ଟୁଙ୍ଗୁରୁ କହିଲେ ଏଭଳି ବଡ଼ କଥା , ଫିଲ୍ମରେ କାମ କରିବେ ରୋଜଗାର କରିବେ କୋଟି କୋଟି ଟଙ୍କା

ବର୍ତ୍ତମାନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଟୁଙ୍ଗୁରୁ ଭୋଳ ବିଷୟରେ ଆପଣଙ୍କୁ ଆଉ ଅଛପା ନଥିବ । ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ସାମ୍ନାରେ ବର୍ଷା ସହିତ କୌଣସି ସ-ମ୍ପର୍କ ନଥିବା କଥା ସ୍ୱୀ-କାର କରିଥିଲେ । ଆଉ ବର୍ଷା କେବଳ ତାଙ୍କୁ ଏକତରଫା ପ୍ରେମ କରୁଥିଲେ ବୋଲି କହିଥିଲେ । ଅନ୍ୟପକ୍ଷରେ ସେ ବର୍ତ୍ତମାନ ଜଣେ ବଡ ସେଲିବ୍ରିଟି ପାଲଟି ଯାଇଛନ୍ତି ବୋଲି କହିଛନ୍ତି । କାରଣ ସମସ୍ତେ ଆସି ରାସ୍ତାରେ ତାଙ୍କ ସହିତ ସେଲଫି ନେଉଛନ୍ତି ଆଉ ଯିଏ ଦେଖୁଛି ସିଏ କହୁଛି ଟୁଙ୍ଗୁରୁ ଭୋଳ ଆସିଗଲା ।

ତେବେ ଗଣମାଧ୍ୟମ ଉପସ୍ଥିତିରେ ଗତକାଲି ବର୍ଷା ଟୁଙ୍ଗୁରୁ ଭୋଳଙ୍କୁ ଫୋନ ଲଗାଇଥିଲେ । ଯେଉଁଥିରେ ଟୁଙ୍ଗୁରୁଙ୍କର ଅନ୍ୟ ଏକ ଚେହେରା ବା ପ୍ରକୃତ ଚେହେରା ଦେଖା ଯାଇଥିଲା । ନିଜ ପ୍ରେମକୁ ସ୍ୱୀ-କାର କରିଥିଲେ ଟୁଙ୍ଗୁରୁ । ନିଜ ଜୀବନ ଠାରୁ ଅଧିକ ସେ ବର୍ଷାଙ୍କୁ ଭଲ ପାଆନ୍ତି ବୋଲି ମଧ୍ୟ କହିଥିଲେ । ଅନ୍ୟପକ୍ଷରେ ସେ କହିଥିଲେ କି , ବର୍ତ୍ତମାନ ସୁଦ୍ଧା ତାଙ୍କୁ ଅନେକ ଗୀତରେ କାମ କରିବାର ସୁଯୋଗ ମିଳିଛି ଆଉ ଆଗକୁ ଫିଲ୍ମ କରିଲେ ସେ କୋଟି କୋଟି ଟଙ୍କା କମାଇବେ ଆଉ ବର୍ଷା ଏବଂ ସେ ଯାଇ ଜଙ୍ଗଲରେ ଘର କରି ରହିବେ ।

ବର୍ଷା ତାଙ୍କୁ ପଚାରିଥିଲେ କି ଫିଲ୍ମ କଲେ ସେ ଆଉ କେଉଁ ଝିଅକୁ ଭଲ ପାଇଯିବେ କିନ୍ତୁ ସେ କହିଥିଲେ କି , ତାଙ୍କ ହୃଦୟରେ କେବଳ ବର୍ଷା ହିଁ ଅଛନ୍ତି । ସେ ବର୍ଷାଙ୍କୁ ଆହୁରି କହିଛନ୍ତି କି , ଧୋ-ର୍ଯ୍ୟ ଧରି ରହିବାକୁ ସମୟ ଆସିଲେ ସେ ତାଙ୍କ ବାପାଙ୍କୁ କହିବେ । ଆଉ ସମ୍ପତ୍ତି ଆସିଲା ପରେ ସେମାନେ ଯାଇ ଅଲଗା ସ୍ଥାନରେ ରହିବେ । ବର୍ଷାଙ୍କୁ ମଧ୍ୟ ଫୋନରେ ଅଳି କରିବାର ଦେଖାଯାଇଛି । ଯେଉଁଥିରେ ସେ ଟୁଙ୍ଗୁରୁଙ୍କୁ କହୁଛନ୍ତି କି , ସେ କାହିଁକି ତାଙ୍କୁ ଫୋନ କରୁ ନାହାଁନ୍ତି ।

ତେବେ ଏହି କଥାରେ ଟୁଙ୍ଗୁରୁ କହିଛନ୍ତି କି , ସେ କାଲି ଟିକିଏ ବ୍ୟସ୍ତ ରହି ଯାଇଥିଲେ ସେଥିପାଇଁ ଫୋନ କରିପାରିଲେ ନାହିଁ ।ଅନ୍ୟପକ୍ଷରେ ଟୁଙ୍ଗୁରୁ ବର୍ଷାଙ୍କୁ ହାତ କା-ଟିବା ପାଇଁ ମନା କରିଛନ୍ତି ନଚେତ ଏହାର ପରିଣାମ ଖରାପ ହେବ ବୋଲି କହିଛନ୍ତି । କାରଣ ବର୍ଷା ଯଦି ହାତ କା-ଟିବେ ତେବେ ସେ ମଧ୍ୟ ହାତ କା-ଟିଦେବେ ଆଉ ଜୀବନ ଗଲେ ପଛେ ଯିବ ବୋଲି କହିଛନ୍ତି । ତେବେ ବର୍ଷା କହିଛନ୍ତି କି , କଣ ପାଇଁ ସେ ଗଣମାଧ୍ୟମ ଆଗରେ ସେମାନଙ୍କ ଭଲପାଇବାକୁ ଗ୍ରହଣ କରୁନାହାଁନ୍ତି , ଏହି କଥାର ଉତ୍ତରରେ ଟୁଙ୍ଗୁରୁ କହିଛନ୍ତି କି , ସେ ନୁହେଁ ଗଣମାଧ୍ୟମ ଏଭଳି କରୁଛି ।

Leave a Reply

Your email address will not be published. Required fields are marked *