ପୁଣି ଫେରିଲା କୋରନା, ଭିଡ଼ ଭିତରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ।

ଦୀର୍ଘ ଦିନ ପରେ ପୁଣି ବନ୍ଦ ହେବ ଦୋକାନ ବଜାର। ପୁଣି ପିନ୍ଧିବାକୁ ପଡ଼ିବ ମାସ୍କ । ପୁଣି ଥରେ ଲୋକ ନିଜ କାମ ଛାଡି ଘରେ ବସିବେ। କିଛି ଦିନ ହେଲା ଚିନ୍, ଆମେରିକା, ଜାପାନ ରେ କୋରନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆମ ପାଖ ଦେଶ ଚିନରେ ସବୁଠାରୁ ଅଧିକ କୋରନା ସଂକ୍ରମକ ଦେଖିବାକୁ ମିଳୁଛନ୍ତି। ସେଥିପାଇଁ ଆମ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚିନ୍ତା ବଢ଼ିଛି।

ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁକ୍ ଲାଲ୍ ମନ୍ତ୍ରୀମଣ୍ଡଳରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି କୋରାନା ସ୍ଥିତିର ସମୀକ୍ଷା କରିଛନ୍ତି। ମନସୁକ୍ କହିଛନ୍ତି ଆମକୁ ଏବେ ସତର୍କ ରହିବାକୁ ପଡିବ। କାରଣ ଚୀନ୍ ରେ ଦିନକୁ ଦିନ ଓମିକ୍ରନ୍ ଭାରିଏଣ୍ଟ ବିଏଫ୍.୭ ଚିହ୍ନଟ ହେଇଛି। ଚୀନ୍ ଲୋକମାନଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ କୋରାନା ବହୁତ୍ ଜଲଦି ବ୍ୟାପିବାରେ ଲାଗିଛି।

ଚୀନ୍ ଆମ ପାଖ ଦେଶ ହେଇଥିବାରୁ ଓମିକ୍ରନ୍ ଭାରିଏଣ୍ଟ ବିଏଫ୍.୭ର ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବ। ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସ୍ଥିତିର ସମୀକ୍ଷା କରିବା ସହ ଜନସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଉପରେ ତଦାରଖ କରିଛନ୍ତି। ସବୁବେଳେ ମାସ୍କ ପିନ୍ଧି ସୁରକ୍ଷିତ ରହିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *