିକର ଏପରି ଅମାନବୀୟ ଘଟଣା । ନିଜ ପ୍ରେମିକାକୁ ହତ୍ୟା କରି ୪୯ ଖଣ୍ଡ କରି କାଟି ପକାଇଲା । ତେବେ ଏହି ଘଟଣା ସୁରତରେ ଘଟିଛି । ସୂଚନା ଅନୁଯାୟୀ , ଭୁବନେଶ୍ଵରର ଜଣେ ମହିଳା ସୁରଟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଶେଷରେ ନିଜକୁ ଅଟକି ନ ପାରି ନିଜ ପ୍ରେମିକ ପାଖକୁ ପଳାଇ ଯାଇଥିଲେ । ତେବେ ଲୋନୀ ଦାସ ନାମକ ଏହି ଯୁବତୀ ସୁରଟ ଅଞ୍ଚଳର ଜଗନ୍ନାଥ ଗୌଡଙ୍କ ପ୍ରେମରେ ଭାସି ଯାଇଥିଲେ।

ତେଣୁ ସେ ନିଜ ପରିବାର ସହିତ ଝଗଡା କରିଥିଲେ ଆଉ ନିଜ ପରିବାରର ଇଛା ବିରୁଦ୍ଧରେ ଯାଇ ସେ ପ୍ରେମିକ ପାଖକୁ ପଳାଇ ଯାଇଥିଲେ । ତେବେ ସେଠାରେ ଦୁହେଁ ଲିଭ୍ ଇନ୍ ରେ ରହିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ଲୋନୀ , ଜଗନ୍ନାଥଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଇ ଚାଲିଥିଲେ । କିନ୍ତୁ ଜଗନ୍ନାଥ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତ ନଥିଲେ । ତେଣୁ ଏହି କଥା ପାଇଁ ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ଆଉ ଜଗନ୍ନାଥ ଲୋନିଙ୍କୁ ମାଡ଼ ମଧ୍ୟ ମାରି ଚାଲିଥିଲେ ।

କିନ୍ତୁ ଶେଷରେ ତାଙ୍କ କ୍ରୋଧ ଏତେ ଉପରକୁ ପହଞ୍ଚି ଯାଇଥିଲା କି , ସେ ଲୋନୀଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ଆଉ ଶେଷରେ ତାଙ୍କ ଶରୀରକୁ ୪୯ ଖଣ୍ଡ କରି କାଟି ପକାଇ ଥିଲେ । ୪୯ ଖଣ୍ଡ କରି କାଟିବା ପରେ ସେ ସେହି ଖଣ୍ଡ ଗୁଡ଼ିକୁ ପକାଇ ଦେଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ୫୦୦ଟି ସିସିଟିଭି ଯାଞ୍ଚ କରିଥିଲା । ଆଉ ଶେଷରେ ସବୁ ପ୍ରମାଣ ଏକତ୍ରିତ କରି ପାରିଥିଲା । ଶେଷରେ ନୃଶଂସ ପ୍ରେମିକ ଜଗନ୍ନାଥଙ୍କୁ ଗିରଫ କରି ନେଇଥିଲା ।

 

Leave a Reply

Your email address will not be published. Required fields are marked *