ବାପା ଡାକି ନେଇଗଲା ପୁଅକୁ, ସୁକାନ୍ତ ତୁମେ କିଛି ଠିକ କଲନି, ମତେ ବି ନେଇ ଯାଅ…

ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘ-ଟଣାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁକାନ୍ତ । ସୁକାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ । ନୂଆ ନୂଆ ସଂସାର କରୁଥିବା ସୁକାନ୍ତଙ୍କ ସ୍ତ୍ରୀ ମଥାରୁ ଯେବେ ସିନ୍ଦୁର ଲିଭି ଯାଇଥିଲା ସେବେ ସୁକାନ୍ତଙ୍କ ସ୍ତ୍ରୀଙ୍କ ହୃଦୟ ଥରି ଯାଇଥିଲା । ସଂସାର ଗଢିବାର ମାତ୍ର ଦିନ କେଇଟା ଭିତରେ ସୁକାନ୍ତ ଅଧା ରାସ୍ତାରୁ ପତ୍ନୀ ଓ ପୁଅକୁ ଏକା କରି ଆର ପାରିକୁ ଚାଲିଗଲେ।

ଦୁଃଖର କଳା ପାହାଡ଼ ସତେ ଯେପରି ଅଜାଡି ପଡିଥିଲା ସୁକାନ୍ତଙ୍କ ପରିବାର ଲୋକଙ୍କ ଉପରେ । ନିକଟରେ ରାଣୀ ପଣ୍ଡା ସାହୁ ବାବୁଙ୍କ ବାହାଘର ଭୋଜିରୁ ଫେରୁଥିବା ସମୟରେ ସୁକାନ୍ତଙ୍କ ଗାଡି ସହ ତାଙ୍କର ଦୁର୍ଘ-ଟଣା ହୋଇଥିଲା । ଆଉ ଶେଷରେ ସୁକାନ୍ତ ଘଟଣା ସ୍ଥଳରେ ହିଁ ସବୁଦିନ ପାଇଁ ଆଖି ବୁଝି ଦେଇଥିଲେ ।

ଏଇ ମାତ୍ର କିଛି ଦିନର ଘଟଣା। ଏବେ ବି ସ୍ୱାମୀଙ୍କ ଚାଲିଯିବାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ସ୍ତ୍ରୀ । ସବୁଦିନ ସୁକାନ୍ତଙ୍କୁ ଝୁରି ହେଉଥିଲେ । ହେଲେ ବନ୍ଧୁ ଗଣ ବିଧାତାର ଥିଲା କିଛି ବିଚିତ୍ର ଖେଳ। ଦୁଃଖ ଉପରେ ଲଳିତା ବିଡା ପରି। ବୋଝ ଉପରେ ବୋଝ ଭଳି ସତେ ଯେପରି ସବୁ ଦୁଃଖ ଅଜାଡି ପଡିଥିଲା ସୁକାନ୍ତଙ୍କ ପରିବାର ଲୋକଙ୍କ ଉପରେ। ଯେଉଁ ପରିବାର ଦିନେ ହସ ଖୁସିରେ ଫାଟି ପଡୁଥିଲା ।

ଯେଉଁ ପରିବାର ଦିନେ ଖୁସି ଖୁସିରେ ବିଟୁଥିଲା ସେହି ପରିବାର ଉପରେ ସତେ ଯେପରି କେଉଁ ଡାହାଣୀର ଲାଗିଗଲା କଳା ନଜର । ଚାହୁଁ ଚାହୁଁ ଆଖି ପିଛୁଳାକେ ସବୁକିଛି ହୋଇଗଲା ଏପଟ ସେପଟ । ପ୍ରଥମେ ତ ବିଧବା ହେବାର ଦୁଃଖ ସୁକାନ୍ତଙ୍କ ସ୍ତ୍ରୀକୁ ଏତେ ଦୁଃଖୀ କରିଥିଲା ଯେ ସୁକାନ୍ତଙ୍କ ସ୍ତ୍ରୀ ଏକ ଦମ ଭାଙ୍ଗି ପଡ଼ିଥିଲେ । ହେଲେ ସେତିକିରେ ସରିନଥିଲା ତାଙ୍କ ଦୁଃଖ ।

