ବର୍ଷା ଅନୁଭବ ମାମଲାରେ ମୁଁହ ଖୋଲିଲେ ଏହି ଅଭିନେତ୍ରୀ । ” ଭିତିରି କଥା ନଜାଣି କମେଣ୍ଟ କରିବା ଠିକ ନୁହେଁ ” :- ଦେଖନ୍ତୁ ଭିଡିଓ

ସାଂସଦ ଏବଂ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟକ୍ତିଗତ ମାମଲା ବର୍ତ୍ତମାନ ସମୟରେ ଅଧିକ ଚର୍ଚ୍ଚା ସୃଷ୍ଟି କରୁଛି । ପୂର୍ବରୁ ଉଭୟଙ୍କ ମାମଲାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଉଥିଲା । କିଛି ଅଭିନେତା ଏବଂ ଅଭିନେତ୍ରୀ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଆଉ ବର୍ତ୍ତମାନ ସମୟରେ ବର୍ଷା ଅନୁଭବ ବିବାଦକୁ ନେଇ ଅନ୍ୟ ଜଣେ ଓଲିଉଡ ଅଭିନେତ୍ରୀ ମୁଁହ ଖୋଲିଛନ୍ତି ।

ତେବେ ଅଭିନେତ୍ରୀ ଜଣକ କହିଛନ୍ତି ଯେ ଯେହେତୁ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଓଲିଉଡର ଲୋକପ୍ରିୟ କଳାକାର ତେଣୁ ତାଙ୍କ ବ୍ୟକ୍ତିଗତ ମାମଲା ବିଷୟରେ ସମସ୍ତେ ଜାଣିବା ସ୍ୱାଭାବିକ । ଆଉ ଯେହେତୁ ସାରା ଓଡ଼ିଶାର ଲୋକେ ସେମାନଙ୍କୁ ଖୁବ ପସନ୍ଦ କରନ୍ତି ତେଣୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସେମାନେ ବେଶ ଉତ୍ସୁକ । ଉଭୟଙ୍କ ସମ୍ବନ୍ଧିତ କୌଣସି ଛୋଟ କଥା କିମ୍ବା ବଡ଼ କଥା ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଏ ।

ଏହା ବ୍ୟତୀତ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କେବଳ ବର୍ଷାଙ୍କୁ ସପୋର୍ଟ କରନ୍ତି । ଆଉ କିଛି ଅଛନ୍ତି ଅନୁଭବଙ୍କୁ । ତେଣୁ ଏହି ପରିପ୍ରେକ୍ଷୀରେ କିଛି ଲୋକ ଏଣୁତେଣୁ କମେଣ୍ଟ ମଧ୍ୟ ଦେଉଛନ୍ତି । କହିବାକୁ ଗଲେ ମାମଲା ଉଭୟଙ୍କ ବ୍ୟକ୍ତିଗତ ଜୀବନର । ପୁଣି ତାହା ଇଣ୍ଡଷ୍ଟ୍ରି ସମ୍ବନ୍ଧିତ ହୋଇଥିଲେ ଦର୍ଶକଙ୍କ ମତ ଜରୁରୀ ହୋଇଥାନ୍ତା । ତେଣୁ ଅଭିନେତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ଉଭୟଙ୍କ ବ୍ୟକ୍ତିଗତ ଜୀବନରେ କଣ ସମସ୍ୟା କଣ ନାହିଁ ତାହା କାହାକୁ ବି ଜଣାନାହିଁ । ତେଣୁ ଏପରି ତାଙ୍କ ମାମଲାରେ କମେଣ୍ଟ କରିବା ଠିକ ନୁହେଁ ।

ଏହାବ୍ୟତୀତ ଅଭିନେତ୍ରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ” ଯଦି ଏହା ତାଙ୍କ ବାସ୍ତବ ଜୀବନ ସମ୍ବନ୍ଧିତ ମାମଲା ଅଟେ । ତେବେ ସେମାନେ ଦୁହେଁ ପରସ୍ପର ସହିତ କଥା ହୋଇ ସବୁର ସମାଧାନ କରିବା ଭଲ ହେବ । ତାଙ୍କ ମାମଲାରେ କେହିବି ଭିତିରି କଥା ନଜାଣି କମେଣ୍ଟ କରିବା ଉଚିତ ହେବ ନାହିଁ । ” ଅଭିନେତ୍ରୀ ଜଣକ ଅନୁଭବଙ୍କୁ ଓଲିଉଡର ସୁପରଷ୍ଟାର ଭାବରେ ସମ୍ବୋଧନ କରିବା ସହିତ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଲିଉଡର ରାଣୀ ବୋଲି ସମ୍ବୋଧନ କରିଛନ୍ତି । ଅନେକ ଦର୍ଶକ ଏବେ ସୁଦ୍ଧା ବି ତାଙ୍କ ପ୍ରିୟ ଅନୁଭବ ବର୍ଷା ଯୋଡ଼ିକୁ ଏକାଠି ଦେଖିବାକୁ ଚାହାଁନ୍ତି ।

Leave a Reply

Your email address will not be published. Required fields are marked *