ସନ୍ତୋଷ ରାଉଳରୁ ଭ-ଣ୍ଡ ସାରଥୀ କିପରି ହୋଇଥିଲେ ଜାଣନ୍ତୁ,ବନ୍ଧୁ ଖୋଲି ଦେଲେ ଭା-ଣ୍ଡାମିର ଗୁମର।

ସନ୍ତୋଷ ରାଉଳ ଓରଫ ଆତ୍ମଘୋ-ଷିତ ସାରଥୀ ବାବା। ସେ କିପରି ଆଉ କେମିତି ହୋଇଥିଲେ ସାରଥୀ ବାବା ତାଙ୍କର ଗୁମର ଖୋଲିଛନ୍ତି ସେହି ବାରିମୂଳ ଗ୍ରାମର ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କ ସ୍କୁଲ ବନ୍ଧୁ। ସାରଥୀ ବାବା ଓ ତାଙ୍କ ବନ୍ଧୁ ଅର୍ଜୁନି ପ୍ରଧାନ ଗୁଲନଗର ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ୧୯୮୬ ମସିହାରେ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ଆତ୍ମଘୋ-ଷିତ ସାରଥୀ ବାବା ଓ ତାଙ୍କ ବନ୍ଧୁ ଯାଇଥିଲେ ସାରଥୀ ମ୍ୟାଟ୍ରିକ ପାସ କରିବା ପରେ ସେ ଯୁକ୍ତ ଦୁଇ ମଧ୍ୟ ପାଠ ପଢିଥିଲେ ବୋଲି ତାଙ୍କ ବନ୍ଧୁ କୁହନ୍ତି। ହେଲେ ପରବର୍ତ୍ତୀ ସମୟରେ ସନ୍ତୋଷ ରାଉଳ ହୋଇଗଲେ ସାରଥୀ ବାବା।

ମ-ନ୍ତ୍ର ତ-ନ୍ତ୍ରରୁ ସେ ବାହାର କଲେ ହାତରୁ ବିଭୁତି ଆଉ ପାଦରୁ ମହୁ ଯାହାକୁ ଦେଖି ବାରିମୂଳ ଆଶ୍ରମରେ ଲାଗିଲା ଲୋକଙ୍କ ଭିଡ଼। ଝୁମ୍ପୁଡି ଘରରୁ ଏହା ବିରାଟ ମହାପ୍ରସାଦ।

ବନ୍ଧୁଙ୍କ କହିବା ଅନୁଯାୟୀ ଯେତେବେଳେ ନିଜର କାୟା ଧୀରେ ଧୀରେ ବିସ୍ତାର କଲେ ସେତେବେଳେ ସାରଥିଙ୍କ ଗର୍ବ ବଢିବାକୁ ଲାଗିଲା। ସାରଥୀ ଗର୍ବରେ କହିଲେ ମୋ ପାଇଁ କେନ୍ଦ୍ରାପଡା ବଳଦେବଜିୟୁଙ୍କୁ ଜାଣୁଛନ୍ତି ଲୋକେ। ସାରଥୀ ଯେତେବେଳେ କେନ୍ଦ୍ରାପଡାର ବଳଦେବଜିୟୁଙ୍କୁ ଏପରି କୁହନ୍ତି ସେତେବେଳେ ବନ୍ଧୁଙ୍କୁ ବହୁତ କ-ଷ୍ଟ ହୁଏ କେବଳ ନୁହନ୍ତି ପ୍ରତକଟି ଜିଲ୍ଲାବାସୀଙ୍କୁ ଏହା କ-ଷ୍ଟ ଦିଏ।ଏହାକୁ ବି-ରୋଧ କଲେ ଭ-ଣ୍ଡ ସାରଥୀ ବାବା ତାଙ୍କ ବନ୍ଧୁଙ୍କୁ ଗୁ-ଣ୍ଡା ଲଗାଇ ମା-ରିବାକୁ ଚେଷ୍ଟା କରିଥିଲେ ବୋଲି ତାଙ୍କ ବନ୍ଧୁ କୁହନ୍ତି।

ଏପରିକି ଭ-ଣ୍ଡ ସାରଥୀର ଚାମଚା ମାନେ ଅର୍ଜୁନି ପ୍ରଧାନଙ୍କୁ କହିଥିଲେ କି ତୁମେ ଯଦି ଆମ ନିର୍ଦେ-ଶରେ କାର୍ଯ୍ୟ ନକର ତୁମକୁ ଆମେ ଜୀବନରୁ ମା-ରିଦେବୁ ଯାହାର ଖୁଲାସା ନିଜେ ଅର୍ଜୁନି ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ କରିଛନ୍ତି। ସେପଟେ ସେ ଆଉ ଏକ ସାଙ୍ଘା-ତିକ କଥା କହିଛନ୍ତି କି ଜିଏବି ବାବାଙ୍କୁ ବି-ରୋଧ କଲା ବାବା ତାଙ୍କ ଗୁଣ୍ଡାଙ୍କୁ ଲଗାଇ ଆକ୍ର-ମଣ କରୁଥିଲେ ଯାହା ଫଳରେ ତାଙ୍କ ପାଟି ଚୁପ ହୋଇ ଯାଉଥିଲା।

ଆଶ୍ରମ ଭିତରେ ନିଜକୁ ସନ୍ତୋଷ ରାଉଳ କେତେବେଳେ ଭଗବାନ କହୁଥିଲା ତ ଆଉ କେତେବେଳେ ଆଣ୍ଠୁଆ ଗୋପାଳ ହେଇ ଭା-ଣ୍ଡାମି କରୁଥିଲା ବୋଲି କହିଛନ୍ତି ସନ୍ତୋଷ ଓରଫ ସାରଥିଙ୍କ ସହ ପାଠ ପଢ଼ୁଥିବା ତାଙ୍କର ଜଣେ ବନ୍ଧୁ।

ତେବେ ଏହାରି ଭିତରେ ପୁଣି ଥରେ ସାରଥୀ ନିଜର କାୟା ମେଲାଇବା ଆରମ୍ଭ କଲାଣି ବାରିମୂଳ ଆଶ୍ରମରେ ନିଜର ଅନୁଗାମୀ ମାନେ ଜନ୍ମାଷ୍ଟମୀ ପାଳନ କରିଥିବା ବେଳେ ପ୍ରବଚନ ଦେଇ ଲୋକଙ୍କୁ ପୁଣି ଥରେ ଆକର୍ଷିତ କରିବାକୁ ଲାଗିଲେଣି। ତେବେ ଏଥର ଜନ୍ମାଷ୍ଟମୀ ରେ ସାରଥୀ ନଆସିଥିଲେ ମଧ୍ୟ ସାରଥୀ ଫଟୋ ଲଗାଇ ଭକ୍ତ ମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *