ଚାଲିଗଲେ ଶେଷଦେବ , ଛାଡି ଦେଇଗଲେ ପ୍ରେମିକା ପାଇଁ ଲେଖିଥିବା ଡାଏରି

ଆରପାରିକୁ ଚାଲି ଯାଇଛନ୍ତି ବାପା ମାଆ ଆଉ ପରିବାରର ଗେହ୍ଲା ପୁଅ ଶେଷଦେବ । କିନ୍ତୁ ଛାଡି ଦେଇଛନ୍ତି ଅନେକ ସ୍ମୃତି । ଦୁଇ ଦିନ ହେଲାଣି ବାପା ମାଆଙ୍କ ଆଖିରୁ ଶୁଖୁନି ଲୁହ । ପରିବାରର ରୋଜଗାରିଆ ଆଉ ଭେଣ୍ଡିଆ ପୁଅ ଥିଲେ ଶେଷଦେବ । କିନ୍ତୁ ସେ ଅଧାବାଟରେ ଛାଡି ଦେଲେ ସମସ୍ତଙ୍କୁ । ବୟସର ଶେଷ ପର୍ଯ୍ୟାୟରେ ବାପା ମାଆ ପୁଅର ମୁହଁରେ ନି-ଆଁ ଦେଇଛନ୍ତି । ତାଙ୍କୁ ଲାଗୁଛି ପାଦ ତଳୁ ତାଙ୍କର ମାଟି ଖସିଯାଉଛି ।

ତେବେ ଏଭଳି ଏକ ଦୁଃ-ଖଦ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ପ୍ରେମିକା ପାଇଁ ନିଜ ଜୀବନକୁ ହାରି ଦେଇଛନ୍ତି ଶେଷଦେବ । ପ୍ରେମିକାର ଧୋ-କା ଆଉ ସହି ପାରିଲେ ନାହିଁ ଶେଷରେ ଏଭଳି ପଦକ୍ଷେପ ନେଲେ ଶେଷଦେବ । ଆ-ତ୍ମହ-ତ୍ୟା କରି ଚିରଦିନ ପାଇଁ ସୁଖ ନିଦରେ ଶୋଇଗଲେ ସେ । ନିଜର ୧୨ ବର୍ଷର ପ୍ରେମରେ ପ୍ରତାରଣା ସହି ପାରିନଥିଲେ ସେ ଆଉ ନିଜ ଜୀବନକୁ ଦେଇ ବସିଲେ ।

ସୂଚନା ମୁତାବିକ , ଶେଷଦେବ ସ୍କୁଲରେ ପଢିବା ବେଳରୁ ଲଭଲି ନାମକ ଜଣେ ଝିଅକୁ ଭଲ ପାଉଥିଲେ । ଆଉ ଲଭଲି ମଧ୍ୟ ତାଙ୍କୁ ଭଲ ପାଉଥିଲେ । ସମୟକ୍ରମେ ଶେଷଦେବ ବାହାରେ ଚାକିରୀ କରୁଥିଲେ ଆଉ ଲଭଲିଙ୍କ ପାଇଁ ଅନେକ ସୁନା ଗହଣା କିଣିଦେବା ସହିତ ତାଙ୍କର ସମସ୍ତ ସୁବିଧା ଅସୁବିଧା ସମୟରେ ଛିଡା ହେଉଥିଲେ । ସବୁବେଳେ ତାଙ୍କୁ ଟଙ୍କା ମଧ୍ୟ ଦେଉଥିଲେ । ଏହାବ୍ୟତୀତ ନିଜ ଡାଏରି ହେଉ କି ହ୍ଵାଟ୍ସଆପ ଡିପି ସବୁଥିରେ ଲଭଲିଙ୍କର ଫୋଟ ରଖୁଥିଲେ ।

କିନ୍ତୁ ସେପଟେ ଲଭଲି ଶେଷଦେବଙ୍କୁ ନୁହେଁ ବରଂ ତାଙ୍କ ଟଙ୍କାକୁ ପାଉଥିଲା ଭଲ । ଆଉ ସେପଟେ ଶେଷଦେବଙ୍କର ଜଣେ ବନ୍ଧୁଙ୍କ ସହ ରଖିଥିଲା ସ-ମ୍ପର୍କ । ଶେଷଦେବଙ୍କର ବନ୍ଧୁ ଲଭଲି ଆଉ ତାଙ୍କ ନିଜର ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡ଼ିଓ କରି ଶେଷଦେବଙ୍କୁ ପଠାଇଥିଲେ ଆଉ ତାକୁ ଭାଇରାଲ କରିଦେବାକୁ ଦେଇଥିଲେ ଧ-ମକ । ଏହି ବାହାନାରେ ସେ ତାଙ୍କ ଠାରୁ ଲୁ-ଟି ଚାଲିଥିଲେ ଟଙ୍କା । ଆଉ ଶେଷରେ ଶେଷଦେବ କିଛି ସହିପାରିଲେ ନାହିଁ , ଦେଇଦେଲେ ଜୀବନ । ତେବେ ବର୍ତ୍ତମାନ ପୋ-ଲିସ ଘଟ-ଣାର ତ-ଦନ୍ତ କରିବା ସହିତ ଦୋ-ଷୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *