ବାବୁଶାନ ତୃପ୍ତି ମିଳନରେ ସମସ୍ତେ ଖୁସି ହେଲେ, କିନ୍ତୁ ଭୁଲିଗଲେ ଡ୍ର-ଗ୍ସ କଥା :-

ଗତ କିଛିଦିନ ଧରି ଯେଉଁ ବାବୁଶାନ ପ୍ରକୃତି ଏବଂ ତୃପ୍ତି ବିବାଦ ମାମଲା ଚାଲିଥିଲା ତାହାର ଏକ ବ୍ୟକ୍ତିଗତ ସମାଧାନ ସ୍ୱରୂପ ବାବୁଶାନ ଏବଂ ତୃପ୍ତି କୁଆଡ଼େ ଏକାଠି ହୋଇଗଲେ । କିନ୍ତୁ ତାମଧ୍ୟରେ ସବୁଠାରୁ ଚର୍ଚ୍ଚାର ବିଷୟ ପଲଟିଥିବା ବିଷୟ ବିଷୟରେ ସମସ୍ତେ ଭୁଲି ଯାଇଛନ୍ତି । ବାବୁଶାନଙ୍କ ଜନ୍ମଦିନ ଅବସରରେ ସମସ୍ତେ ଖୁବ ଖୁସି ହୋଇ ଏକାଠି ହୋଇ ଜନ୍ମଦିନ ପାଳନ କଲେ । ଏପଟେ ଜନସାଧାରଣ ମଧ୍ୟ କହୁଛନ୍ତି ଯେ ଏ ମେଟରକୁ ସମାଧାନ କରାଯାଇ ବନ୍ଦ କରାଯାଉ । କିନ୍ତୁ ମାମଲାର ବିଶେଷ ଦୃଷ୍ଟି ଆକ-ର୍ଷଣ କରୁଥିବା ବିଷକୁ ସମସ୍ତେ ଯେପରି ଭୁଲି ଯାଇଛି ।

ତେବେ ସେହି ସବୁ ଅଧା ରହିଥିବା ମାମଲା ମଧ୍ୟରୁ ଗୋଟିଏ ହେଉଛି ଡ୍ର-ଗ୍ସ ଲିଙ୍କ । ଯାହାକୁ ନେଇ ସାମାଜିକ ସଂଗଠନ ମଧ୍ୟ ସାମ୍ନାକୁ ଆସି ଅଭିଯୋଗ କରିଥିଲା । ଯାହାକି ମୂଳ ବିଷୟ ଅଟେ । କିନ୍ତୁ ଆପୋସ ବୁଝାମଣା ପରେ ଏହି ମାମଲାର କୌଣସି ଚିହ୍ନ ବର୍ଣ୍ଣ ବି ନାହିଁ । ତେବେ ଏ ବିଷୟରେ ଅନ୍ୟ କେହି ନୁହେଁ ବରଂ ନିଜେ ତୃପ୍ତି ହିଁ ନେଇ ଆସିଥିଲେ ଏବଂ ଏହି ବିଷୟରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଯାହାର ଉତ୍ତର ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ତେବେ ବର୍ତ୍ତମାନ ଏହାର ଉତ୍ତର କିଏ ଦେବ ?

ଏ ବିଷୟରେ ଏପରି ପ୍ରଶ୍ନ ଆସୁଛି ଯେ ଓଲିଉଡକୁ ଡ୍ରଗ୍ସ କେଉଁଠାରୁ ଆସୁଥିଲା । ଆଉ ଯଦି ପ୍ରକୃତି ଏସବୁ ଆଣୁଥିଲେ ତେବେ କେଉଁଠାରୁ ଆଣୁଥିଲେ । ଏହାବ୍ୟତୀତ ବର୍ତ୍ତମାନ ସମୟରେ ଏହାର ଷ୍ଟେଟସ ଓଡ଼ିଶାରେ କଣ ରହିଛି । ତେବେ ଏହାକୁ ନେଇ କିଏ ଜଡ଼ିତ ଅଛନ୍ତି ଏବଂ ପୋଲିସ ଏସବୁ ବିଷୟରେ ବାବୁଶାନଙ୍କୁ ପ୍ରଶ୍ନ କରିଛି କି ନାହିଁ ? ପୁଣି କିଛିଦିନ ପୂର୍ବରୁ ଭାଇରଲ ହୋଇଥିବା ବାବୁଶାନ ଏବଂ ପ୍ରକୃତିଙ୍କ କଲ ରେକର୍ଡ଼କୁ କିଏ ସୋସିଆଲ ମିଡିଆରେ ଭାଇରଲ କରିଥିଲା । ହୁଏତ ଏବେ ସୁଦ୍ଧା ସେସବୁର କାରଣ ବାବୁଶାନଙ୍କ ପିଆର ମ୍ୟାନେଜର ଜୟତା ରୟ ଥିବା କୁହାଯାଉଛି କିନ୍ତୁ ଏବେ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଯେ ଯଦି ଭବିଷ୍ୟତରେ ଏପରି ଘଟଣା କେବେ ଘଟେ ତେବେ ତା ପାଇଁ ଦାୟୀ କିଏ ରହିବ । ସମସ୍ତେ ହିଁ ବର୍ତ୍ତମାନ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ କହିବାକୁ ମନା କରୁଛନ୍ତି । ତେବେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଯଦି ଓଲିଉଡର ଜଣେ ବଡ଼ ଷ୍ଟାର ଏପରି କାମ କରି ଖସି ଯାଇ ପାରୁଛି ତେବେ ସାଧାରଣ ଲୋକର ଅବସ୍ଥା କଣ ହେବ ?

Leave a Reply

Your email address will not be published. Required fields are marked *