ସ୍ୱାମୀଙ୍କ ମୃତ୍ୟୁକୁ ମାତ୍ର କିଛି ଦିନ ଯାଇନି ପୁଅ ଡ଼ହ ଡ଼ହ ଗରମ ପେଜରେ ପଡିଗଲେ । ଓ ସତେକି ମାର ହୃଦୟରେ ଫୋଟକା ହୋଇଗଲା । ଲୁହ ଲହୁକୁ ଏକାଠି କରି ଭଗବାନଙ୍କୁ ପାର୍ଥନା କରି ମା ପୁଅକୁ ନେଇ ଧାଇଁ ଯାଇଥିଲା ମେଡ଼ିକାଲକୁ ବିଶ୍ୱାସ ଥିଲା ପୁଅ ନିହାତି ଭାବେ ଭଲ ହୋଇଯିବ। ବିଶ୍ୱାସ ଥିଲା ଭଗବାନ ପୁଅକୁ ନିହାତି ଭାବେ ଭଲ କରିଦେବେ। ମାତ୍ର ମା ଜାଣି ନଥିଲେ ସେ ଆଉ କେବେ ହେଲେ ପୁଅକୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ନେଇ ଘରକୁ ଫେରିବେ ।

୧୦ ଦିନର ଚିକିତ୍ସା ପରେ ସବୁଦିନ ପାଇଁ ମାକୁ ଏକା କରି ପୁଅ ବି ବାପା ସୁକାନ୍ତଙ୍କ ପାଖକୁ ଚାଲିଗଲା। ଏ ଦୁଃଖ ସବୁ ସୀମା ପାର କରିଥିଲା । ମା କାନ୍ଦିବ ତ କେତେ କାନ୍ଦିବ । କାହା ପାଇଁ କାନ୍ଦିବ । ସ୍ୱାମୀକୁ ହରାଇବା ଦୁଃଖରେ ନା ପୁଅକୁ ହରାଇବା ଦୁଃଖରେ । ସେ ମଣିଷ ସେ ପଥର ନୁହେଁ ହେଲେ ଏଥର ସେ ମା ନିହାତି ଭାବେ ପଥର ହୋଇଯିବ। ନହେଲେ ତା ଛାତି ଫାଟି ଯିବ।

ହଁ ଆଜ୍ଞା ସୁକାନ୍ତଙ୍କ ପୁଅର ମୃତ୍ୟୁ ଖବର ସମସ୍ତଙ୍କୁ ବେଶ ମର୍ମାହତ କରିଛି। ଗୋଟେ ପଟେ ସୁକାନ୍ତ ଆର ପାରିରେ ଥିବା ବେଳେ ସୁକାନ୍ତଙ୍କ ବିଧବା ପତ୍ନୀ ପୁଅର ମୁହଁ ଚାହିଁ ବାକି ଜୀବନ କାଟି ଦେବେ ବୋଲି ଭାବିଥିଲେ । ହେଲେ ଶେଷରେ ଭଗବାନ ସେତକ ବି ଛଡାଇ ନେଇଗଲେ ।

ଏବେ ବଞ୍ଚିବେ ତ କାହା ପାଇଁ ବଞ୍ଚିବେ । ମା ଏବେ ପୁଅକୁ ହରାଇ ଛାତି ଫଟାଇ ବୁକୁ ଫଟା କ୍ରନ୍ଦନ କରୁଛି । କେମିତି ବଞ୍ଚିବ, କାହା ପାଇଁ ବଞ୍ଚିବ, କାହା ମୁହଁକୁ ଚାହିଁ ବାକି ଜୀବନ କାଟିବ ବୋଲି ବାରମ୍ବାର ଭଗବାନଙ୍କୁ ପ୍ରଶ୍ନ କରୁଛି । ସେପଟେ ଏହି ଦୁଃଖଦ ଘଟଣା ସାରା ଓଡ଼ିଶାରେ ଦୁଃଖର ଛାୟା ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *