ବାହାଘର ପରଦିନ ମହିଳା ଜନ୍ମ ଦେଲେ ସନ୍ତାନ, ସ୍ୱାମୀ ସ୍ତ୍ରୀ ଏବଂ ନବଜାତ ଶିଶୁକୁ ଡାକ୍ତରଖାନାରେ ଛାଡି କୁଆଡେ ପଳେଇଲେ…

ପ୍ରେମରେ ପ୍ରତାରଣା ପାଇବାର କାହାଣୀ ଆପଣ ଅନେକ ଶୁଣିଥିବେ। ଏଭଳି ଏକ ପ୍ରତାରଣା କାହାଣୀ ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଘଟିଛି। ଯେଉଁଠାରେ ପ୍ରଥମେ ପ୍ରେମ ତାପରେ ଶାରୀ-ରିକ ସମ୍ପର୍କ ଏବଂ ପରେ ପ୍ରତାରଣା ହେଇଛି।

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଏକ ସହରରେ ରହୁଥିବା ଜଣେ ଯୁବକ ପ୍ରଥମେ ଜଣେ ଝିଅକୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ଯେତେବେଳେ ଝିଅଟି ଗର୍ଭବତୀ ଅଛି ବୋଲି କହିଲା, ସେତେବେଳେ ଯୁବକ ତାଙ୍କୁ ଜାଣି ନାହାଁନ୍ତି ବୋଲି କହିଲେ। ଯେତେବେଳେ ଝିଅଟି ଏ ବିଷୟରେ ପୋଲିସ ପାଖରେ ସବୁ କଥା କହିଲେ ସେତେବେଳେ ଯୁବକ ଗର୍ଭବତୀ ମହିଳାଙ୍କୁ ବିବାହ କଲେ କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଡାକ୍ତରଖାନାରେ ଗୋଟେ ସନ୍ତାନକୁ ଜନ୍ମ ଦେଲେ ସେତେବେଳେ ଯୁବକ ଜଣକ ମହିଳା ଏବଂ ନବଜାତ ଶିଶୁକୁ ଡାକ୍ତରଖାନାରେ ଛାଡି କୁଆଡେ ପଳେଇଲେ।

ମହିଳା ଜଣକ ଯୁବକଙ୍କ ବିରୋଧରେ ସେପ୍ଟେମ୍ବର ୨୫ ରେ ଲିଖିତ ଅଭିଯୋଗ କଲେ। ତା’ପରେ ପୋଲିସର ନିର୍ଦ୍ଦେଶରେ ଯୁବକ ଜଣକ ସେପ୍ଟେମ୍ବର ୨୮ ରେ ମହିଳାଙ୍କୁ ବିବାହ କଲେ। ବିବାହର ପରଦିନ ଯେତେବେଳେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା ସେତେବେଳେ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ଯେଉଁଠାରେ ସେ ଏକ ସନ୍ତାନ ଜନ୍ମ ଦେଲେ। କିନ୍ତୁ ତାଙ୍କ ସ୍ୱାମୀ ଏହି ବିଷୟରେ ଜାଣିବା ମାତ୍ରେ ସେ ମହିଳା ଏବଂ ତାଙ୍କ ପିଲାଙ୍କୁ ଛାଡି କୁଆଡେ ପଳେଇଲେ।

ବର୍ତ୍ତମାନ ଏହି ମାମଲାରେ ପୀଡିତା ମହିଳା ପୁଣିଥରେ ଯୁବକଙ୍କ ବିରୋଧରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇନ୍ସପେକ୍ଟର ରାଜେଶ କମଲ କହିଛନ୍ତି ଯେ ପୋଲିସ ଏଫଆଇଆର ପଞ୍ଜିକରଣ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜୁଛି।

Leave a Reply

Your email address will not be published. Required fields are marked *