ଅର୍ଚ୍ଚନା ସହ ମିଶି ଖଗା କରୁଥିଲା ସାଂଘାତିକ ଖେଳ, ପୁଣି ଏ ଖଗା କିଏ ?

ବନ୍ଧୁଗଣ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଅର୍ଚ୍ଚନା ଜଗବନ୍ଧୁଙ୍କ ପରେ ଏହି ନୂଆ ଚେହେରା ଖଗେଶ୍ବର କିଏ ? ଖଗେଶ୍ବରଙ୍କ ସହ ଅର୍ଚ୍ଚନାଙ୍କ କଣ ସମ୍ପର୍କ। ଖଗେଶ୍ବର ଅର୍ଚ୍ଚନାଙ୍କର ସମ୍ପର୍କକୀୟ ନା ଆଉ କିଏ। ଖଗେଶ୍ବର କାହିଁକି ଅର୍ଚନାଙ୍କ ସହ ମିଶିଥିଲେ। କଣ ଅର୍ଚ୍ଚନାଙ୍କ ସହ ଖଗେଶ୍ବର ବି ସାମିଲ ଥିଲେ। ବନ୍ଧୁଗଣ ଆସନ୍ତୁ ଜାଣିବା ପୁରା ଘଟଣା। ଖଗେଶ୍ବର କିଏ ଆଉ ତାଙ୍କର ଅର୍ଚ୍ଚନାଙ୍କ ସହିତ କଣ ସମ୍ପର୍କ। କାହିଁକି ଏବେ ଫେରାର ଅଛନ୍ତି ଖଗେଶ୍ୱର।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା। ହେଲେ ଅଭିଯୋଗ ପତ୍ରରେ ଅର୍ଚନାଙ୍କ ସହ ଯେଉଁ ଦୁଇଟି ନାଁ ଅଛି ସେ ଗଲେ କୁଆଡେ। ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ। ଲୋକେ ଏବେ କହୁଛନ୍ତି କିଏ ଏହି ଖଗେଶ୍ବର। ଯଦି ଅଭିଯୋଗ ପତ୍ରରେ ତାଙ୍କ ନାମ ଅଛି ତେବେ ପୋଲିସ କାହିଁକି ତାଙ୍କୁ ଗିରଫ କରୁନି ଏମିତି ଅନେକ ପ୍ରଶ୍ନବାଚୀ ବର୍ତ୍ତମାନ ସୃଷ୍ଟି ହୋଇଛି।

ଯେଉଁ କଳା କାରନାମା କରୁଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ସେହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଓଡ଼ିଶାରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି। କାରଣ ବୋଧେ ହୁଏ ଏଭଳି ଘଟଣା ଓଡ଼ିଶାରେ ପ୍ରଥମ କି ଜଣେ ସ୍ତ୍ରୀ ପର ପୁରୁଷ ସାଥିରେ ରାତ୍ରି କାଟୁଥିବା ବେଳେ ସ୍ତ୍ରୀ ପର ପୁରୁଷକୁ ନିଜ ଦେହ ବିକ୍ରି କରୁଥିବା ବେଳେ ସ୍ୱାମୀ ସେହି ସମୟରେ ସ୍ତ୍ରୀ ଓ ପରପୁରୁଷର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଫଟୋ ସୁଟ କରୁଥିଲେ। ଜଣେ ସ୍ୱାମୀ କେବେ ହେଲେ ତା ସ୍ତ୍ରୀକୁ ଅନ୍ୟ ପୁରୁଷ ଛୁଇଁଥିବାର ଦେଖି ସହିପାରିବ ନାହିଁ ମାତ୍ର ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ କ୍ଷେତ୍ରରେ ତାହା ଭିନ୍ନ।

