ବୟସ କମ କିନ୍ତୁ ବାହା ହେବାକୁ ଜିଦ ଦୁଇ ନାବାଳିକାଙ୍କ : ରାତି ଅଧାରେ ଘରେ ଟୋକା ପୂରେଇଥିବାରୁ ଧରା ପଡ଼ିଥିଲେ…

ଏହା ସତ ଯେ ପ୍ରେମ କାହାକୁ ବି କେତେବେଳେ ହୋଇପାରେ । ତାହାର କୌଣସି ସଠିକ ସମୟ ନାହିଁ । କିନ୍ତୁ ଆଜିକା ସମୟରେ ଛୋଟ ଛୋଟ ପିଲବି ପ୍ରେମ କରୁଥିବା ଆପଣ ମାନେ ଶୁଣିଥିବେ । ବାସ୍ତବରେ ସେମାନେ ପ୍ରେମର ଅର୍ଥ ନବୁଝି ଏସବୁକୁ ଭୁଲ ଅର୍ଥରେ ନେଇ ଯାଆନ୍ତି । ଯାହାଦ୍ୱାରା ସମୟ ସମୟରେ ଅନେକ ସମସ୍ୟା ହୋଇଥାଏ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଘଟଣା ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଠି ଦୁଇ ଭଉଣୀ ଦୁଇ ଭାଇଙ୍କ ପ୍ରେମରେ ପଡ଼ି ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଆଉ ବାହା ହେବାକୁ ଜିଦ ଧରି ବସିଛନ୍ତି ।

ସୂଚନା ଅନୁଯାୟୀ ଏହି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଚିଣ୍ଡାକୁଟି ଗ୍ରାମର ଅଟେ । ଯେଉଁଠି ଗୋଟିଏ ପରିବାରର ଦୁଇ ଭଉଣୀ ଅନ୍ୟ ଏକ ଗ୍ରାମର ଗୋଟିଏ ପରିବାରର ଦୁଇ ଭାଇଙ୍କୁ ପ୍ରେମ କରୁଥିଲେ । ଚାରି ଜଣ ହିଁ ନାବାଳକ ଥିବା ଜଣା ପଡ଼ିଛି । ତେବେ ଘଟଣା ଅନୁଯାୟୀ ଗତ କିଛିଦିନ ତଳେ ରାତିରେ ଦୁଇ ପ୍ରେମିକ ପ୍ରେମିକାଙ୍କ ଘରେ ପଶିଥିଲେ । ଆଉ ସେହି ସମୟରେ ଗାଁ ଲୋକେ ଚାରି ଜଣଙ୍କୁ ଧରି ନେଇଥିଲେ ଏବଂ ବାନ୍ଧି ଦେଇଥିଲେ ।

ପରେ ପୋଲିସ ଆସି ଚାରି ଜଣଙ୍କୁ ଥାନାକୁ ନେଇଥିଲା । ସେଠାରେ ପରସ୍ପର ବୁଝାମଣା ପରେ ସେମାନଙ୍କୁ ଛାଡ଼ି ଦେଇଥିଲା । ମାତ୍ର ପରଦିନ ଦୁଇ ଭଉଣୀ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ସେମାନଙ୍କର ଗୋଟିଏ ଦାବି ଯେ ସେମାନଙ୍କୁ ଦୁଇ ପ୍ରେମିକ ବିବାହ କରନ୍ତୁ । କାରଣ ଦୁଇ ଭଉଣୀଙ୍କୁ ପରିବାର ଲୋକେ ଏବଂ ଗାଁ ଲୋକେ ଗ୍ରହଣ କରିବାକୁ ରାଜି ନାହାଁନ୍ତି । ଯେଉଁ କାରଣରୁ ସେମାନେ ଏପରି ପଦକ୍ଷେପ ନେଇଥିବା କୁହାଯାଇଛି ।

ତେବେ ବର୍ତ୍ତମାନ ଦୁଇ ନାବାଳକଙ୍କ ପରିବାର ଲୋକେ ଘରେ ତାଲା ପକାଇ କୁଆଡ଼େ ଫେରାର ହୋଇ ଯାଇଛନ୍ତି । ବାହାରେ ଦୁଇ ଭଉଣୀ ନିଜ ଜିଦରେ ଅଟଳ ରହି ଧାରଣାରେ ବସି ରହିଛନ୍ତି । ଦାବି ଅନୁଯାୟୀ ସେମାନେ ବିବାହ କରିବାକୁ କହିଛନ୍ତି ଏବଂ ସ୍ତ୍ରୀର ସ୍ଥାନ ଦେବାକୁ କହିଛନ୍ତି । କାରଣ ସେମାନଙ୍କୁ ତାଙ୍କ ପରିବାର ଏବଂ ଗାଁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଦୁଇ ଭଉଣୀ ବର୍ତ୍ତମାନ ଅସହାୟ ହୋଇ ପ୍ରେମିକଙ୍କ ଘର ଆଗରେ ବସି ରହିଛନ୍ତି । ଆଉ ଯଦି ସେମାନଙ୍କ ବିବାହ ନହୁଏ ତେବେ ସେମାନେ ଜୀବନ ହାରିଦେବେ ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *