ମୁଖିଆ ତିଆରି କଲେ ପାଇଖାନା, ଚାରି ଆଡ଼େ ଲାଗିଛି ପାଇଖାନାକୁ ନେଇ ଚର୍ଚ୍ଚା ।

ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି। ଗାଁଠୁ ନେଇ ସହର ଲୋକେ ବିଲ ବାଡିକୁ ବାଏ ବାଏ କରି ପାଇଖାନା ବ୍ୟବହାର କରୁଛନ୍ତି। ହଁ ଆପଣ ମାନେ ମଧ୍ୟ ନିହାତି ଭାବେ ପାଇଖାନା ବ୍ୟବହାର କରୁଥିବେ । ଏନେଇ ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧନ୍ୟବାଦ ବି ଦେଉଥିବେ ।

ହେଲେ ବନ୍ଧୁଗଣ ଗଣ ବର୍ତ୍ତମାନ ଆମେ ଆପଣଙ୍କୁ ଏମିତି ଏକ ପାଇଖାନା ଦେଖାଇବୁ ଯାହା ଦେଖିବା ପରେ ଆପଣ ଚିନ୍ତାରେ ପଡିଯିବେ । ପାଇଖାନା ତ ପାଇଖାନା ଅଦ୍ଭୁତ ପାଇଖାନା । ଯାହା ଆପଣ ଜୀବନରେ କେବେ ହେଲେ ଦେଖି ନଥିବେ। ଏ ପାଇଖାନାକୁ ଦେଖିଲେ ମନକୁ ପ୍ରଶ୍ନ ଆସିବ ଆପଣ ବସିବେ ତ ବସିବେ କେଉଁଠି ବସିବେ। ସେ କଥା ଛାଡ଼ନ୍ତୁ ଲୋକେ ଏବେ କହୁଛନ୍ତି କି ସେହି ଲୋକଟି ଅଧିକ ସମସ୍ୟାରେ ପଡିବ ଯିଏ ଶୌଚ ପାଇଁ ବିକଳ ହୋଇ ଯାଇଥିବ ।

କେବେ କେବେ ଆପଣ ମାନେ ମଧ୍ୟ ଦେଖିଥିବେ କି ଯେତେବେଳେ ଜଣଙ୍କୁ ଜୋରେ ଶୌଚ ଲାଗେ ସେ ଭାରି ବ୍ୟସ୍ତ ଆଉ ବିବ୍ରତ ହୋଇ ଯାଏ ଆଉ ଠିକ ସେହି ସମୟରେ ଲୋକଟି ନିହାତି ଭାବେ ଦ୍ୱନ୍ଦରେ ପଡିବ ସେ କେଉଁ ପ୍ୟାନ ବ୍ୟବହାର କରିବ ।

ତେବେ ବନ୍ଧୁଗଣ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ । ଆଉ ଏହି ପାଇଖାନା ଘରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକଙ୍କ ମୁହଁରେ ଗୋଟିଏ କଥା କି ଏ କେଉଁ ଭଳି ଟୟଲେଟ । କାରଣ ଏ ଏପରି ଏକ ପାଇଖାନା ନା ଏହି ପାଇଖାନାର କବାଟ ଅଛି ନା ଏହି ନା ହିଁ ଏହି ପାଇଖାନାରେ ପରଦା ପଡିଛି। ଗୋଟିଏ କୋଠରୀ ଭିତରେ ରହିଛି ଦୁଇଟି ପ୍ୟାନ । ଲୋକେ ଭାବୁଛନ୍ତି ଯଦି ଏହି ପାଇଖାନାକୁ ଦୁଇ ଜଣ ବ୍ୟକ୍ତି ବ୍ୟବହାର କରନ୍ତି ତେବେ କିପରି ବ୍ୟବହାର କରିବେ ।

ତେବେ ଆଉ ଏକ କଥା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ କି ପାଇଖାନାକୁ ନିର୍ମାଣ କରିଛନ୍ତି ଖୋଦ ସେକ୍ରେଟାରୀ ଆଉ ଗାଁ ମୁଖିଆ ଯାହା କି 10 ଲକ୍ଷ ମୂଲ୍ୟ ବ୍ୟୟ ଅଟକଳରେ ନିର୍ମିତ କରାଯାଇଛି । ହେଲେ ଦୁଃଖର କଥା ଏହାକୁ କିନ୍ତୁ ଲୋକେ ବ୍ୟବହାର କରି ପାରୁ ନାହାଁନ୍ତି। କାରଣ ଏହି ପାଇଖାନାକୁ ଜିଏ ଦେଖୁଛି ସିଏ ଦ୍ୱନ୍ଦରେ ପଡୁଛି କି ଏହି ପାଇଖାନାକୁ କିପରି ବ୍ୟବହାର କରିବେ । କେବଳ ଲୋକେ ନୁହନ୍ତି ଏହି ଗାଁରେ ତିଆରି ହୋଇଥିବା ଏକ ପାଇଖାନା ଦେଖି ପଞ୍ଚାୟତ ରାଜ ଅଧିକାରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି ।

ଆଉ ଶେଷରେ ପାଇଖାନାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଅଭିଯୁକ୍ତ ନାମରେ ନୋଟିସ୍‌ ଜାରି କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ ସରିଲା ପରେ। ଏହି ପାଇଖାନା ନିର୍ମାଣ କରିଥିବା ସେହି ମୁଖିଆ ଆଉ ସେକ୍ରେଟାରୀ ବାବୁଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ପାଇଖାନା ଅନୁଧ୍ୟାନ କରିଥିବା ବାବୁ ମାନେ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଚର୍ଚ୍ଚାରେ ଥିବା ଏହି ପାଇଖାନାର ତଦନ୍ତ କେତେ ବାଟ ଯାଉଛି ଆଉ ଦୁର୍ନୀତି ଖୋର ବ୍ୟକ୍ତିଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *