ବାହାଘରର ଦୁଇ ଦିନ ପରେ ଦୁର୍ଘ-ଟଣାରେ ଚାଲିଗଲା ନବଦମ୍ପତିଙ୍କ ଜୀବନ…

ସାତ ଜନ୍ମକୁ ସାକ୍ଷୀ ରଖି ଦୁଇ ଦମ୍ପତ୍ତି ବିବାହ କରନ୍ତି ସବୁବେଳେ ସାଥିରେ ରହିବା ପାଇଁ ଅନେକ ପ୍ରତିଜ୍ଞା କରନ୍ତି । କିନ୍ତୁ ଯଦି ଜୀବନ ଆରମ୍ଭ କରିବା ପୂର୍ବରୁ ହିଁ ଶେଷ ହୋଇଯାଏ ତେବେ ସବୁ ଆଶା ସ୍ୱପ୍ନ ସେମିତି ଅଧା ରହିଯାଏ । ତେବେ ଏଭଳି ଏକ ଘଟଣା ଘଟିଛି ନବ ବର ବଧୂଙ୍କ ଜୀବନରେ ।

ତେବେ ଏଭଳି ଏକ ଘଟଣା ଘଟିବା ପରେ ସବୁଠି ଦୁଃଖର ଛାୟା ଖେଳି ଯାଇଛି । କାରଣ ପରିବାର ଲୋକେ କେବେବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ଯେଉଁ ପୁଅ କିମ୍ବା ଯେଉଁ ଝିଅକୁ ବିବାହ କରି ଘରକୁ ଆଣୁଛନ୍ତି , ବିବାହର କେଇଟା ଦିନ ପରେ ହିଁ ସେମାନଙ୍କ ଜୀବନ ଚାଲିଯିବ ବୋଲି ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ଗୋଳନ୍ତରା ଥାନା ଆଗରେ । ଘଟଣା ଏହା ଯେ ନବ ବର ବଧୂ ବାଇକ ଯୋଗେ ବ୍ରହ୍ମପୁରରୁ ଆସୁଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘ-ଟଣାରେ ପ୍ରାଣ ହରାଇଛନ୍ତି । ଥାନା ନିକଟରେ ଥିବା ବୁଲାଣି ପାଖରେ ସମସ୍ୟା ହେବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ତେବେ କଥା ଏହା ଯେ ଉଭୟ ବର ବଧୂ ବାଇକ ଯୋଗେ ଆସୁଥିବା ସମୟରେ ଏକ ଟ୍ରାକ୍ଟର ଆସି ଗାଡ଼ିକୁ ଧୋକା ଦେଇଥିଲା । ଯେଉଁ କାରଣରୁ ଘଟଣା ସ୍ଥଳରେ ହିଁ ସେମାନଙ୍କ ଗୁରୁତର ହେବାରୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଦୁର୍ଘ-ଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣା ଘଟିବା ପରେ ସେହି ସ୍ଥାନରୁ ଫେରାର ହୋଇ ଯାଇଥିବା କୁହାଯାଉଛି । ଯାହାକୁ ନେଇ ଗୋଳନ୍ଥରା ଥାନା ପୋଲିସ ଏହି ମାମଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ହେଁ ଫେରାର ଡ୍ରାଇଭରର ସନ୍ଧାନ ଜାରି ରଖିଛି । ତେବେ ସବୁଠାରୁ ଦୁଃଖଦ କଥା ଏହା ଯେ ମୃତ ଦମ୍ପତ୍ତି ନବ ବିବାହିତ ଥିଲେ ଏବଂ ସେମାନଙ୍କ ବିବାହ ଗତ ତିନି ଦିନ ତଳେ ହୋଇଥିଲା । ସୂଚନା ଅନୁଯାୟୀ ମୃତ ଦମ୍ପତ୍ତି ହେଉଛନ୍ତି ବ୍ରହ୍ମପୁରର ସିଏଚ ପ୍ରବଣିକା ଓ ଇଚ୍ଛାପୁରର ଜି ବେଣୁ ।

ଉଭୟେ ଗତ ୧୦ ତାରିଖ ଦିନ ପୁରା ରୀତିନୀତି ଅନୁଯାୟୀ ବିବାହ କରିଥିଲେ । କିନ୍ତୁ ଉଭୟେ ଗତ କାଲି ସକାଳ ସମୟରେ ବ୍ରହ୍ମପୁରର ଗୋଳନ୍ଥରା ଥାନା ସାମ୍ନା ଦେଇ ଯାଉଥିବା ସମୟରେ ହଠାତ ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା ।

ଯେଉଁ କାରଣରୁ ଉଭୟ ନବ ବିବାହିତଙ୍କ ଜୀବନ ଯାଇଛି । ଯେଉଁ କାରଣରୁ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି । ସାରା ଅଂଚଳରେ ଏହି କାରଣରୁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୋଲିସ ଘଟଣାର ତଦନ୍ତ କରି କିଭଳି ଫେରାର ଅଭିଯୁକ୍ତକୁ ଗିରଫ କରୁଛି ।

Leave a Reply

Your email address will not be published. Required fields are marked *