ଅର୍ଚନାଙ୍କ ସ୍ୱାମୀ ସେହିଭଳି ଏକ ଦୃଢ଼ କଠୋର ହୃଦୟ ରଖିଛନ୍ତି କି ସ୍ତ୍ରୀ ପର ପୁରୁଷ ସାଥିରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସ୍ୱାମୀ ଖଟ ତଳେ ଲୁଚି ରହୁଥିଲା। ତେବେ ବର୍ତ୍ତମାନ କଥା ହେଉଛି ଯାହା ଲୋକେ କହୁଛନ୍ତି କି ଅର୍ଚନା ଗିରଫ ହୋଇଛନ୍ତି। ଅର୍ଚନାଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ପୋଲିସ ତାଙ୍କୁ ନୋଟିସ ଜାରି କରିଛି ହେଲେ ଅଭିଯୋଗ ରେ ନା ଥିବା ଖଗେଶ୍ବର ପାତ୍ର ଗଲେ କୁଆଡେ।

ତେବେ ଯାହା ଶୁଣିବାକୁ ମିଳୁଛି କି ପାଂଚ ଦିନ ତଳେ ପୋଲିସ ଖଗେଶ୍ବରକୁ ପଚରାଉଚରା କରୁଥିଲା। ଆଉ ଆଜି ହଟାତ କୁଆଡେ ଖଗେଶ୍ବର ଖସି ଯାଇଛନ୍ତି। ତେବେ ସେପଟେ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଧୀରେ ଧୀରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର। ଦିନ ଯେତିକି ବିତୁଛି ପୋଲିସ ଯେତେ ତଦନ୍ତ କରୁଛି ଘଟଣାରେ ସେତିକି ନୂଆ ନୂଆ ଚେହେରା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ତେବେ ସୂଚନା ଅନୁଯାୟୀ ଖଗେଶ୍ବରଙ୍କ ଘର ହେଉଛି କଟକ ସଦର ନିଆଳି ଅଞ୍ଚଳରେ। ଖଗେଶ୍ବର ଭୁବନେଶ୍ୱର ରସୁଲଗଡ଼ରେ ଏକ ଛୋଟ ଦୋକାନ କରିଥିଲେ ଆଉ ଯେବେ ତାଙ୍କର ସୁନ୍ଦରୀ ଅର୍ଚନା ଆଉ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ହେଲା ସେତେବେଳେ ଖଗେଶ୍ବର ମଧ୍ୟ ଏକ ପୁରୁଣା ଗାଡି ସୋ ରୁମ କରିଥିଲେ।

ତେବେ ଯାହା କୁହାଯାଉଛି କି ଗାଡି ସୋ ରୁମ ସହିତ ଖଗେଶ୍ବର କୁଆଡେ ଅର୍ଚନାଙ୍କର ନେଟୱାର୍କ ମଧ୍ୟ ସମ୍ଭାଳି ଥିଲେ। କିଏ ଆସିବ କିଏ ଯିବ ଆଉ କିଏ କେତେ ଘଣ୍ଟା ରହିବ ଏ ସବୁ କଥା କୁଆଡେ ଖଗେଶ୍ବର ବୁଝୁଥିଲେ। ଆଉ ଛୋଟ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଖଗେଶ୍ବରର ଭାଗ୍ୟ ବଦଳାଇ ଦେଇଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ। କେବଳ ଏତିକି ନୁହେଁ ଗାଡି ସୋ ରୁମ ସହିତ ସେ କୁଆଡେ ବିଲ୍ଡର ବି ପାଲଟି ଯାଇଥିଲା।

ଜମି କିଣା ବିକା କରୁଥିଲା ଆଉ ସେଥିରୁ ଅନେକ ପଇସା ମଧ୍ୟ ରୋଜଗାର କରୁଥିଲା। ଏଥିସହିତ ଲୋକେ କହୁଛନ୍ତି କି ଖଗେଶ୍ବର ବି ଏହି ଭଳି ଏକ ସୁନ୍ଦର ଦାମୀ ଘର ଖଗେଶ୍ବର ଗ୍ରାମରେ ଅଛି। ତେବେ ଅଭିଯୋଗ ପତ୍ରରେ ନାମ ଥିବା ଖଗେଶ୍ବର କେବେ ପୋଲିସର ତଦନ୍ତ ପରିସର ଭୁକ୍ତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *