ବର୍ଷା ଅନୁଭବ ଏତେ ଦିନ ଏକାଠି ରହିଲେ କିନ୍ତୁ ….ଏମିତି ହୋଇନଥିବା ଭାବିବା ଭୁଲ :-

ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ମାମଲାରେ ଏସଡିଜେଏମ କୋର୍ଟର ନିର୍ଦେଶ ପରେ ପରେ ଅନୁଭବ ସୋସିଆଲ ମିଡିଆରେ ଆଉ କିଛି ମନ୍ତବ୍ୟ ଦେଇଥିଲେ । ମାତ୍ର ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି । ଯାହାକି ଜଣେ ମହିଳା ଫ୍ୟାମିଲି କାଉନ୍ସିଲର ଗଣମାଧ୍ୟମ ସାମ୍ନାରେ ଅନୁଭବଙ୍କୁ ନେଇ କହିଛନ୍ତି ।

ତାଙ୍କ ଅନୁଯାୟୀ ଅନୁଭବ ଜଣେ ଭଲ ବ୍ୟକ୍ତିତ୍ୱର ମଣିଷ ଅଟନ୍ତି । ଆଉ ସେ କେବେବି ପୂର୍ବରୁ ନିଜ ସ୍ତ୍ରୀ ବର୍ଷା ଏବଂ ନିଜ ବୈବାହିକ ଜୀବନକୁ ନେଇ କେବେବି କୌଣସି ପୋଷ୍ଟ କରି ନଥିଲେ । କିନ୍ତୁ ବର୍ତ୍ତମାନ ଏପରି ସବୁ ପୋଷ୍ଟ କରିବା ପଛରେ ଅନେକ ଗୁଡ଼ିଏ କାରଣ ରହିଛି । ଯାହାକୁ ହୁଏତ ଦେଖିବା ଲୋକେ ବୁଝିପାରୁ ନାହାଁନ୍ତି । ଜଣଙ୍କ ମନରେ କେବେବି ଦୁଃଖ ନଥିଲେ ସେ ଏପରି କାମ କାହିଁକି କରିବାକୁ ଯିବ । ଏଥିରେ ତାକୁ କୌଣସି ସୁଖ ମିଳି ନଥାଏ ।

କାରଣ ଯେତେଥରବି ଅନୁଭବ ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କରିଛନ୍ତି ସବୁଥର ସେ ଲୋକଙ୍କ ପରିହାସର ପାତ୍ର ହୋଇଛନ୍ତି । ତେଣୁ ସେ ଜାଣିଶୁଣି ନିଜର ଉପହାସ କାହିଁକି କରାଇବେ ? ଆଉ ଏମିତିରେ ଦୁନିଆରେ କିଛିବି କଥା ଉପରେ କିଛି ଲୋକ ପରିହାସ ନିଶ୍ଚିତ କରିବେ ଆଉ କିଛି ଲୋକ ସତ ଶୁଣିବେ । ଅନୁଭବଙ୍କ କ୍ଷେତ୍ରରେ ଲୋକେ ପରିହାସ କରିବାର ଏକମାତ୍ର କାରଣ ଏହା ଯେ ଏହି ମାମଲାରେ କିଛି ଲୋକ ସତ ଶୁଣିବାକୁ ଚାହୁଁ ନାହାଁନ୍ତି ଏବଂ ଆଉ କିଛି ଲୋକ ମିଛ ବି ଶୁଣିବାକୁ ଚାହୁଁ ନାହାଁନ୍ତି ।

ଅନୁଭବ ନିଶ୍ଚିତ ଭାବରେ ନିଜର ଦୁଃଖ ପ୍ରକାଶ କରିବା ପାଇଁ ସୋସିଆଲ ମିଡିଆର ସାହାରା ନେଉଛନ୍ତି । ଆଉ ଲୋକେ ଏମିତି ବି କହୁଛନ୍ତି ଯେ ଅନୁଭବ ବର୍ଷାଙ୍କ ସହ ଏକାଠି ରହିଲେ । ତେବେ ମହିଳା ଫ୍ୟାମିଲି କାଉନ୍ସିଲରଙ୍କ ଅନୁଯାୟୀ ଏହା ମିଛ ନୁହେଁ ବରଂ ସତ । ଯେହେତୁ ଏପରି ଦୁଃଖରେ ଅନୁଭବ ନିଜ ମନର କଥା ସମସ୍ତଙ୍କ ଆଗରେ ପ୍ରକାଶ କରିବା ପାଇଁ ସୋସିଆଲ ମିଡିଆର ସାହାରା ନେଇଥିଲେ ଏଣୁ ସେ ସବୁବେଳେ ଚିଡ଼ିଚିଡ଼ା ସ୍ୱଭାବର ହୋଇ ଯାଉଥିଲେ । ସେ ଏପରି ହେବା ସ୍ବାଭାବିକ ଏବଂ ତାଙ୍କ କଥାରେ ଲୋକେ ପରିହାସ କରିବା ମଧ୍ୟ ସ୍ୱାଭାବିକ ।

Leave a Reply

Your email address will not be published. Required fields are marked *