“ମୁଁ ଅଟୋବାଲା ମୁଁ କଣ ତାକୁ ବାହା ହୋଇ ପାରିବ, ମୋର ବାପା ମାଆ ଅଛନ୍ତି ମୁଁ କେମିତି ନ ପଚାରି ବାହା ହେବି” ଦେଖନ୍ତୁ ନିଜ ବିବାହକୁ ନେଇ ଗଣମାଧ୍ୟମରେ କଣ କହିଲେ ଟୁଙ୍ଗୁରୁ ଭୋଳ।

ତେବେ ଆପଣମାନେ ଜାଣିଛନ୍ତି ଭାଉଜ ମାଆ ସହିତ ସମାନ ହୋଇଥାନ୍ତି। ଆମକୁ ଆମ ପବିତ୍ର ଗ୍ରନ୍ଥ ରାମୟଣରୁ ମଧ୍ୟ ଏହା ଶିକ୍ଷା ମିଳେ। ଲକ୍ଷ୍ମଣ ତାଙ୍କ ଭାଉଜ ସୀତାଙ୍କୁ ମାତା ବୋଲି ଡାକନ୍ତି ଏବଂ ମାତା ଭଳି ମନେ କରନ୍ତି। କିନ୍ତୁ ବର୍ତ୍ତମାନର କଳିଯୁଗ ସମୟରେ ସବୁ ଓଲଟା ହେବାରେ ଲାଗିଛି। ଭାଉଜଙ୍କୁ ବର୍ତ୍ତମାନ ପ୍ରେମିକର ସ୍ଥାନ ଦିଆଯାଉଛି। ଭାଉଜ ପ୍ରେମରେ ପଡି ଦିଅର ମାନେ ଏହାର ଲାଭ ଉଠାଉଛନ୍ତି। ତେବେ ଓଡ଼ିଶାରେ ବହୁ ଚର୍ଚ୍ଚିତ କେ-ସ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ବିଷୟରେ ଜାଣିଥିବେ। ତେବେ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ କୁ ଆସି ନିଜର ବିବାହ ବିଷୟରେ କହିଛନ୍ତି।

ତେବେ ଦିଅର ପାଇଁ ଭାଉଜ ପ୍ରେମ ମହ-ଙ୍ଗା ପଡିଲା। ନିଜ ଠାରୁ ଅଧିକ ବୟସ୍କ ମହିଳାଙ୍କ ପ୍ରେମରେ ପଡି ଯାଇଥିଲା ଟୁଙ୍ଗୁରୁ ଭୋଳ। ତେବେ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବା ପରେ ଛାଡି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାଉଜ ବର୍ଷା ତାହା ହେବାକୁ ଦେଇ ନଥିଲେ। ଦିଅରର ଆସଲି ଚେହେରା ସର୍ବ ସାଧାରଣଙ୍କ ସମ୍ମୁଖକୁ ନେଇ ଆସିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ବର୍ଷା ନାମକ ମହିଳା ଜଣକ ୧୬ ବର୍ଷ ତଳେ ଟୁଙ୍ଗୁରୁ ଭୋଳ ଭାଇଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସେମାନଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛି। ହେଲେ ଭାଉଜଙ୍କୁ ଦେଖି ଟୁଙ୍ଗୁରୁ ଭୋଳ ପାଗଳ ହୋଇ ଯାଇଥିଲା। ପ୍ରଥମେ ଦିଅର ଟୁଙ୍ଗୁରୁ ଭୋଳ ଭାଉଜ ଭାଉଜ ବୋଲି ଡାକିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗୋଲାପ ଦେଇ ଜାନୁ ଜାନୁ କହିଲେ। ଦିଅର ଗୋଲାପ ଦିଆ ପ୍ରେମକୁ ସତ ଭାବି ଭାଉଜ ନିଜ ପିଲା ଛୁଆ ସଂସାର ଛାଡି ଦେଇ ହାତରେ ମାଳ ଧରି ଆସି ପହଞ୍ଚିଲେ। କିନ୍ତୁ ଦିଅର ଧୋ-କା ଦେଇ ଅନ୍ୟ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରି ଦେଇଥିଲେ।

ତେବେ ବର୍ତ୍ତମାନ ସମୟରେ ଏହି କେ-ସ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଲାଣି। ଏହି ସମୟରେ ଦିଅର ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ କୁ ଆସି ନିଜର ମତାମତ ଦେଇଛି। ତେବେ ସେ କହିଛି, “ମୁଁ ଭାଉଜଙ୍କୁ ଭଲ ପାଇ ବଡ଼ ଭୁଲ କରିଦେଲି। ସେହି ଭୁଲ ପାଇଁ ଆଜି ମୁଁ ଚାରି ଆଡ଼େ ଚର୍ଚ୍ଚାରେ ଅଛି। ତେବେ ସେ ବୁଝିବା ଦରକାର ମୁଁ ତାଙ୍କୁ ବିବାହ କରି ପାରିବ ନାହିଁ। ମୁଁ ଜଣେ ଅଟୋ ଡ୍ରାଇଭର ଅଟେ ମୁଁ କିପରି ବିବାହ କରି ପାରିବ।”

ସେ ଆହୁରି ମଧ୍ୟ କହିଛନ୍ତି ” ମୋ ବୟସ ମାତ୍ର ୨୧ ବର୍ଷ ଆଉ ତାଙ୍କର ବୟସ ୪୦ ବର୍ଷ ଅଟେ। ତାଙ୍କର ସ୍ୱାମୀ ଶାଶୁ ଶଶୁର ଓ ପିଲା ଛୁଆ ଅଛି ସେ ତାଙ୍କୁ ଛାଡି ଦେଇ ଆସିବା କଥା ନୁହେଁ। ମୋର ବାପା ମାଆ ଅଛନ୍ତି ତାଙ୍କୁ ନ ପଚାରି ମୁଁ କିପରି ବାହା ହୋଇଯିବି। ମୁଁ ତା’ପାଖରୁ ବହୁତ କ-ଷ୍ଟରେ ଖସି ପଳେଇ ଆସିଛି। ରାତି ଅଧରେ କବାଟ ଖୋଲା ଥିବା ବେଳେ ମୁଁ ଖଣ୍ଡଗିରି ଦେଇ ଆସି ଆମ ଘରେ ପହଞ୍ଚିଲି।”

Leave a Reply

Your email address will not be published. Required fields are marked *