ବାତ୍ୟା ବଢ଼େଇଲା ଚିନ୍ତା , ଜାଣନ୍ତୁ ପାଣିପାଗର ଜରୁରୀ ସୂଚନା :-

ବର୍ତ୍ତମାନ ସମୟରେ ରାଜ୍ୟରେ ପୁଣି ଏକ ବାତ୍ୟାକୁ ନେଇ ଚିନ୍ତା ଘାରିଛି । ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ନେଇ ପାଣିପାଗ ବିଜ୍ଞାନୀ ମାନେ ଅନେକ ପୂର୍ବରୁ ହିଁ ବାତ୍ୟା ଆଶଙ୍କା ସମ୍ବନ୍ଧରେ ଅବଗତ କରାଇଛନ୍ତି । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ ବର୍ଷ ଗୁଡ଼ିକରେ ବାତ୍ୟା କାରଣରୁ ରାଜ୍ୟରେ କେଉଁ ପ୍ରକାରର କ୍ଷୟକ୍ଷତି ଘଟିଛି । ତେଣୁ ଭାରତୀୟ ପାଣିପାଗ ବିଜ୍ଞାନୀ ମାନେ ସୂଚନା ଜାରି କରି ସତର୍କ ରହିବାକୁ କହିଛନ୍ତି ।

ତେବେ ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରକୋପ ବେଶ ଅଧିକ ଦେଖା ଯାଉଛି । ପୁଣି ଆସନ୍ତା ଚାରି ଦିନ ଯାଏଁ କାଳବୈଶାଖୀର ପ୍ରକ୍ରିୟା ଜାରି ରହିବ ବୋଲି ମଧ୍ୟ ସୂଚନା ପ୍ରକାଶ ପାଇଛି । ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରବେଶ କରିବା କାରଣରୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି । ତେଣୁ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରକ୍ରିୟା ଜାରି ରହିବ ।

କାଳବୈଶାଖୀ କାରଣରୁ ରାଜ୍ୟରେ ବର୍ତ୍ତମାନ ବି ଅନେକ ସ୍ଥାନରେ ବର୍ଷା ହେଉଛି ଏବଂ ଏହି କାରଣରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଏପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଏମସି ସବୁ ପ୍ରକାରର ପ୍ରସ୍ତୁତି ଜାରି ରଖିଛି । ଆଣ୍ଡାମାନ ରେ ୪ ରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ଆସନ୍ତା ୬ ରେ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଇଛି ।

ଆନୁମାନିକ ୧୦ ତାରିଖରେ ବାତ୍ୟାର ଲ୍ୟାଣ୍ଡଫଲକୁ ନେଇ ପାଣିପାଗ ବିଜ୍ଞାନୀ ମାନଙ୍କ ଅନୁମାନ ଯେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା , ୱେଷ୍ଟ ବେଙ୍ଗଲ , ଆନ୍ଧ୍ରପ୍ରଦେଶ ରେ ସ୍ଥଳଭାଗ ଛୁଇଁପାରେ । ବିଏମସି , ଭୁବନେଶ୍ୱର ମେୟର , ବିଏମସି ଅଧିନସ୍ଥ ଅଧିକାରୀଙ୍କ ସହ ବାତ୍ୟା ସମ୍ପର୍କିତ ଆଲୋଚନା ଓ ବାତ୍ୟା ପରେ ଓ ପୂର୍ବରୁ ରାଜଧାନୀ ବାସୀଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଛନ୍ତି ।

ଏସବୁ ବ୍ୟତୀତ ଗତକାଲି ଠାରୁ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ତେଣୁ ବିଏମସି ଅଧିନସ୍ଥ ସମସ୍ତ ଆଶ୍ରୟସ୍ଥଳୀ ଯାଞ୍ଚ ସହ ରାଜଧାନୀରେ ଜଳ ନିଷ୍କାସନ ପାଇଁ ୩୦ଟି ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି । ପୁଣି ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ଯୋଗାଣ ଓ ଶୁଦ୍ଧ ପାଣି ଯୋଗାଇବା ସମସ୍ୟା ଯେପରି ନହୁଏ ତାହାର ପ୍ରସ୍ତୁତି ମଧ୍ୟ ଜାରି ରଖାଯାଇଛି । ଏହା ବ୍ୟତୀତ ଚଳିତ ମାସ ଲଗାତାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଚାଷୀଙ୍କ ମନକୁ ଆହୁରି ଭୟଭୀତ କରୁଛି । କାରଣ ବର୍ତ୍ତମାନ ଚାଷ ଅମଳର ସମୟ ହୋଇ ଥିବାରୁ ଚାଷୀ ମାନେ ବାତ୍ୟା ଏବଂ ବର୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *