ଟୁଙ୍ଗୁରୁ ଭୋଳର ଧରା ପଡିଲା ସବୁ ମି-ଛ , ବର୍ଷା ତାଙ୍କ ପ୍ରେମିକା ବୋଲି ନିଜେ କଲେ ସ୍ୱୀ-କାର

ସାରା ଓଡ଼ିଶାରେ ଗୋଟିଏ ବିଷୟବସ୍ତୁ ଉପରେ ଆଲୋଚନା ହେବାରେ ଲାଗିଛି ଆଉ ତାହା ହେଉଛି ଟୁଙ୍ଗୁରୁ ଭୋଳ ଏବଂ ବର୍ଷାର ପ୍ରେମ କାହାଣୀ । ଆପଣ ସମସ୍ତେ ଜାଣିଥିବେ କି , କିଭଳି ଜଣେ ମହିଳା ଗଣମାଧ୍ୟମ ସାମ୍ନାକୁ ଆସି ନିଜ ପ୍ରେମିକଙ୍କୁ ବିବାହ କରିବା ଜି-ଦ୍ ଧରି ବସିଥିଲେ । ଆଉ ହାତରେ ଶଙ୍ଖା , ସିନ୍ଦୂର , ଫୁଲ ମାଳ ଧରି ଦୌଡି ଆସିଥିଲେ ଥାନା ପର୍ଯ୍ୟନ୍ତ । ଆଉ ନିଜ ପ୍ରେମିକକୁ ପାଇବା ପାଇଁ କରିଥିଲା କେତେ କାର-ନାମା ।

ଅନ୍ୟପକ୍ଷରେ ଗଣମାଧ୍ୟମ ସାମ୍ନାକୁ ଆସି ବର୍ଷାଙ୍କର ପ୍ରେମିକ ଅର୍ଥାତ ଟୁଙ୍ଗୁରୁ ଭୋଳ ସେମାନଙ୍କର ପ୍ରେମ କାହାଣୀକୁ କରି ନଥିଲେ ସ୍ୱୀ-କାର । ଆଉ କହିଥିଲେ କି , ବର୍ଷା ତାଙ୍କ ପ୍ରେମିକା ନୁହେଁ ବରଂ ଭଉଣୀ ଅଟନ୍ତି । ସେମାନଙ୍କ ମଧ୍ୟରେ ସେପରି କିଛି ନାହିଁ । ବାସ୍ ସେ ଜଣେ ଅଟୋ ଚାଳକ ଆଉ ବର୍ଷା ଭଡା କଲେ ସେ ଆସି ଅଟୋରେ ବର୍ଷାଙ୍କୁ ବୁଲାଇଥାନ୍ତି । ନିଜ ଠାରୁ ବୟସରେ ବଡ଼ ମହିଳା କିପରି ତାଙ୍କର ପ୍ରେମିକା ହୋଇପାରିବେ ବୋଲି ସେ କହିଥିଲେ । ତେବେ ଏ ସବୁ ମଧ୍ୟରେ ଟୁଙ୍ଗୁରୁ ଭୋଳର ମି-ଛ ଖେଳ ଧରା ପଡିଯାଇଛି ।

ଗଣମାଧ୍ୟମ ସମ୍ମୁଖରେ ଆଉ ଟୁଙ୍ଗୁରୁ ଭୋଳଙ୍କର ଅଜାଣତରେ ବର୍ଷାଙ୍କୁ ଟୁଙ୍ଗୁରୁ ଭୋଳ ନିକଟକୁ ଫୋନ କରିବାପାଇଁ କୁହା ଯାଇଥିଲା । ଆଉ ଯେଉଁଥିରେ ସେ ସ୍ୱୀକାର କରିଥିଲେ ଅନେକ ସତ କଥା । ସେ କହିଥିଲେ ଯେ , ବର୍ଷା ତୁ ମୋ ଛାତି ଭିତରେ ରହିଛୁ ଆଉ କେହି ବି ଛାତି ଭିତରେ ରହିପାରିବେ ନାହିଁ । ଅନ୍ୟପକ୍ଷରେ ବର୍ଷା କହିଥିଲେ କି , ସେ ହାତ କା-ଟି ଦେବେ , ଏହାର ପ୍ରତ୍ୟୁତ୍ତରରେ ଟୁଙ୍ଗୁରୁ କହିଥିଲେ କି , ଜମା ସେପରି ଭୁଲ୍ କରିବୁ ନାହିଁ । ଯଦି ବର୍ଷା ସେପରି କରିବେ ତେବେ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ଭିଡ଼ିଓ କଲ କରି ସେପରି କରିବେ ବୋଲି କହିଥିଲେ ।

ତେବେ ବିବାହ ପ୍ରସ୍ତାବ ଉପରେ ଟୁଙ୍ଗୁରୁ କହିଥିଲେ କି , ବର୍ତ୍ତମାନ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ଚିହ୍ନି ସାରିଲେଣି । ଆଉ ତାଙ୍କୁ ବର୍ତ୍ତମାନ ସେଲିବ୍ରିଟି ଭଳି ଅନୁଭବ ହେଉଛି । ଆଉ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳୁଛି । ତେଣୁ ସେ ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରିସାରିବା ପରେ ଯାଇ ବର୍ଷାଙ୍କୁ ବିବାହ କରିବେ । ଆଉ ସେମାନେ ଯାଇ ଅନ୍ୟ ସ୍ଥାନରେ ଘର କରିବେ । ବର୍ତ୍ତମାନ ସାହି ପଡିଶା ଲୋକ ଅନେକ କଥା କହିବେ , ତେଣୁ ବର୍ତ୍ତମାନ ଏଭଳି ବିବାହ ସେ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *