ତୃପ୍ତି , ବାବୁଶାନ ଏବଂ ପ୍ରକୃତି ବିବାଦ ପଛରେ ମୁଖ୍ୟ ଖଲନାୟିକା ହେଉଛନ୍ତି ବାବୁଶାନଙ୍କ ଆସିଷ୍ଟାଣ୍ଟ ଜୟତା ରୟ :-

ଏହା ସମସ୍ତଙ୍କୁ ଜଣା ଅଛି ଯେ ବାବୁଶାନ ଏବଂ ପ୍ରକୃତି ଏବଂ ତୃପ୍ତିଙ୍କ ବିବାଦ ଏତେ ଗମ୍ଭୀର ରହିଛି । ଏହାରି ମଧ୍ୟରେ ମାମଲାର ପୁରା ସତ୍ୟାସତ୍ୟ ବିଷୟରେ ଖୋଡ଼ତାଳ ହେଉଛି ଏବଂ ଅନେକ ସତ୍ୟତା ବି ଜଣା ପଡ଼ିଛି । ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ପ୍ରକୃତି ଏବଂ ବାବୁଶାନଙ୍କ କଲ ରେକର୍ଡ଼ିଂ କିଏ ସୋସିଆଲ ମିଡିଆରେ ପୋଷ୍ଟ କଲେ ।

ତେଣୁ ଏହାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଥାତ ଏତେ ସବୁ କାଣ୍ଡ ପଛରେ ଆଉ ଏକ କାରଣ ବିଷୟରେ ଜଣା ପଡ଼ିଛି । ତେବେ ଶୁଣିବାକୁ ମିଳିଛି ଯେ ତୃପ୍ତି , ବାବୁଶାନ ଏବଂ ପ୍ରକୃତିଙ୍କ ବିବାଦ ପଛରେ ମୁଖ୍ୟ କାରଣ ହେଉଛନ୍ତି ବାବୁଶାନଙ୍କ ଆସିଷ୍ଟାଣ୍ଟ ଜୟତା ରୟ । ଯିଏକି ବାବୁଶାନ ଏବଂ ପ୍ରକୃତି କେଉଁଠି ଅଛନ୍ତି ସେ ବିଷୟରେ ତୃପ୍ତିଙ୍କୁ ଖବର ଦେଇଥିଲେ । ଏମିତିକି ସେ ହିଁ ବାବୁଶାନ ଏବଂ ପ୍ରକୃତିଙ୍କ ସମ୍ପର୍କ ବିଷୟରେ ତୃପ୍ତିଙ୍କୁ ଜଣାଇ ଥିଲେ । ତେବେ ଜୟତା ହେଉଛନ୍ତି ବାବୁଶାନଙ୍କ ଆସିଷ୍ଟାଣ୍ଟ ଯିଏକି ବାବୁଶାନଙ୍କ ଫିଲ୍ମ ଦମନର ପିଆର ପ୍ରମୋଶନ କରୁଛନ୍ତି ।

ଏମିତିକି ବାବୁଶାନ ଏବଂ ପ୍ରକୃତିଙ୍କ କଲ ରେକର୍ଡ଼ିଂ ଠାରୁ ଆରମ୍ଭ କରି ଚେନ୍ନାଇର ହୋଟେଲରୁ ଯେଉଁ ଭିଜୁଆଲଟି ଆସିଥିଲା ତାହା ମଧ୍ୟ ଜୟତା ଭାଇରଲ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୩୧ , ୨୦୨୧ ରେ ଜୟତା କାମ କରୁଥିବା ସିଗନେଚର 24 ତରଫରୁ ଏକ ମେଲ ପଠା ଯାଇଥିଲା । ଜୟତା ଜଣେ ପିଆର ମ୍ୟାନେଜର ଯିଏକି ବାବୁଶାନଙ୍କ ଫିଲ୍ମର ପ୍ରମୋଶନ କରନ୍ତି । ତେବେ ଯେତେବେଳେ ଲୋକଡାଉନ ସମୟରେ ପ୍ରକୃତି ଓଡ଼ିଶାକୁ ଆସିଲେ ସେତେବେଳେ ହିଁ ଜୟତା ଏବଂ ପ୍ରକୃତି ଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା । ଏମିତିକି ପ୍ରକୃତିଙ୍କୁ ମଧ୍ୟ ସିଗନେଚର 24 ତରଫରୁ ସାଇନ ମଧ୍ୟ କରାଯାଇଥିଲା । ମାତ୍ର ଏହାର କିଛି ଦିନ ପରେ ପ୍ରକୃତି ସିଗନେଚର 24 ର ସର୍ଭିସକୁ ବନ୍ଦ କରି ଅନ୍ୟ ଏକ ପିଆର ଏଜେନ୍ସି ସହିତ ଚୁକ୍ତି କଲେ ।

ଯାହାକି ଜୟତାଙ୍କୁ ସହ୍ୟ ହୋଇ ନଥିଲା । ଯେହେତୁ ସେ ବାବୁଶାନ ଏବଂ ପ୍ରକୃତିଙ୍କ ବିଷୟରେ ସବୁକିଛି ଜାଣିଥିଲେ ତେଣୁ ସେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ । ଏହାବ୍ୟତୀତ ପ୍ରକୃତି ମଧ୍ୟ ବାବୁଶାନଙ୍କ ଡେଟକୁ ଅନ୍ୟ ପିଆର ଏଜେନ୍ସି ମାନଙ୍କୁ ଦେବାକୁ ଆରମ୍ଭ କଲେ । ଯେଉଁ କାରଣରୁ ଜୟତା ଆହୁରି ଅଧିକ ରାଗିଗଲେ । ତେବେ ଏହି କାରଣରୁ ହିଁ ସେ ତୃପ୍ତିଙ୍କୁ ଉଭୟ ବାବୁଶାନ ଏବଂ ପ୍ରକୃତିଙ୍କ ଖବର ଦେଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି କଥା କଷିବାକୁ ଗଲେ ପ୍ରକୃତିଙ୍କୁ ସମସ୍ତେ ଖରାପ କହୁଛନ୍ତି କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହି ସବୁ ଘଟଣା ପାଇଁ ପ୍ରକୃତି ଯେତିକି ଦାୟୀ ବାବୁଶାନ ମଧ୍ୟ ସେତିକି ଦାୟୀ । ଆଉ ଏହା ପଛରେ ଜୟତାଙ୍କର ହାତ କେତେ ଦୂର ଲମ୍ବିଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *