ବାହୁନି ବାହୁନି କାନ୍ଦୁଛି ମାଆ, ମୋ ପୁଅକୁ ଉଠାଇ ଦିଅ… ଦେଖନ୍ତୁ ଭିଡିଓ

ଶ୍ରାବଣ ମାସରେ କେତେ କେତେ କାଉଡ଼ିଆ ପ୍ରଭୁ ଶିବଙ୍କ ପାଖକୁ ପାଣି ନେଇ ଯାଇଥାନ୍ତି । ଆଉ ନିଜ ମନୋସ୍କାମନା ପୂରଣ କରିବାପାଇଁ ପ୍ରଭୁଙ୍କ ମଥାରେ ପାଣି ଢାଳି ପ୍ରାର୍ଥନା କରିଥାନ୍ତି । ବର୍ତ୍ତମାନ ରାସ୍ତାରେ ଶହ ଶହ କାଉଡ଼ିଆଙ୍କ ଭିଡ଼ ଲାଗିଛି । କାହିଁ କେତେ ଦୂରରୁ ଲୋକ ଆସି ପ୍ରଭୁଙ୍କ ମଥାରେ ପାଣି ଢାଳୁଛନ୍ତି । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ଅଘଟଣ । ପ୍ରଭୁଙ୍କ ମଥାରେ ପାଣି ଢାଳିବା ଆଗରୁ ଚାଲିଯାଇଛି ଜୀବନ ।

ଶ୍ରାବଣ ମାସ ତୃତୀୟ ସୋମବାର ଥିବାରୁ କାଉଡ଼ିଆ ସାଜି ପାଣି ନେଇ ପ୍ରଭୁଙ୍କ ପାଖକୁ ଯାଇଥାନ୍ତେ ଯୁବକ । କିନ୍ତୁ ଯିବା ପୂର୍ବରୁ ସବୁ ସରିଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଯୁବକ । ତେବେ ଏଭଳି ଦୁର୍ଘଟଣା ଘଟିଯାଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗା ନିକଟସ୍ଥ କୁଆଳି ଥାନା ରେଙ୍ଗାଲିରେ । ଏହି ଅଞ୍ଚଳରେ ରହିଥିବା ଏକ କେନାଲକୁ ପାଣି ଆଣିବାକୁ ଯାଇଥିଲେ ତାଳଚେର ଅଞ୍ଚଳର ଖଗେଶ୍ୱର ବାରିକ ।

କିନ୍ତୁ ଏହି ସମୟରେ ଘଟି ଯାଇଥିଲା ଅଘଟଣ । ପାଣି ବୁଡାଉ ଥିବା ସମୟରେ ପାଣି ସୁଅରେ ଭାସି ଯାଇଥିଲେ ଖଗେଶ୍ବର ଆଉ କୁଆଡ଼େ ଚାଲି ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ସେମାନେ ଆସି ଯୁବକଙ୍କୁ ଖୋଜାଖୋଜି କରିଥିଲେ । ଗୋଟିଏ ଦିନ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ କେନାଳରୁ ମିଳିଥିଲା ।

ବର୍ତ୍ତମାନ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତଙ୍କ ମନରେ ଦୁଃଖର ଲହର । ସମସ୍ତେ ଭଗବାନଙ୍କୁ ଦୋଷ ଦେଉଛନ୍ତି । କୂଳରେ ଛିଡା ହୋଇ ମାଆ ଛାତିକୁ ପିଟି ପିଟି କାନ୍ଦୁଛି । ନିଜର ଭେଣ୍ଡିଆ ପୁଅକୁ ହରାଇ ଦେଇଛି ମାଆ ଆଉ ତା ପାଖରେ କହିବା ପାଇଁ କିଛି ଶବ୍ଦ ନାହିଁ । ବୟସର ଶେଷ ଅବସ୍ଥାରେ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ କରିଲା ଆଉ କଣ କହିବ ଜାଣି ପାରୁନାହିଁ । ତେବେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *