ପୁଣି ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ଅନୁଭବଙ୍କ ନାମରେ ଦେଲେ ଏତଲା..

କିଛିଦିନ ହେବ ସୋସିଆଲ ମିଡିଆରେ ଘୁରିବୁଲୁଛି ଅନୁଭବ ମହାନ୍ତିଙ୍କର ଭିଡ଼ିଓ । ଯେଉଁଥିରେ ସେ ନିଜ ମନର କଥାକୁ ପ୍ରକାଶ କରିଛନ୍ତି । ଆଉ ମନର କଥା ପ୍ରକାଶ କରୁଥିବା ବେଳେ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଥିବାର ମଧ୍ୟ ଦେଖା ଯାଇଛନ୍ତି । ତେବେ ଏହି ଭିଡ଼ିଓରେ ସେ ନିଜ ଘରର ସମସ୍ତ କଥା ଆଉ ବର୍ଷାଙ୍କ ବିରୁ-ଦ୍ଧରେ ଅନେକ କଥା ପ୍ରକାଶ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଏଭଳି ପ୍ରକାଶ କରିବା ଉଚିତ ନୁହେଁ ବୋଲି ଅନେକ ଲୋକ ପ୍ରତିବାଦ କରିଛନ୍ତି ।

ତେବେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ବର୍ଷା ଆଉ ତାଙ୍କ ନାରୀତ୍ବକୁ ଅପମାନିତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଆଉ ଏହା ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ସେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି । ଦୁଇ ଦୁଇଟି ଭିଡ଼ିଓରେ ନିଜର ନିନ୍ଦା ଶୁଣି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛନ୍ତି ବର୍ଷା । ଆଉ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନୁଭବ ତାଙ୍କ ସହ ଏଭଳି କରିବେ ବୋଲି ସେ ବିଶ୍ୱାସ କରି ପାରିନାହାଁନ୍ତି । ଆଉ ଏହାପରେ ସେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଅନ୍ୟପକ୍ଷରେ ତାଙ୍କ ଛାଡପତ୍ରର କାରଣ ଅନୁଭବଙ୍କର ଦିଲ୍ଲୀର ବାନ୍ଧବୀ ବୋଲି ସେ କହିଛନ୍ତି । ସେ କହିଛନ୍ତି କି , ଛାଡପତ୍ର ପାଇଁ ଅନୁଭବ ତାଙ୍କୁ ଧମକ ଦେଉଥିଲେ ଆଉ ପେପରରେ ଦସ୍ତଖତ ମଧ୍ୟ କରାଇଥିଲେ । ଏହାବ୍ୟତୀତ ବର୍ଷାଙ୍କ ଆଗରେ ଅନେକ ସର୍ତ୍ତ ରଖିଥିଲେ ସେ ।

ବାପଘରକୁ ନ ଯାଇପାରିବା, ଚଳଚ୍ଚିତ୍ରରେ କାମ ନ କରିବା , କୌଣସି ସମାଜସେବା ନ କରିବା , ରାଜନୀତିରେ ପାଦ ନ ଦେଇପାରିବା  ଏଭଳି ଅନେକ ସର୍ତ୍ତ ରଖିଥିଲେ ଅନୁଭବ । ଏହାବ୍ୟତୀତ ନିକଟରେ ଅନୁଭବଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବର୍ଷାଙ୍କର ପ୍ରଶଂସକ ମାନେ । ସେମାନେ କହିଥିଲେ କି , ଏଭଳି ନାଟକ କେବଳ ଅନୁଭବ ହିଁ କରିପାରିବେ । ସେ ଯାହା ବି କରୁଛନ୍ତି କେବଳ ନାଟକ ଅଟେ।

Leave a Reply

Your email address will not be published. Required fields are marked *